ହାତୀଦାନ୍ତ ପାଇଁ ବଢୁଛି ଶିକାର

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ହାତୀ-ମଣିଷ ଲଢ଼େଇରେ ଉଭୟ ହାତୀ ଓ ମଣିଷ ବଳି ପଡୁଛନ୍ତି। ହାତୀ ପରିବେଶପ୍ରେମୀ ଓ ବନ୍ୟପ୍ରାଣୀପ୍ରେମୀଙ୍କ ସମର୍ଥନ ପାଉଥିବାବେଳେ ମଣିଷ ଦଳମତ ନିର୍ବିଶେଷରେ ରାଜନେତାଙ୍କ ସମର୍ଥନ ପାଉଛି। ନିଜ ଫସଲକୁ ରକ୍ଷା କରିବା ପାଇଁ ଲୋକଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି କିମ୍ବା ରେଳ ଧକ୍କାରେ ଯଦିଓ ହାତୀ ମରୁଛନ୍ତି, କିନ୍ତୁ ଏହାର ଆଢୁଆଳରେ ରୀତିମତ ହାତୀଦାନ୍ତର ଚୋରା କାରବାର ବଢ଼ିବାରେ ଲାଗିଛି। ଦାନ୍ତ ପାଇଁ ମଧ୍ୟ ହାତୀ ଶିକାର ବଢ଼ିଚାଲିଛି, ଯାହା ଏବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ବ୍ୟଥିତ କରୁଛି।

ଚାଲିଛି ଚୋରା କାରବାର
ଭାରତ ତଥା ଓଡ଼ିଶାରେ ଯଦିଓ ଖୋଲାଖୋଲି ଭାବେ ହାତୀଦାନ୍ତ ନିର୍ମିତ ପ୍ରସାଧନ ସାମଗ୍ରୀ, ଗହଣା ବିକ୍ରି ବା ବ୍ୟବହାର କରାଯାଉନାହିଁ, କିନ୍ତୁ ହାତୀଦାନ୍ତ ଜବତ ହେବା ଘଟଣା ଦିନକୁ ଦିନ ବଢୁଥିବା କଥା ୱାଇଲ୍ଡ ଲାଇଫ୍‌ ସୋସାଇଟି (ଡବ୍ଲ୍ୟୁଏସ୍‌ଓ)ର ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଓଡ଼ିଶାରେ ୨୦୧୨ ମସିହାରୁ ଏପର୍ଯ୍ୟନ୍ତ ଅର୍ଥାତ୍‌ ଗତ ୯ ବର୍ଷରେ ପ୍ରାୟ ୧୧୬ କିଲୋଗ୍ରାମରୁ ଊର୍ଦ୍ଧ୍ୱ ଓଜନର ହାତୀଦାନ୍ତ ଜବତ ହୋଇଛି। ଏହି ମାମଲାରେ ଜଡ଼ିତ ୬୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରେ ୨୦୧୨ ଓ ୨୦୧୩ରେ ଗୋଟିଏ ଲେଖାଏ, ୨୦୧୬ରେ ୩ଟି, ୨୦୧୭ରେ ୫ଟି, ୨୦୧୮ରେ ୨ଟି ଏବଂ ୨୦୨୦ରେ ୫ଟି ମାମଲା ରହିଛି। କିନ୍ତୁ ୨୦୨୧ ଜାନୁୟାରୀ ୧୪ରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସମ୍ବଲପୁରରୁ ୧୦ କେଜି ଓଜନର ୨ଖଣ୍ଡ ହାତୀଦାନ୍ତ ଜବତ କରିଥିଲା। ସେହିପରି ଫେବୃୟାରୀ ୭ତାରିଖରେ କେନ୍ଦୁଝର ସହର ଭିତରୁ ୨ଟି ପୂର୍ଣ୍ଣ ହାତୀଦାନ୍ତ ଜବତ କରାଯାଇଛି। ଏ ସମ୍ପର୍କରେ ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, ଓଡ଼ିଶାରେ ବନ୍ୟପ୍ରାଣୀ ଏବେ ବିପଦ ମୁଖରେ। ହାତୀଦାନ୍ତ ଠାରୁ ଆରମ୍ଭ କରି ବାଘଛାଲ ଓ ବଜ୍ରକାପ୍ତା ଚାଲାଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହା କେଉଁଠି ବି ଜବତ ହେଉଛି ତାହା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ହେଉଛି। ଏ ସବୁ ରୋକିବାରେ ବନ ବିଭାଗ ସମ୍ପୂର୍ଣ୍ଣ ଅସଫଳ। ବିଭାଗ ଏପରି କି ମନ୍ତ୍ରୀ ମଧ୍ୟ ଏ ଦିଗରେ ଧ୍ୟାନ ଦେଉ ନାହାନ୍ତି। ଯଦି ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦିଅନ୍ତେ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ, ତେବେ କିଛି ମାତ୍ରାରେ ଏହା ରୋକାଯାଇପାରନ୍ତା।

ହାତୀଦାନ୍ତର ବ୍ୟବହାର
ହାତୀଦାନ୍ତର ଚାହିଦା ଏବେ ନୁହେଁ, କାହିଁ କେଉଁ ରାଜାରାଜୁଡ଼ା ଅମଳରୁ ରହିଆସିଛି। ଆଗକୁ ମଧ୍ୟ ଏହାର ଚାଦିଦା କମିବାର ଲକ୍ଷଣ ଦେଖାଯାଉନାହିଁ। କାରଣ ଅନେକ କାମରେ ହାତୀଦାନ୍ତର ବ୍ୟବହାର ହୋଇଥାଏ। ହାତୀଦାନ୍ତରେ ମଣିଷର ସୌନ୍ଦର୍ଯ୍ୟବର୍ଦ୍ଧକ ସାମଗ୍ରୀ, ଗହଣା ସାଙ୍ଗକୁ ଘରକରଣା ଉପକରଣ ପ୍ରଭୃତି ତିଆରି କରାଯାଏ। ଯାହାକୁ ମଣିଷ ନିଜେ ବ୍ୟବହାର କରିବା ସହ ଓ ଘର ସଜେଇବା ପାଇଁ ବ୍ୟବହାର କରିଥାଏ। ହାତୀଦାନ୍ତର ଗହଣା ବିଶେଷକରି ଆଭିଜାତ୍ୟ ବା ଧନୀକ ବର୍ଗର ଅଧିକ ପସନ୍ଦ। ହାତୀଦାନ୍ତ ନିର୍ମିତ ଚାମଚ, ସିନ୍ଦୁକ, ବ୍ରେସ୍‌ଲେଟ, ମୁଦି, ମହିଳାଙ୍କ ହେୟାର ପିନ୍‌, ଚୁଡ଼ିି, ଶଙ୍ଖା ଇତ୍ୟାଦି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ। କେବଳ ସେତିକି ନୁହେଁ ଛୁରି ବା ଖଣ୍ଡାର ମୁଠା ହେଉ ବା ନିଜ ମନ ପସନ୍ଦର ଠାକୁର କିମ୍ବା କୌଣସି ଚରିତ୍ରର ମୂର୍ତ୍ତି ପାଇଁ ମଧ୍ୟ ହାତୀଦାନ୍ତକୁ ବ୍ୟବହାର କରାଯାଇଥାଏ।

ଆନ୍ତର୍ଜାତିକ ବଜାରରେ ଚାହିଦା
ଆନ୍ତର୍ଜାତିକ ବଜାରରେ ହାତୀଦାନ୍ତର ମୂଲ୍ୟ ସୁନା ଭଳି ଅଧିକ। ୨୦୧୯ରେ ବିଶ୍ୱରେ ସବୁଠାରୁ ଅଧିକ ହାତୀଦାନ୍ତ ବ୍ୟବହାର କରୁଥିବା ଏକ ନମ୍ବର ଦେଶ ଥିଲା ଚାଇନା। ଏହା ପଛକୁ ପଛ ଥିଲେ ଜାପାନ, ଥାଇଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା। ତେବେ ହାତୀଦାନ୍ତ ପାଇଁ ମୁଖ୍ୟତଃ ଆଫ୍ରିକୀୟ ଏବଂ ଏସୀୟ ଦେଶରେ ହାତୀ ଶିକାର କରାଯାଇଥାଏ। ଭାରତରୁ ବଜ୍ରକାପ୍ତା ଏବଂ ବାଘଛାଲ ଯେଉଁ ପଥ ଦେଇ ବିଦେଶକୁ ଚୋରାରେ ରପ୍ତାନି ହୁଏ, ସେହି ବାଟ ଦେଇ ମଧ୍ୟ ହାତୀଦାନ୍ତ ବିଦେଶକୁ ଚାଲାଣ କରାଯାଇଥାଏ ଏବଂ ସେହି ଏକା ର଼୍ୟାକେଟ ମାଧ୍ୟମରେ ଏହା ହୋଇଥାଏ ବୋଲି
ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
ରିପୋର୍ଟ- ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri