୨ ଡକାୟତି ଘଟଣାରେ ୧୧ ଗିରଫ

ଆଳି,୧୮ା୫(ଡି.ଏନ.ଏ.): ଗତ ୨ ମାସ ହେବ କେନ୍ଦ୍ରାପଡ଼ା ଜିଲା ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ୫ ଡକାୟତଙ୍କ ସମେତ ୧୧ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ ଲକ୍ଷ ୪୧ ହଜାର ୫୫୫ ଟଙ୍କା ମୂଲ୍ୟର (୫୩.୬୮୦ଗ୍ରାମ) ସୁନା ଗହଣା, ୧୬୪୮୦ ଟଙ୍କା ମୂଲ୍ୟର (୩୬୮.୩୦୦ଗ୍ରାମ)ରୁପା ଅଳଙ୍କାର, ୩ ମୋଟର ସାଇକେଲ,୨ ଛୁରୀ, ଗ୍ୟାସ କଟର,ବଡ଼ ଛୋଟ ପ୍ଲାସ, ଲାଇଟ ଗନ, ୬ ମୋବାଇଲ ସହିତ ନଗଦ ୨୩ହଜାର ୮୦୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡଆଙ୍କୋ ଗ୍ରାମର ଦୀପକ ମଳିକ ଓ ପ୍ରଶାନ୍ତ ମଳିକ, ପଦିନିପାଳର ସନ୍ତୋଷ ରାୟ, ନିଆଳର ଶ୍ରୀଧର ସିଂ,ଏକମାଣିଆର କାର୍ତ୍ତିକ ମଳିକ। ସେହିପରି ଚୋରୀ ସାମଗ୍ରୀ କିଣିଥିବା ଗୌଡ଼ପାଟଣାର ତପନ ସାହୁ, ବିଲିକଣାର ସର୍ବେଶ୍ୱର ସାହୁ, ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଜୋଡଗଡିଆ ଗାଁର ରବିନ୍ଦ୍ର ନାୟକ, ଖଣ୍ଟପଡାଥାନା ଅନ୍ତର୍ଗତ କୋଶବଜାୟପୁରର ସବିତା ଦାସ, ଯାଜପୁର ଜିଲା ବିଞ୍ଜାରପୁର ଥାନା ଅନ୍ତର୍ଗତ ସୟଦପୁର ଗ୍ରାମର ମନୋଜ କୁମାର ପୋଥାଳ ଓ ଆଖୁନମହଲା ଗ୍ରାମର ରାମିଜ ରାଜା ଖାଁଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି ବୋଲି କେନ୍ଦ୍ରାପଡ଼ା ଏସ୍‌ପି ସନ୍ଦିପ ସଂପଦ ମଡକର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।
ଏହି ଡକାୟତମାନେ ପ୍ରଥମେ ଏକାଧିକ ମନ୍ଦିରରୁ ଚୋରି କରି ସଫଳ ହେବା ପରେ ବିଭିନ୍ନ ଗ୍ରାମରେ ଚୋରି କରି ପୋଲିସ ଆଖିରୁ ନିଦ ହଜେଇ ଦେଇଥିଲେ। ଗତ ୮ ତାରିଖ ଦିନ ଏହି ଡକାୟତମାନେ ଆଳି ଥାନା ଅନ୍ତର୍ଗତ ବଡଆଙ୍କୋ ଗ୍ରାମର ସାଧୁଚରଣ ମହାଳିକଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେବା ସହ ସାଧୁ ଚରଣ ଓ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସେହିପରି ଗତ ଏପ୍ରିଲ ୩୦ ତାରିଖ ରାତିରେ ରାଜକନିକା ଥାନା ଅଧୀନ ଭାମଣ୍ଡା ଗ୍ରାମର ମୀନତି ମଳିକଙ୍କ ଘରେ ପଶି ୮୦ ହଜାର ଟଙ୍କା ଓ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିଲେ। ଆଳି ଥାନାରେ ସାଧୁ ଚରଣ କରିଥିବା ଏତଲା ଓ ରାଜକନିକା ଥାନାରେ ମିନତୀ ମଳିକ କରିଥିବା ଅଭିଯୋଗକୁ ଭିତ୍ତି କରି କେନ୍ଦ୍ରାପଡ଼ା ଜିଲା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସାରାଣୀ ବେହୁରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଳି ଓ ରାଜକନିକା ପୋଲିସ ତନାଘନା ଚଳାଇବା ପରେ ୧୧ ଅଭିଯୁକ୍ତ ପୋଲିସ କବ୍‌ଜାକୁ ଆସିଥିଲେ। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସମସ୍ତ ଘଟଣା ସାମ୍‌ନାକୁ ଆସିଥିଲା। ଏ ସଂକ୍ରାନ୍ତରେ ଆଳି ଥାନାରେ ଏକ ମାମଲା(ନଂ.୧୬୪/୨୨) ରାଜକନିକା ଥାନା ଏକ ମାମଲା(ନଂ.୧୩୬/୨୨) ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri