ଜଙ୍ଗଲ ଜଗିବେ ହାତୀ

ଢେଙ୍କାନାଳ ଅଫିସ,୩୧ା୩: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟକୁ ଜଗିବେ ହାତୀ। ଏଥିପାଇଁ କପିଳାସ ପ୍ରାଣୀ ଉଦ୍ୟାନରେ ଥିବା ୫ ହାତୀଙ୍କୁ ତାଲିମ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି। ତାଲିମ ସମ୍ପୂର୍ଣ୍ଣ ହେଲେ ଉକ୍ତ ହାତୀଙ୍କୁ ଜଙ୍ଗଲ ଜଗିବା କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜିଲା ବନଖଣ୍ଡ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।
୧୨୫୫୯.୫୯ ହେକ୍ଟର ବିଶିଷ୍ଟ କପିଳାସ ସଂରକ୍ଷିତ ଜଙ୍ଗଲକୁ ୨୦୧୧ ଏପ୍ରିଲ ୨ରେ ଅଭୟାରଣ୍ୟ ମାନ୍ୟତା ମିଳିଥିଲା। ଏହି ସଂରକ୍ଷିତ ଜଙ୍ଗଲରେ ଶାଳ, ଶାଗୁଆନ, କୁରୁମ, ଧଉରା, ଫାସି ଆଦି ଅନେକ ପ୍ରକାରର ମୂଲ୍ୟବାନ ଗଛ ଏବଂ ଔଷଧୀୟ ଉଦ୍ୟାନ ରହିଛି। ହାତୀ, ହରିଣ, ଭାଲୁ, ଶମ୍ବର, କୁଟୁରା, ବାର୍‌ହା, ପାହାଡିମୂଷା, ଝିଙ୍କ, ସରିସୃପ ଆଦି ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ଏହା ଆବାସସ୍ଥଳି। କିନ୍ତୁ ଶିକାରୀ ଓ କାଠ ମାଫିଆଙ୍କ ଉପଦ୍ରବ ବଢୁଥିବାରୁ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ କପିଳାସ ପ୍ରାଣୀ ଉଦ୍ୟାନର ରେସ୍‌କ୍ୟୁ ସେଣ୍ଟରରେ ଗୋଟିଏ ଦନ୍ତା ହାତୀ (କାର୍ତ୍ତିକ) ଓ ୪ ଛୁଆଙ୍କୁ ମିଶାଇ ମୋଟ ୫ ହାତୀ ରହିଛନ୍ତି। ତନ୍ମଧ୍ୟରୁ ଦନ୍ତାହାତୀ କାର୍ତ୍ତିକକୁ ୨୦୧୦ ଜୁଲାଇ ୭ରେ କଟକ ଜିଲା ଆଠଗଡ ଡିଭିଜନରୁ ଉଦ୍ଧାର କରି ଅଣାଯାଇଥିଲା। ଛୁଆ ହାତୀ ଚନ୍ଦୁକୁ ବରଗଡ ଡିଭିଜନରୁ ୨୪ ଡିସେମ୍ବର ୨୦୧୧ରେ, ଉମାକୁ ୪ ସେପ୍ଟେମ୍ବର ୨୦୧୨ରେ ଢେଙ୍କାନାଳ ଷଡଙ୍ଗୀ ରେଞ୍ଜ, ହିରୋକୁ ୨୦୧୮ରେ ସମ୍ବଲପୁର ଜିଲା ବାମରା ସଂରକ୍ଷିତ ଜଙ୍ଗଲରୁ ଏବଂ ପଦ୍ମାକୁ ୨୦୨୦ ଡିସେମ୍ବର ୩୧ରେ ବ୍ରହ୍ମପୁର ଡିଭିଜନ ଟମଣା ସେକ୍ସନରୁ ଉଦ୍ଧାର କରାଯାଇଥିଲା। ଛତିଶଗଡ଼, ଆସାମ, କେରଳ ଆଦି ରାଜ୍ୟରେ ହାତୀମାନଙ୍କୁ ଦିଆଯାଉଥିବା ତାଲିମ ଢାଞ୍ଚାରେ କପିଳାସ ପ୍ରାଣୀ ଉଦ୍ୟାନର ରେସ୍‌କ୍ୟୁ ସେଣ୍ଟରରେ ଥିବା ଉକ୍ତ ୫ ହାତୀଙ୍କୁ ଜଙ୍ଗଲ ଜଗିବା ତାଲିମ ଦିଆଯିବା ଆରମ୍ଭ ହୋଇଛି। ଏଥିପାଇଁ ଆସାମରୁ ଆସିଥିବା ଦୁଇଜଣ ତାଲିମପ୍ରାପ୍ତ ମାହୁନ୍ତଙ୍କୁ ରେସକ୍ୟୁ ସେଣ୍ଟରରେ ନିୟୋଜିତ କରାଯାଇଛି। ତାଲିମ ପରେ ମାହୁନ୍ତ ହାତୀଙ୍କୁ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ବୁଲାଇବେ। ଏପରିକି ଅନ୍ୟ ହାତୀ ଆକ୍ରମଣ ଉଦ୍ୟମ କଲେ ତାଲିମପ୍ରାପ୍ତ ହାତୀମାନେ କିପରି ଭୟଭୀତ ହେବେ ନାହିଁ, ଜଙ୍ଗଲର ଅପହଞ୍ଚ ସ୍ଥାନକୁ କିପରି ଯାଇହେବ, ଶିକାରୀ ଓ କାଠ ଚୋରଙ୍କ କବଳରୁ ଅଭୟାରଣ୍ୟକୁ ସୁରକ୍ଷିତ ରଖିହେବ ସେ ଦିଗରେ ତାଲିମ ପ୍ରଦାନ କରାଯାଉଛି। ବର୍ତ୍ତମାନ କାର୍ତ୍ତିକ ଓ ଚନ୍ଦୁ ତାଲିମ ନେଉଛନ୍ତି। ଖୁବ୍‌ଶୀଘ୍ର ଏହି ଦୁଇହାତୀ କପିଳାସ ଅଭୟାରଣ୍ୟକୁ ଜଗିବା ପାଇଁ ପାଟ୍ରୋଲିଂରେ ସାମିଲ ହେବେ। ଅନ୍ୟ ୩ ହାତୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯିବ। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି, କପିଳାସ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ରେସକ୍ୟୁ ସେଣ୍ଟରରେ ଥିବା ହାତୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ଆସନ୍ତା ଡିସେମ୍ବର ସୁଦ୍ଧା କାର୍ତ୍ତିକ ଓ ଚନ୍ଦୁ ଏହି କାର୍ଯ୍ୟରେ ନିୟୋଜିତ ହେବେ। ଆସାମରୁ ଦୁଇଜଣ ମାହୁନ୍ତ ସେମାନଙ୍କୁ ତାଲିମ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri