ଘର ଭାଙ୍ଗିଲେ ହାତୀପଲ

ମୋରଡ଼ା,୨୮ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ମୋରଡ଼ା ବ୍ଲକର ମାଜଣା ଗ୍ରାମରେ ଗୁରୁବାର ଜଙ୍ଗଲୀ ହାତୀପଲ ପଶି ଦୁଇ ଜଣଙ୍କ ଘର ଭାଙ୍ଗିଥିବାର ଜଣାପଡ଼ିଛି।

ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନରେ ଥିବା ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇଚାଲିଛି। କିନ୍ତୁ ହାତୀ ଉପଦ୍ରବରେ ରୋକ୍‌ ଲଗାଇବାରେ ବନବିଭାଗ ବିଫଳ ହୋଇଛି। ଯାହା ଫଳରେ ଧନଜୀବନ କ୍ଷତି ଘଟୁଛି।
ତେବେ ଆଜି ଭୋର ସମୟରେ ମାଜଣା ଗ୍ରାମର ଫାଗୁ କିସ୍କୁ ଓ କରନ ମାରାଣ୍ଡିଙ୍କ ଘରକୁ ହାତୀ ଭାଙ୍ଗି ଦେଇଥିବା ସହିତ ଘରେ ଥିବା ଆସବାବପତ୍ର ନଷ୍ଟ କରିଥିବା ଜଣାପଡ଼ିଛି। ତେବେ ହାତୀପଲ ଉପରେ ବନବିଭାଗ କଡ଼ା ନଜର ରଖିଥିବା ରେଞ୍ଜର ଘନଶ୍ୟାମ ସିଂ ସୂଚନା ଦେଇଛନ୍ତି।