ସୁନ୍ଦରଗଡ,୨୫।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ କରୁଆବାହାଲ ଗ୍ରାମ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ଶନିବାର ସକାଳୁ ଗ୍ରାମ ନିକଟରେ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ହାତୀଟି ଅସୁସ୍ଥ ଥିବାଭଳି ଦେଖାଯାଉଥିଲା ଓ ଧୀରେଧୀରେ ଚାଲୁଥିଲା।
ପରେ ହାତୀର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଜଣାଇଥିଲେ। ଖବରପାଇ ସୁନ୍ଦରଗଗଡ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି।
ଡିଏଫ୍ଓ ପ୍ରଦୀପ କୁମାର ମିରାସେ ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି, ହାତୀ-ହାତୀ ମଧ୍ୟରେ ଲଢ଼େଇ ହୋଇ ଉକ୍ତ ହାତୀର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ହାତୀର କାନ, ମୁଣ୍ଡ ଏବଂ ଶରୀରରେ ଆଘାତ ଲାଗିଛି। ହାତୀଟି ଛତିଶଗଡ଼ ସୀମାରୁ ଓଡ଼ିଶା ଭିତରକୁ ପଶିଆସିଛି।


