Categories: ଜାତୀୟ

ନିର୍ମାଣଧୀନ କୋଠାରୁ ଖସିଲା ଲିଫ୍ଟ, ୭ ମୃତ…

ଅହମଦାବାଦ, ୧୪।୯ : ଗୁଜରାଟର ଅହମଦାବାଦରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ନିର୍ମାଣଧୀନ କୋଠାର ଲିଫ୍ଟ ହଠାତ ଖସି ପଡି ତଳେ ପଡ଼ିଯାଇଥିଲା। ଯାହା ଫଳରେ ୭ ଜଣଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଲିଫ୍ଟରେ ଆଠ ଜଣ ଥିଲେ ବୋଲି କୁହାଯାଉଛି।

ନିର୍ମାଣଧୀନ ବିଲ୍ଡିଂର ଏହି ଲିଫ୍ଟ କିପରି ଭାଙ୍ଗିଲା? ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ୍ରକାଶ ପାଇନାହିଁ। ତେବେ ଗଣମାଧ୍ୟମ ରିପୋର୍ଟରେ ଏହି ଘଟଣା ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟ ନିକଟରେ ଘଟିଥିବା କୁହାଯାଉଛି। କୁହାଯାଉଛି ଯେ ଆସ୍ପାୟାର-୨ ନାମକ କୋଠାର ନିର୍ମାଣ କାର୍ଯ୍ୟ ଚାଲିଥିଲା। ହଠାତ୍‌ ସପ୍ତମ ମହଲାରୁ ଲିଫ୍ଟ ଖସି ପଡ଼ିଥିଲା। ଫଳରେ ଏଥିରେ ଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ଅହମ୍ମଦାବାଦ ମେୟର କେ.ଜେ ପରମାର କହିଛନ୍ତି ଯେ ଏହି ଘଟଣା ପ୍ରାୟ ପୂର୍ବାହ୍ନ ସାଢ଼େ ୯ଟା ସମୟରେ ଘଟିଛି। ବିଲଡିଂର ବିଲଡର ଏହି ତଥ୍ୟ ଲୁଚାଇ ସାଢ଼େ ୧୧ଟା ପରେ ପୋଲିସକୁ ଜଣାଇଥିଲେ। ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ କହିଛନ୍ତି ଯେ ଆମେ ଯାଞ୍ଚ୍‌ କରିବୁ ଯେ ସେମାନେ ମ୍ୟୁନିସିପାଲିଟି କର୍ପୋରେଶନର ନିୟମ ଏବଂ ଆଇନକୁ ଉଲ୍ଲଂଘନ କରିଛନ୍ତି କି ନାହିଁ। ଆମେ ଯାଞ୍ଚ କରିବୁ ଯେ କେହି ଭୁଲ ନିର୍ମାଣ ଯୋଜନା ପାସ କରିଛନ୍ତି କି ? ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

 

Share