Categories: ଫୁରସତ

ହାତୀ ପିନ୍ଧିଛି ପ୍ୟାଣ୍ଟ-ଶର୍ଟ, ଫଟୋ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ସାଧାରଣତଃ ମଣିଷମାନେ ପାଣ୍ଟ-ଶର୍ଟ ପିନ୍ଧୁଥିବା ଆପଣ ଦେଖିଥିବେ। ମାତ୍ର କେବେ ହାତୀ ପ୍ୟାଣ୍ଟ ଶର୍ଟ ପିନ୍ଧି ରାସ୍ତାରେ ଯିବା ଦେଖିଛନ୍ତି କି? ଯଦି ନା ତେବେ ଏହି ଫଟୋ ଦେଖିଲେ ସନ୍ଦେହ ଦୂର ହୋଇଯିବ। ଦେଶର ପ୍ରତିଷ୍ଠିତ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କ ସୋସିଆଲ ମିଡିଆରେ ଏକ ହାତୀର ଫଟୋ ଶେୟାର କରିଛନ୍ତି। ଯାହାକି ପୂରା ମଣିଷ ପରି ପ୍ୟାଣ୍ଟ-ଶର୍ଟ ପିନ୍ଧିଛି।

ଆନନ୍ଦ ମହିନ୍ଦ୍ରା ମାର୍ଚ୍ଚ ୩ ଅର୍ଥାତ୍‌ ଆଜି ଏହି ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ଅତୂଲ୍ୟ ଭାରତ’। ପରେ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଫଟୋରେ ହାତୀ ଏକ କଳା ରଙ୍ଗର ବେଲ୍ଟ ସହିତ ବାଇଗଣୀ ରଙ୍ଗର ଶର୍ଟ ଏବଂ ଧଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଛି। ହାତୀ ତା’ ମାହୁନ୍ତ ସହ ବୁଲୁଥିବା ନଜର ଆସିଛି। ଫଟୋଟି ଶେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ୩୦୦୦ରୁ ଅଧିକ ଲୋକ ପସନ୍ଦ କରିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, ହାତୀଟି ଜିନ୍ସ ପିନ୍ଧି ପ୍ରଫେଶନାଲ ଲାଗୁଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମାହୁନ୍ତ ଲୁଙ୍ଗି ପିନ୍ଧିଥିବା ବେଳେ ହାତୀ ପାଣ୍ଟ-ଶର୍ଟ? ବହୁତ ବଢ଼ିଆ!

ଫଟୋ କେଉଁ ରାଜ୍ୟର ଯଦି ସ୍ପଷ୍ଟ ହୋଇନି ତେବେ ବେଶଭୂଷାରୁ ଲାଗୁଛି ଏହା ଦକ୍ଷିଣ ଭାରତର।

Share