ଚିନ୍ତା ବଢ଼ାଇଛନ୍ତି ୧୯ଟିକିଆ ହାତୀପଲ

ଖୁଣ୍ଟୁଣୀ/ଚୌଦ୍ୱାର,୧୯l୧୧(ଡି.ଏନ୍‌.ଏ): ଚନ୍ଦକାରୁ ୧୫ଦିନ ହେଲା ପଳାଇ ଆସିଥିବା ୧୯ଟିକିଆ ହାତୀପଲ ଖୁଣ୍ଟୁଣୀ ବନାଞ୍ଚଳର ସୁନିଆଁମୁହଁ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିତ୍ଲା ବେଳେ ଶୁକ୍ରବାର ଭୋର ସମୟରେ କୁଶପଙ୍ଗି ଦେଇ ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱ ଡିହସାହିକୁ ଚାଲି ଆସିଛନ୍ତି। ସେମାନେ ସକାଳ ହୋଇଯିବାରୁ ଜଙ୍ଗଲମୁହଁl ହୋଇ ନପାରି ଦିନତମାମ ଚୌଦ୍ୱାର ଥାନା କୟଳପଡ଼ା-ଡିହସାହିଗଡ଼ାଠାରେ ଅଟକି ରହିଛନ୍ତି। ହାତୀପଲ ରାଜପଥ ପାରହୋଇ ଛତିଶାପାଟ ଅଭିମୁଖେ ଯିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଘଟଣାସ୍ଥଳରେ ବହୁ ଲୋକ ଓ ଗାଡ଼ିମୋଟର ଯୋଗୁ ହାତୀ ଘଉଡ଼ାଇବାରେ ବନ କର୍ମଚାରୀ ଅସମର୍ଥ ହୋଇଛନ୍ତି। କାରଣ ଗୋଟିଏ ପଟେ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ହାତୀଙ୍କୁ ରାଜପଥ ପାର କରାଇ ଡାଲିଯୋଡ଼ା ଜଙ୍ଗଲମୁହାଁ କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ଡାଲିଜୋଡା ଜଙ୍ଗଲ ବିଭାଗ କର୍ମଚାରୀମାନେ ହାତୀଙ୍କୁ ସେପଟକୁ ନେବାକୁ ଚାହୁଁ ନଥିବା କାରଣରୁ ଏବେ ସମସ୍ତ ହାତୀପଲ ସେମାନଙ୍କ ଗନ୍ତବ୍ୟ ପଥରେ ଯାଇ ନପାରି ରାସ୍ତା ପାର୍ଶ ଗହୀର ବିଲରେ ଶୁକ୍ରବାର ଦିନତମାମ ଠିଆ ହୋଇ ରହିଛନ୍ତି ।
ଚନ୍ଦକା ହାତୀପଲ ନଭେମ୍ବର ୪ରୁ ଆଠଗଡ଼ ରେଞ୍ଜରୁ ଆସି ଖୁଣ୍ଟୁଣୀ ବନାଞ୍ଚଳରେ ପ୍ରବେଶ କରିଥିଲେ। ଗୁରୁବାର ସାରେ ହାତୀପଲ ସୁନିଆଁମୁହଁରୁ ବାହାରି କୁଷପଙ୍ଗି ଇଟାଙ୍ଗ ପାହାଡ଼ ଦେଇ ଗହୀର ବିଲରେ ପ୍ରବେଶ କରିଥିଲେ। ରାତି ସାରା କୁଶପଙ୍ଗି ଓ ଡିହସାହି ଗ୍ରାମର କେତେଜଣ ଚାଷୀଙ୍କ କ୍ଷେତରେ ଧାନ ଫସଲ ନଷ୍ଟ କରି ଭୋର ସମୟରେ କୁଶପଙ୍ଗି ନିକଟରେ ଜାତୀୟ ରାଜପଥ ଅତିକ୍ରମ କରି ଛତିଶାପାଟ ଦେଇ ଡାଳିଯୋଡ଼ା ରେଞ୍ଜ ଅଭିମୁଖେ ଯିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଯାଇନପାରି ଶେଷରେ ଦିନତମାମ ଗହୀର ମଧ୍ୟରେ ଠିଆ ହୋଇଥିବା ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ କହିଛନ୍ତି। କାଳେ ହାତୀପଲ ଜନବସତି ମୁହଁl ହେବେ ସେଥିପାଇଁ ଉଭୟ ଡାଳିଯୋଡ଼ା ଓ ଖୁଣ୍ଟୁଣୀ ଫରେଷ୍ଟ ରେଞ୍ଜ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଏହି ହାତୀପଲ ମଧ୍ୟରେ ୩ଟି ଦନ୍ତା, ୧୦ଟି ମାଈ ଓ ୬ଟି ଛୁଆ ହାତୀଥିବା ବନାଞ୍ଚଳ ଅଧିକାରୀ ସାହୁ ସୂଚନା ଦେଇଛି। ବିଳମ୍ବିତ ରାତିରେ ଜନଗହଳି କମିଲେ ହାତୀମାନଙ୍କୁ ଘଉଡ଼ାଇ ପୁଣି ଚନ୍ଦକା ଜଙ୍ଗଲମୁହଁା କରାଯିବ ବୋଲି ଚୌଦ୍ୱାର ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri