ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରୁଥିଲା ଦନ୍ତା: ଅଣାଗଲା କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ,୬।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଛି। ହାତୀଟିର ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ। ହାତୀଟିକୁ  ବର୍ତ୍ତମାନ ଉଦ୍ଧାର କେନ୍ଦ୍ର ଭିତରେ ଥିବା ଏନ୍‌କ୍ଲୋଜରରେ ରଖାଯିବ ।
ହାତୀଟିର ବ୍ୟବହାର ଉପରେ ମଧ୍ୟ ନଜର ରଖାଯାଇଛି । ବ୍ୟବହାର ପରିବର୍ତ୍ତନ ହେଲେ ରାଜ୍ୟ ବନବିଭାଗ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ନେବ  ବୋଲି  ଡିଏଫଓ ସୁମିତ କର ସୂଚନା ଦେଇଛନ୍ତି ।
ହାତୀଟି ବୌଦ୍ଧ ଜିଲାରେ ଉପଦ୍ରବ କରି ଲୋକଙ୍କ ଜୀବନ ନେବା ସହିତ ଘର ଭାଙ୍ଗିବା , ଫସଲ ନଷ୍ଟ କରିବା ଜନଗହଳି ଅଞ୍ଚଳରେ ଲୋକଙ୍କୁ ଆକ୍ରମଣ କରି ଆତଙ୍କ ସୃଷ୍ଟି କରୁଥିଲା। ଏହାକୁ ମିଶାଇ କପିଳାସ ହାତୀ ଉଦ୍ଧାରକେନ୍ଦ୍ରରେ ମୋଟ ହାତୀ ସଂଖ୍ୟା ୮ରେ ପହଞ୍ଚିଛି ।