ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତା

ବାରଙ୍ଗ,୧୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତାହାତୀ। ନନ୍ଦନକାନନ ପଛପଟ ପାଚେରି ଭାଙ୍ଗି ଦନ୍ତା ପରିସରକୁ ପଶିଥିଲା। ଟୟ ଟ୍ରେନ୍‌ ଧାରଣା ଉପରେ ଆସି ବୋଟ୍‌ ଘାଟ ପର୍ଯ୍ୟନ୍ତ ଯାଇ ସେଠାରୁ ବାଘ ସଫାରି ପଛପଟେ ଥିବା ହମିରା ଟାଙ୍କି ନିକଟରେ ଏବେ ରହିଛି। ତେବେ ନନ୍ଦନକାନନର ବିଶେଷ କ୍ଷୟକ୍ଷତି କରିନାହିଁ। ହାତୀକୁ ଘଉଡ଼ାଇବା ପାଇଁ ବନ କର୍ମଚାରୀ ଜଗି ରହିଛନ୍ତି।