ହାତୀ ନେଲା ଚାଷୀଙ୍କ ଜୀବନ

ଢେଙ୍କାନାଳ ଅଫିସ,୩୦।୪: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧ ପଞ୍ଚାୟତ କୁରମଟାଙ୍ଗର ଗ୍ରାମରେ ରବିବାର ହାତୀ ଆତଙ୍କ ଦେଖାଦେଇଛି। ଦନ୍ତା ଆକ୍ରମଣରେ ଚାଷୀ ଶ୍ରୀକାନ୍ତ ପରିଡ଼ାଙ୍କ ଭୋର ସମୟରେ ମୃତ୍ୟୁ ଘଟିଛି । ଶ୍ରୀକାନ୍ତ ଧାନ ଚାଷ ଜଗିବା ପାଇଁ ଉକ୍ତ ଜମି ନିକଟସ୍ଥ ପୋଖାରୀ ମଣ୍ଡପରେ ଶୋଇଥିଲେ। ଏକ ଦନ୍ତା ହାତୀ ପୋଖରୀକୁ ପାଣି ପିଇବାକୁ ଯାଇଥିବା ବେଳେ ଶ୍ରୀକାନ୍ତଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ସଦର ରେଞ୍ଜ ବକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଦନ୍ତାକୁ ନେଇ ଗ୍ରାମରେ ଆତଙ୍କ ଦେଖାଦେଇଛି।