Categories: ଫୁରସତ

ପାଣିରେ ଖେଳୁଛି ହାତୀଛୁଆ, ଭାଇରାଲ ହେଉଛି ଭିଡିଓ

ପିଲା ହୁଅନ୍ତୁ କି ବଡ଼ ସମସ୍ତେ ହାତୀ ଦେଖିବାକୁ ଭଲ ପାଆନ୍ତି। ହାତୀଙ୍କ କାର୍ଯ୍ୟ ଦେଖି ସମସ୍ତେ ହସନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ ହାତୀଛୁଆର ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ହସ ରୋକିପାରିବେନି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏକ ହାତୀ ଛୁଆ ପାଣିରେ ଖେଳୁଛି। ଭିଡିଓଟି ଖୁବ୍‌ ମଜାଳିଆ ହୋଇଛି। ହାତୀଛୁଆଟି ଏକ ପାଣିଭର୍ତ୍ତି ବାଲ୍‌ଟିରେ ଖେଳୁଛି। ଏଥିରେ ଶୁଣ୍ଢ ପୂରାଇ ଢାଳି ଦେଉଛି। ପୂରା କାଦୁଅ ହୋଇଯାଉଛି। ପୁଣି ପାଣିରେ ଖେଳୁଛି।

ଏହି ଭିଡିଓଟିକୁ ସେଲ୍‌ଡ୍ରିକ୍‌ ଟ୍ରଷ୍ଟ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ଭିଡିଓରେ ହାତୀ ଛୁଆଟି ନିଜ ମନ ପସନ୍ଦର ଖେଳ ଖେଳୁଛି। ଏଥିରେ କ୍ୟାପଶନ ଲେଖାଯାଇଛି, ପାଣିରେ ଖେଳି ମଜା ନେଉଛି ହାତୀଛୁଆ। ଭିଡିଟିକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, କାଦୁଅରେ ସ୍ନାନ କରାଯାଉଛି। ଆଉ ଜଣେ ଲେଖିଛନ୍ତି, ମୋ ଝିଅ।

Share