ଘରେ ଶୋଇଥିଲେ ଦଳିଦେଲା ହାତୀ

ତାଳଚେର,୫।୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଅଧୀନ ସନ୍ଥପଡ଼ା ଗ୍ରାମର ଶନ୍ତରାମୁଣ୍ଡା ସାହିରେ ଏକ ହାତୀ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରିଛି । ଫଳରେ ସ୍ତ୍ରୀ କାଞ୍ଚନ ମୁଣ୍ଡା(୫୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ମୁକୁନ୍ଦ ମୁଣ୍ଡା(୬୦) ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ସ୍ବାମୀ ସ୍ତ୍ରୀ ଘରେ ଶୋଇଥିଲେ। ସେତିକିବେଳେ ଏକ ହାତୀ ଚାଳିଆସି ଘର ଭାଙ୍ଗିବା ସହ କାଞ୍ଚନଙ୍କୁ ଦଳି ଦେଇଥିଲା। ଏପରିକି ଦନ୍ତା ଆକ୍ରମଣରେ ମୁକୁନ୍ଦ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ କୁମୁଦଙ୍କୁ ଉଦ୍ଧାର କରି ମଣ୍ଡପାଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇ ତାଳଚେର ପୋଲିସ ଏବଂ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପଠାଇଛି l କ୍ଷତିପୂରଣ ବାବଦକୁ ବନବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୪୦ ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ…

ଦୋଳିରେ ବସି ମଜା ନେଉଥିଲେ ଲୋକେ, ହଠାତ୍‌ ପୋଲିସ ଅଧିକାରୀଙ୍କ ଉପରେ ଖସିପଡ଼ିଲା, ଆଉ ତା’ ପରେ…

ଚଣ୍ଡିଗଡ଼,୮ା୨: ହରିୟାଣାର ସୂରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ଏକ ଭୟଙ୍କର ଅଘଟଣ ଘଟିଛି। ମେଳାରେ ହଠାତ୍‌ ଦୋଳି ଛିଡ଼ିପଡ଼ିବାରୁ ସେଠାରେ ନିୟୋଜିତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବାବେଳେ…

ରୋଷେଇ କରିବାକୁ ମନା କଲେ ସ୍ତ୍ରୀ, ରାଗିଯାଇ ଗୁଳି କରି ହତ୍ୟା କଲେ ସ୍ବାମୀ

ଭୋପାଳ,୮।୨: ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମାନସିକ ବିକାରଗ୍ରସ୍ତ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri