ମାଟିତଳୁ ହାତୀ କଙ୍କାଳ ଉଦ୍ଧାର, ୨ ଫରେଷ୍ଟର ନିଲମ୍ବିତ

ଅନୁଗୋଳ ଅଫିସ, ୨୬।୬: ଅନୁଗୁଳ ସାତକୋଶିଆ ବନଖଣ୍ଡ ଅଧୀନ କଟକ ଜିଲା ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର ହୋଇଛି। ଦନ୍ତାହାତୀର ଦାନ୍ତ କଟାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ବନ ବିଭାଗର ୨ ଜଣ ଫରେଷ୍ଟର ଅନୁପମା ସାହୁ ଏବଂ ସହଦେବ ସୋରେନକୁ ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ନିଲମ୍ବନ କରିଛନ୍ତି। ଏହା ସହିତ ୩ ଜଣ ୱାଚର୍‌ ଗିରଫ ହୋଇଛନ୍ତି।
ତେବେ ଦନ୍ତାହାତୀର ମୃତ୍ୟୁ ପଛରେ ରେଞ୍ଜରଙ୍କ ସମ୍ପୃକ୍ତ ଥିବା ବନ ବିଭାଗ ସୂଚନା ଦେଇଛି। ରେଞ୍ଜରଙ୍କ ଇଙ୍ଗିତରେ ଫରେଷ୍ଟର ଏବଂ ୱାଚରମାନେ ହାତୀକୁ ବର୍ଷେ ତଳେ ଏଠାରେ ପୋତି ଦେଇଥିଲେ। ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ଦନ୍ତାର ମୃତ୍ୟୁ ଘଟିଛି ସେନେଇ ଅଧିକ ତଦନ୍ତ ଚାଲିଛି ବୋଲି ସାତକୋଶିଆ ଡିଏଫଓ କହିଛନ୍ତି।