ବାଜିଖୋଲ ଜଙ୍ଗଲରେ ଦାନ୍ତହାତୀର ମୃତ୍ୟୁ

ସୋନପୁର,୨୩।୩(ନି.ପ୍ର.): ସୁବର୍ଣ୍ଣପୁର ବନାଞ୍ଚଳ ଅନ୍ତର୍ଗତ ନାରାୟଣପୁର ବାଜିଖୋଲ ଜଙ୍ଗଲରେ ମଙ୍ଗଳବାର ରାତିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ହାତୀଟି ୫ ରୁ ୬ ବର୍ଷ ବୟସର ବୋଲି ଜଣାପଡିଛି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ କରିଛନ୍ତି।