ଦନ୍ତା ବଢ଼ାଇଛି ଆତଙ୍କ

ଢେଙ୍କାନାଳ ଅଫିସ, ୧।୨: ଢେଙ୍କାନାଳ ଜିଲାରେ ବର୍ଷ ଆରମ୍ଭରୁ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ଧାରଣ କରିଛି। ଫସଲ ଅମଳ ସରିଯାଇଥିବାବେଳେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ପରଜଙ୍ଗ, ହିନ୍ଦୋଳ ଏବଂ ସଦର ବ୍ଲକରେ ଗୋଠଛଡ଼ା ଦନ୍ତା ବ୍ୟାପକ ଉପଦ୍ରବ ଆରମ୍ଭ କରିଛନ୍ତି। ରବିବାର ନରହନ୍ତା ଦନ୍ତା ଆକ୍ରମଣରେ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳର ଯୁବଚାଷୀ ପ୍ରଶାନ୍ତ ରାଉତ (୩୨)ଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ସକାଳ ୭ଟାରୁ ସାଢ଼େ ୯ଟା ଯାଏ ଗୋବିନ୍ଦପୁରଠାରେ ୫୫ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଗତ ୧୫ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ଏଥିପୂର୍ବରୁ ଦାମୋଦରନାଳୀ, ଗହମଖୁଣ୍ଟିରେ ଦୁଇଜଣଙ୍କୁ ଏହି ଦନ୍ତା ଦଳି ମାରିଦେଇଥିଲା। ଦିନକୁ ଦିନ ଉକ୍ତ ହାତୀ ରକ୍ତମୁଖା ହେଉଛି। ବାଡ଼ିବଗିଚାରେ ପଶି ବ୍ୟାପକ ଉପଦ୍ରବ କରୁଛି। ଘଉଡ଼ାଇଲେ ମାରିବାକୁ ଗୋଡ଼ାଉଛି। ତୁରନ୍ତ ଦନ୍ତାକୁ ଅନ୍ୟତ୍ର ସ୍ଥାନାନ୍ତର କରା ନ ଗଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ପ୍ରଶାନ୍ତ ଧାନ ଫସଲ ଜଗିବାକୁ ବିଲକୁ ଯାଇ ଗୋବିନ୍ଦପୁର ଗୋଡିସାହିସ୍ଥିତ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ଶୋଇଥିଲେ। ଭୋର୍‌ ସମୟରେ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ପ୍ରଥମେ ଜିଲା ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ନରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅଞ୍ଚଳବାସୀଙ୍କ କହିବା କଥା, ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହୋଇଛି। ଫଳରେ ବ୍ୟାପକ ଧନଜୀବନ ହାନି ହେଉଛି। ତୁରନ୍ତ ହାତୀକୁ ଅନ୍ୟତ୍ର ନ ଘଉଡ଼ାଇଲେ ଜନଆନ୍ଦୋଳନ ତୀବ୍ରତର ହେବ। ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସୂଚନା ପାଇ ସଦର ଥାନାଧିକାରୀ ସନ୍ଧ୍ୟାରାଣୀ ବେଉରିଆ, ସଦର ରେଞ୍ଜର ଧରିତ୍ରୀ ମୁର୍ମୁ, ଫାଣ୍ଡି ଅଧିକାରୀ ସତ୍ୟଜିତ ଭୂତିଆ ପ୍ରମୁଖ ସଦଳବଳ ପହଞ୍ଚତ୍ ବୁଝାଶୁଝା କରିଥିଲେ। ରେଡ୍‌କ୍ରସ୍‌ ଏବଂ ବନ ବିଭାଗ ପକ୍ଷରୁ ଚିକିତ୍ସା ପାଇଁ ଆର୍ଥତ୍କ ସହାୟତା ପ୍ରଦାନ କରାଯିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ପ୍ରଶାନ୍ତଙ୍କ ସ୍ତ୍ରୀଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଥିଲେ ସୋମବାର ସୁଦ୍ଧା ୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ।

ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି
ଦନ୍ତା ଉପଦ୍ରବରେ ଚାଷୀ, ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସଞ୍ଜ ଗଡ଼ିଲେ ରାସ୍ତାରେ ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି। ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ହାତୀକୁ ଅନ୍ୟତ୍ର ନ ଘଉଡ଼ାଇଲେ ଆନ୍ଦୋଳନ ତୀବ୍ରତର ହେବ।
-ଅକ୍ଷୟ ରାଉତ, ପୂର୍ବତନ ସରପଞ୍ଚ

ଘରୁ ପଦାକୁ ବାହାରି ହେଉନି
ଦୁଇ ସପ୍ତାହରେ ଏହି ଗୋଠଛଡ଼ା ଦନ୍ତା ୩ଜଣଙ୍କୁ ମାରି ସାରିଲାଣି। ହାତୀ ଉପଦ୍ରବ ଯୋଗୁ ଘରୁ ପଦାକୁ ବାହାରି ହେଉନାହିଁ। ଡିଏଫ୍‌ଓଙ୍କୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବନ ବିଭାଗ ଲୋକଙ୍କ ସୁରକ୍ଷା କଥା ଚିନ୍ତା କରୁନାହିଁ। ଭୟ ଓ ଆତଙ୍କରେ ଦିନ କାଟୁଛୁ।
-ସନ୍ତୋଷ ସ୍ବାଇଁ, ଗ୍ରାମବାସୀ

ଟ୍ରାଙ୍କୁଲାଇଜ୍‌ କରି ସ୍ଥାନାନ୍ତର କରାଯାଉ
ଉପଦ୍ରବ କରୁଥିବା ଦନ୍ତା ପାଇଁ ଅଞ୍ଚଳବାସୀ ଭୟ ଆତଙ୍କରେ ଦିନ କାଟୁଛନ୍ତି। ଏହାକୁ ଟ୍ରାଙ୍କୁଲାଇଜ୍‌ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼ିଛି। ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ବନ ବିଭାଗ ନିକଟରେ ଦାବି କରାଯାଇଛି।
-ଦିଲୀପ ପଟ୍ଟନାୟକ, ଗୋବିନ୍ଦପୁର

ଉଚ୍ଚ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ
ସଦର ରେଞ୍ଜ୍‌ର ମେଘା ସଂରକ୍ଷିତ ଜଙ୍ଗଲରୁ ଉକ୍ତ ଦନ୍ତା ହାତୀ ଆସି ନିକଟବର୍ତ୍ତୀ ଅଞ୍ଚଳରେ ଉପଦ୍ରବ କରୁଛି। ଭୋର୍‌ ୪ଟା ବେଳେ ପ୍ରଶାନ୍ତ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଟ୍ରାଙ୍କୁଲାଇଜ୍‌ କରିବା କ୍ଷମତା ଆମ ହାତରେ ନାହିଁ। ଏ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ।
-ଧରିତ୍ରୀ ମୁର୍ମୁ, ସଦର ରେଞ୍ଜର


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri