ହାତୀ ଭୟରେ ହତା ବନ୍ଦ

ଢେଙ୍କାନାଳ ଅଫିସ, ୯।୧: ଜଙ୍ଗଲ ଭିତରେ ଜନବସତି। ଗାଁ ସୀମାନ୍ତରେ ଅଭୟାରଣ୍ୟ। ଫଳରେ ଅରଣ୍ୟ ଇଲାକା ଡେଇଁ ବର୍ଷତମାମ ଗ୍ରାମାଭିମୁଖୀ ହେଉଛନ୍ତି ହିଂସ୍ର ବନ୍ୟପ୍ରାଣୀ। କି ଦିନ କି ରାତି ସଡ଼କରେ ନିର୍ଭୟରେ ଘୂରି ବୁଲୁଛନ୍ତି ସେମାନେ, ଯାହାକୁ ନେଇ ଢେଙ୍କାନାଳ ଜିଲା ସଦର ବ୍ଲକ ବଳଦିଆବନ୍ଧ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଖଜୁରିଆ, ବାଉଁଶଗୋଠ, ଗଜିବଣିଆ ଏବଂ ମୁଣ୍ଡାସାହି ଗ୍ରାମରେ ସୃଷ୍ଟି ହୋଇଛି ବିଚିତ୍ର ସ୍ଥିତି। ଭୋର୍‌ ସମୟରେ ଜଙ୍ଗଲୀଜନ୍ତୁଙ୍କ ପ୍ରାଦୁର୍ଭାବ ଅଧିକ ରହୁଥିବାରୁ ଭୟଭୀତ ଅଭିଭାବକ ପିଲାଙ୍କୁ ଘରଠାରୁ ୫ କି.ମି. ଦୂର ବିଦ୍ୟାଳୟକୁ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି। ବଣୁଆ ହାତୀଙ୍କ ଯୋଗୁ ସକାଳୁଆ ସ୍କୁଲ ହତା ଛାତ୍ରୀଛାତ୍ରଙ୍କ ପାଇଁ ଏକପ୍ରକାର ବନ୍ଦ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଢେଙ୍କାନାଳ ଜିଲା ସଦର ମହକୁମାଠାରୁ ମାତ୍ର ୧୪ କି.ମି. ଦୂରତାରେ ରହିଛି ଏହି ୪ ଗ୍ରାମ। ଜୁଆଙ୍ଗ ଓ ଶବର ଜନଜାତି ବହୁଳ ଏହି ଅଞ୍ଚଳର ଜନସଂଖ୍ୟା ୪୦୦ରୁ ଊର୍ଦ୍ଧ୍ୱ। ହେଲେ ଏହି ପୁରାତନ ଜନଜାତି ସମ୍ପ୍ରଦାୟର କଥା ସତେଯେମିତି ଭୁଲିଯାଇଛି ପ୍ରଶାସନ। ମୌଳିକ ସୁବିଧା ତ ଦୂରର କଥା, ହାତୀ ଭୟ ପାଇଁ ସରକାରଙ୍କ ନିଃଶୁଳ୍କ ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାରୁ ମଧ୍ୟ ଏଠାକାର ଛାତ୍ରୀଛାତ୍ର ବଞ୍ଚତ୍ତ ହେଉଛନ୍ତି। ହିଂସ୍ରପ୍ରାଣୀଙ୍କ ପାଇଁ ଶିଶୁ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ବଢ଼ି ଚାଲିଥିବା ଏଭଳି ବ୍ୟବଧାନ ଅଭିଭାବକଙ୍କ ଚିନ୍ତା ବଢ଼ାଇଦେଇଛି। ୱାର୍ଡମେମ୍ବର ବିନତା ପଧାନ, ଗ୍ରାମର ଦୁଃଖବନ୍ଧୁ ନାୟକ, ତପସ୍ବିନୀ ନାୟକ, ରେଖା ନାୟକ ପ୍ରମୁଖଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମ ଇଲାକାରେ ହାତୀପଲ ଗୋରୁପଲ ଭଳି ବର୍ଷସାରା ଘୂରି ବୁଲୁଛନ୍ତି। ଅପରାହ୍ନ ୩ଟା ପରେ ହାତୀଙ୍କ ରଡ଼ିରେ ଅଞ୍ଚଳ ଥରହର ହେଉଛି। ସଞ୍ଜ ପୂର୍ବରୁ ଗ୍ରାମବାସୀ ଘରେ ନିଜକୁ କଏଦ କରି ନେବାକୁ ବାଧ୍ୟ ହେଉଛନ୍ତି। ଗ୍ରାମଠାରୁ ୫ କିଲୋମିଟର ପଞ୍ଚାୟତ ସଦରରେ ଅବସ୍ଥିତ ବଳଦିଆବନ୍ଧ ହାଇସ୍କୁଲକୁ ୯ମ ଏବଂ ୧୦ମ ଶ୍ରେଣୀର ପିଲାମାନେ ଚାଲିଚାଲି ଯାଇଥାଆନ୍ତି। ସେହିପରି ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ପିଲାମାନେ ଜଙ୍ଗଲିଆ ରାସ୍ତାରେ ଜୀବନକୁ ବିପଦରେ ପକାଇ ମହୁଲପଡା ଉଚ୍ଚ ପ୍ରାଥମିକ ସ୍କୁଲକୁ ଯାଇଥାଆନ୍ତି। ଖଜୁରିଆ ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପ୍ରାଥମିକ ସ୍କୁଲ ରହିଛି। ତେବେ ପାହାଡ଼ ନିକଟରେ ଥିବା ଏହି ବିଦ୍ୟାଳୟରେ ପାଚେରି ନାହିଁ। ଅନେକ ସମୟରେ ହାତୀ ପଶି ଆସୁଛନ୍ତି। ଛାତ୍ରୀଛାତ୍ରଙ୍କ ଜୀବନ ବିପଦରେ ପଡୁଛି। ତେଣୁ ସକାଳୁଆ ସ୍କୁଲ ହେଲେ ଅଭିଭାବକମାନେ ପିଲାଙ୍କୁ ଛାଡୁନାହାନ୍ତି।
ଚାଷବାସ କରି ଅଞ୍ଚଳର ଲୋକେ ଜୀବିକା ନିର୍ବାହ କରୁଥିବାବେଳେ ହାତୀ ଉପଦ୍ରବ ସେମାନଙ୍କ ଆର୍ଥିକ ସ୍ଥିତିକୁ ରୁଗ୍‌ଣ କରିଦେଇଛି। ବନ ବିଭାଗ ପକ୍ଷରୁ ଠିକ୍‌ ଭାବେ ଟ୍ରେଞ୍ଚ୍‌ ଖୋଳାଯାଇ ନ ଥିବାରୁ ହାତୀ ଏହାକୁ ଡେଇଁ ଗାଁକୁ ଚାଲି ଆସୁଛନ୍ତି। ଅମଳ କରି ରଖାଯାଇଥିବା ଧାନ ବସ୍ତା ଟେକି ନେଇ ଜଙ୍ଗଲକୁ ପଳାଉଛନ୍ତି। ସେହିପରି ପାନୀୟ ଜଳ ଏବଂ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟାରେ ଅଞ୍ଚଳବାସୀ ବର୍ଷସାରା ସନ୍ତୁଳି ହେଉଛନ୍ତି। କେବଳ ଭୋଟ ଆସିଲେ ଗ୍ରାମବାସୀ ଖୋଜାପଡ଼ନ୍ତି। ଅନ୍ୟଦିନରେ ପ୍ରଶାସନିକ ଅଧିକାରୀ କିମ୍ବା ନେତାଙ୍କ ପାଦ ପଡୁ ନ ଥିବା ଅଭିଯୋଗ ହେଉଛି। ଜିଲା ପ୍ରଶାସନ, ବନ ବିଭାଗ ତୁରନ୍ତ ସମସ୍ୟାର ସମାଧାନ ନ କଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri