ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଗୋଡାଇଲେ ହାତୀପଲ

କୁଚିଣ୍ଡା,୮ା୭(ଡି.ଏନ୍‌.ଏ.) ସମ୍ବଲପୁର ଜିଲା ମହୁଳପାଲି ଥାନା କୁସୁମୀ ଫାଣ୍ଡି ଅଧୀନ କୁଚିଣ୍ଡା ବ୍ଲକ (କୁ) ଜମନକିରା ପଞ୍ଚାୟତ ଜଲଡିହି(ଲିଟିପଡା)ର ନରେନ୍ଦ୍ର କିଷାନ (୫୦) ହାତୀ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ନରେନ୍ଦ୍ର କେତେଜଣ ମହିଳାଙ୍କ ସହ ଛତୁ ଓ ଜଙ୍ଗଲି ଶାଗ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।

ହଠାତ୍‌ ୩ଟି ହାତୀ ହାବୁଡରେ ପଡି ଯିଏ ଯୁଆଡେ ଦୌଡି ଥିଲେ। ହେଲେ ନରେନ୍ଦ୍ର ଯାଇ ନ ପାରି ହାତୀ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କର ବାମ ଜଙ୍ଘ ଭାଙ୍ଗି ଗୁରୁତର ଆହତ ହୋଇଛନ୍ତି। ସାଙ୍ଗରେ ଯାଇଥିବା ମହିଳା ଗାଁକୁ ଫେରି ଘଟଣା ସମ୍ପର୍କରେ କହିବାରୁ ପରିବାର ଓ ଗ୍ରାମବାସୀ ଜଙ୍ଗଲକୁ ଯାଇ ତାଙ୍କୁ ଖୋଜିଥିଲେ। ସାରେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ମେଡିକାଲ ନେଇଥିଲେ। ସେଠାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।