ଆଖୁ ଉପରେ ହାତୀଙ୍କ ଆଖି

ଭୁବନ, ୨୭।୧୦(ଡି.ଏନ୍‌.ଏ.): ପାଚି ଆସିଲାଣି ଆଖୁ। ପୁଡ଼ା ବାନ୍ଧିଲାଣି ଧାନ। ମାସ କେଇଟାରେ କଟା ହୋଇ ଆସିବ ସୁନାର ଫସଲ। ଏଭଳି ଆଶା ବାନ୍ଧିଥିବା ଚାଷୀଙ୍କ ପାଇଁ କିନ୍ତୁ ଦାରୁଣ ଦୁଃଖ ପାଲଟିଛନ୍ତି ହାତୀପଲ। ମାତ୍ର ୪ ଦିନରେ ଏକର ଏକର ଜମିର ଚାଷ ଉଜାଡ଼ି ଦେଲେଣି ସେମାନେ। ଯେତିକି ଖାଉନାହାନ୍ତି, ତା’ଠାରୁ ଅଧିକ ଦଳିଚକଟି ନଷ୍ଟ କରି ଦେଉଛନ୍ତି। କେବଳ ଏତିକି ନୁହେଁ, ବାରମ୍ବାର ଜନବସତିମୁହଁା ହେଉଥିବାରୁ ଧନଜୀବନ ହାନି ଆଶଙ୍କାରେ ଜୀବନ ବିତାଉଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅଞ୍ଚଳର ଚାଷୀ।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲା ଷଡ଼ଙ୍ଗୀ ରେଞ୍ଜ୍‌ରୁ ବ୍ରାହ୍ମଣୀ ନଦୀ ପାର୍‌ ହୋଇ ଏକ ପଲରେ ୩ ବଡ଼ ଏବଂ ୨ ଛୁଆ ହାତୀ ଭୁବନ ଅଞ୍ଚଳକୁ ରବିବାର ରାତିରେ ଚାଲି ଆସିଛନ୍ତି। ସେମାନେ ପ୍ରଥମେ ବ୍ରାହ୍ମଣୀ ନଦୀପଠାରେ ଥିବା ବନ ବିଭାଗ ନର୍ସରିରେ ଡେରା ପକାଇଥିଲେ। ସେଠାରୁ ଭୁଷଳ ଏବଂ ସୁଲେଇପାଳ ଅଞ୍ଚଳରେ ଥିବା ଆଖୁବାଡ଼ିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏଥିସହ ଧାନବିଲରେ ପଶି ଫସଲ ଖାଇଯାଇଚନ୍ତି। ବୁଧବାର ଭୋର୍‌ ସମୟରେ ସମ୍ପୃକ୍ତ ହାତୀପଲ କିଙ୍ଗୋଳ ଗ୍ରାମ ଶିବ ମନ୍ଦିର ନିକଟ କାଜୁ ଜଙ୍ଗଲରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ୪ଦିନ ମଧ୍ୟରେ ହାତୀପଲ ପ୍ରାୟ ୭ କିଲୋମିଟର ପରିଧିରେ ଆତଙ୍କ ସୃଷ୍ଟି କରିଥିବାବେଳେ ପ୍ରାୟ ୨ ଏକର ଜମିର ଧାନ ଏବଂ ୩ ଏକର ଜମିର ଆଖୁ ଚାଷ ଉଜାଡ଼ି ଦେଇଥିବା ଭୁଷଳ ଅଞ୍ଚଳର କବୀର ସ୍ବାଇଁ, ମନୋରମା ସ୍ବାଇଁ, ବିଦ୍ୟୁତ୍‌ପ୍ରଭା ସ୍ବାଇଁ ପ୍ରମୁଖ ୧୦ ଚାଷୀ ଅଭିଯୋଗ କରିଛନ୍ତି। ହାତୀଙ୍କ ପାଇଁ ଜୟପୁର, ଚଣ୍ଡୀପାଳ, କିଙ୍ଗୋଳ, ଅସୁରବନ୍ଧ, କୀର୍ତ୍ତନପୁର, ଭୁବନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଲୋକମାନେ ନଦୀକୁ ଗାଧୋଇବାକୁ ଯିବାକୁ ଭୟ କରୁଛନ୍ତି। ସନ୍ଧ୍ୟା ହେଲେ ପ୍ରମୁଖ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଉଛି। ନଦୀକୂଳିଆ ଗ୍ରାମବାସୀଙ୍କ ନିଦ ହଜିଯାଇଛି। ତୁରନ୍ତ ହାତୀଙ୍କୁ ନଦୀ ପାର୍‌ କରା ନ ଗଲେ ଚାଷୀକୁଳ ବ୍ୟାପକ କ୍ଷତି ସହିବେ। କୌଣସି ଅଘଟଣ ଘଟିଲେ ଏଥିପାଇଁ ବନ ବିଭାଗ ଦାୟୀ ରହିବ ବୋଲି ଚାଷୀ ଏବଂ ଉପଦ୍ରୁତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ସୂଚନା ପାଇ ରେଞ୍ଜର ଅନିତା ସେଠୀ, ଫରେଷ୍ଟର କବିତା ବିଶାଳ, ହାତୀସ୍କ୍ବାଡ୍‌ କର୍ମଚାରୀ ହାତୀଙ୍କୁ ଘଉଡ଼ାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏ ସଂକ୍ରାନ୍ତରେ ରେଞ୍ଜର କୁହନ୍ତି, ଦୀପାବଳିରେ ହାତୀପଲ ନଦୀ ପାର ହୋଇ ନିଜ ଆବାସସ୍ଥଳୀ ଅଭିମୁଖେ ଯାଉଥିଲେ। ତେବେ ବାଣ ଶବ୍ଦରେ ବିଚଳିତ ହୋଇ ସେମାନେ ପୁନର୍ବାର ଲେଉଟି ଆସିଛନ୍ତି। ବୁଧବାର ରାତିରେ ସେମାନଙ୍କୁ ନଦୀ ପାର୍‌ କରାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri