ହାତୀ ଆଦାୟ କରୁଛନ୍ତି ଟୋଲ ଟିକସ ! ଭିଡ଼ିଓ ଭାଇରାଲ, ୧ ମିଲିୟନରୁ ଅଧିକ ଭିୟୁ ସହିତ ୯୧ ହଜାରରୁ ଅଧିକ ଲାଇକ…

ଜୋହାନ୍ସବର୍ଗ,୧୮।୧ : ପୃଥିବୀରେ ଥିବା ବିଶାଳ ପ୍ରାଣୀମାନଙ୍କ ମଧ୍ୟରେ ହାତୀର ନାମ ପ୍ରଥମେ ଆସିଥାଏ। ବଡ ଏବଂ ଓଜନିଆ ହେବା ସହିତ ହାତୀ ସମ୍ବେଦନଶୀଳ ଏବଂ ବୁଦ୍ଧିମାନ ବୋଲି କୁହାଯାଏ। ହାତୀ ଶୀଘ୍ର କାହାକୁ ଆକ୍ରମଣ କରେ ନାହିଁ, କିନ୍ତୁ ଏହାର ସମ୍ମୁଖରେ ସିଂହ ଥିଲେ ମଧ୍ୟ ଏହା ସହିତ ଲଢ଼େଇ କରିବାକୁ ପଛାଏ ନାହିଁ। ଶକ୍ତିଶାଳୀ ହେବା ସହିତ ହାତୀ ମଧ୍ୟ ବହୁତ ଶାନ୍ତ ଏବଂ ବୁଦ୍ଧିମାନ ପ୍ରାଣୀ। ହାତୀର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ହାତୀମାନେ ଶାନ୍ତିପୂର୍ଣ୍ଣ ଭାବରେ ଜଙ୍ଗଲ ଦେଇ ଆସୁଥିବା କମଳା ଭର୍ତ୍ତି ଟ୍ରକରୁ ସେମାନଙ୍କ ଅଂଶ ବାହାର କରୁଛନ୍ତି। ଯେତେବେଳେ ଲୋକମାନେ ଏହି ଭିଡିଓ ଦେଖିଲେ, ସେମାନେ ହାତୀମାନେ ଟୋଲ ଟିକସ ଆଦାୟ କରୁଥିବା କମେଣ୍ଟ ଦେଇଛନ୍ତି। ବିନା ତାଲିମରେ ଜଙ୍ଗଲରେ ରହୁଥିବା ହାତୀମାୋନ କିଭଳି ଶୃଙ୍ଖଳିତ ଭାବେ ଏଭଳି କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭାଇରାଲ ହେଉଥିବା ଭିଡିଓରେ, ଏକ ଟ୍ରକ କମଳା ବୋଝେଇ କରି ନେଉଛି। କିନ୍ତୁ ରାସ୍ତାରେ ହଠାତ ଏହାର ଚକ ଖରାପ ହୋଇଯାଇଛି ଏବଂ ଡ୍ରାଇଭର ତାଙ୍କ ସାଥୀଙ୍କ ସହିତ ଏହାକୁ ମରାମତି କରୁଛନ୍ତି। କିଛି ସମୟ ମଧ୍ୟରେ ଏକ ହାତୀ ପଲ ପହଞ୍ଚି ଶାନ୍ତିଶୃଙ୍ଖଳାରେ ନିଜର ନିଜର ଭାଗ କାଢ଼ି ନେଉଛନ୍ତି। ସେମାନେ କାହାର କିଛି କ୍ଷତି କରୁ ନାହାନ୍ତି। ଟ୍ରକ ମରାମତି ନ ହେବା ପର୍ଯ୍ୟନ୍ତ, ସେମାନେ ଏହି କାର୍ଯ୍ୟ ଜାରି ରଖିଥିବାର ଦେଖିବାକୁ ମିଳୁଛି।

ଏହି ଭିଡିଓ କ୍ଲିପ ଦକ୍ଷିଣ ଆଫ୍ରିକାର ବୋଲି କୁହାଯାଉଛି, ଯାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ୱେଷ୍ଟଫ୍ରିକାନମ୍ୟାନ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଲୋକ ଦେଖିଥିବାବେଳେ ୯୧ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇ ଲୋକମାନେ ଲେଖିଛନ୍ତି ଯେତେବେଳେ ଆପଣ ଜଙ୍ଗଲକୁ ଆସିଛନ୍ତି, ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ।

 

Share