Categories: ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରୋକିଲା ହାତୀ…

ଡେରାଡୁନ୍‌, ୧୫।୯ : ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଦଳକୁ ଏକ ହାତୀ ରୋକିଛି। ମୁଖ୍ୟମନ୍ତ୍ରୀ ଦଳ ସମ୍ମୁଖରେ ଏକ ହାତୀ ଆସିଥିଲା। ହାତୀ ଆଗକୁ ଆସି ଦଳକୁ ଅଟକାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ଥିବା ଉଚ୍ଚ ପଥର ଉପରେ ଚଢ଼ିବାକୁ ସୁରକ୍ଷାକର୍ମୀ ପରାମର୍ଶ ଦେଇଥିଲେ। ହାତୀ ଦୀର୍ଘ ସମୟ ବାଟ ଓଗାଳି ରହିଥିଲା।

ପରେ ହାତୀ ଚାଲିଯିବା ପରେ ପଥରରୁ ଓହ୍ଲାଇ ଗନ୍ତବ୍ୟ ପଥରେ ମୁଖ୍ୟମନ୍ତ୍ରୀଙ୍କ ଦଳ ଯାତ୍ରା ଆରମ୍ଭ କରିଥିଲେ। ଏହାର ୪୧ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଦୁଗଡ୍ଡାରୁ କୋଟୱାର୍‌ ଯାଉଥିବା ପୂର୍ବତନ ତ୍ରିବେନ୍ଦ୍ର ରାୱତଙ୍କ ଦଳ ସମ୍ମୁଖରେ ଏକ ହାତୀ ଆସିଥିଲା। ଗୋଟିଏ ପରେ ଗୋଟିଏ ୨୫ ରୁ ୩୦ ଗାଡି ସେମାନଙ୍କ ପଛରେ ଅଟକି ଗଲା। ଏହି ସମୟରେ ତ୍ରିବେନ୍ଦ୍ର କାର ଛାଡି ପଥର ଉପରକୁ ଚଢ଼ିଥିଲେ।

ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ କର୍ମଚାରୀମାନେ ଫାଙ୍କା ଗୁଳି ଚଳାଇ ହାତୀକୁ ସେଠାରୁ ତଡ଼ି ଦେଇଥିଲେ। ବୁଧବାର ଭୋର୍‌ ପ୍ରାୟ ସାଢ଼େ ୫ଟା ସମୟରେ ଏହି ଘଟଣା ଘଟିଛି। ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ସମସ୍ତେ ବାଟରେ ଅଟକି ରହିଥିଲେ।

ହାତୀ ରାସ୍ତା ଓଗାଳିବା ସମୟରେ ପରେ ତ୍ରିବେନ୍ଦ୍ର ରାୱତ ତାଙ୍କ କାରରେ ବସିଥିଲେ। କିନ୍ତୁ, ଯେତେବେଳେ ହାତୀ ଆକ୍ରମଣାତ୍ମକ ଭାବରେ ସେମାନଙ୍କ ଆଡକୁ ଆସିବାକୁୁ ଲାଗିଲା, ସେତେବେଳେ ତ୍ରିବେନ୍ଦ୍ରଙ୍କ ସମେତ ଅନ୍ୟମାନେ କାରରୁ ଓହ୍ଲାଇ ନିକଟରେ ଥିବା ଉଚ୍ଚା ଉପରକୁ ଚଢ଼ି ଯାଇଥିଲେ।

 

Share