ହାତୀଦାନ୍ତ ପାଇଁ ବଢୁଛି ଶିକାର

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ହାତୀ-ମଣିଷ ଲଢ଼େଇରେ ଉଭୟ ହାତୀ ଓ ମଣିଷ ବଳି ପଡୁଛନ୍ତି। ହାତୀ ପରିବେଶପ୍ରେମୀ ଓ ବନ୍ୟପ୍ରାଣୀପ୍ରେମୀଙ୍କ ସମର୍ଥନ ପାଉଥିବାବେଳେ ମଣିଷ ଦଳମତ ନିର୍ବିଶେଷରେ ରାଜନେତାଙ୍କ ସମର୍ଥନ ପାଉଛି। ନିଜ ଫସଲକୁ ରକ୍ଷା କରିବା ପାଇଁ ଲୋକଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି କିମ୍ବା ରେଳ ଧକ୍କାରେ ଯଦିଓ ହାତୀ ମରୁଛନ୍ତି, କିନ୍ତୁ ଏହାର ଆଢୁଆଳରେ ରୀତିମତ ହାତୀଦାନ୍ତର ଚୋରା କାରବାର ବଢ଼ିବାରେ ଲାଗିଛି। ଦାନ୍ତ ପାଇଁ ମଧ୍ୟ ହାତୀ ଶିକାର ବଢ଼ିଚାଲିଛି, ଯାହା ଏବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ବ୍ୟଥିତ କରୁଛି।

ଚାଲିଛି ଚୋରା କାରବାର
ଭାରତ ତଥା ଓଡ଼ିଶାରେ ଯଦିଓ ଖୋଲାଖୋଲି ଭାବେ ହାତୀଦାନ୍ତ ନିର୍ମିତ ପ୍ରସାଧନ ସାମଗ୍ରୀ, ଗହଣା ବିକ୍ରି ବା ବ୍ୟବହାର କରାଯାଉନାହିଁ, କିନ୍ତୁ ହାତୀଦାନ୍ତ ଜବତ ହେବା ଘଟଣା ଦିନକୁ ଦିନ ବଢୁଥିବା କଥା ୱାଇଲ୍ଡ ଲାଇଫ୍‌ ସୋସାଇଟି (ଡବ୍ଲ୍ୟୁଏସ୍‌ଓ)ର ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଓଡ଼ିଶାରେ ୨୦୧୨ ମସିହାରୁ ଏପର୍ଯ୍ୟନ୍ତ ଅର୍ଥାତ୍‌ ଗତ ୯ ବର୍ଷରେ ପ୍ରାୟ ୧୧୬ କିଲୋଗ୍ରାମରୁ ଊର୍ଦ୍ଧ୍ୱ ଓଜନର ହାତୀଦାନ୍ତ ଜବତ ହୋଇଛି। ଏହି ମାମଲାରେ ଜଡ଼ିତ ୬୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରେ ୨୦୧୨ ଓ ୨୦୧୩ରେ ଗୋଟିଏ ଲେଖାଏ, ୨୦୧୬ରେ ୩ଟି, ୨୦୧୭ରେ ୫ଟି, ୨୦୧୮ରେ ୨ଟି ଏବଂ ୨୦୨୦ରେ ୫ଟି ମାମଲା ରହିଛି। କିନ୍ତୁ ୨୦୨୧ ଜାନୁୟାରୀ ୧୪ରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସମ୍ବଲପୁରରୁ ୧୦ କେଜି ଓଜନର ୨ଖଣ୍ଡ ହାତୀଦାନ୍ତ ଜବତ କରିଥିଲା। ସେହିପରି ଫେବୃୟାରୀ ୭ତାରିଖରେ କେନ୍ଦୁଝର ସହର ଭିତରୁ ୨ଟି ପୂର୍ଣ୍ଣ ହାତୀଦାନ୍ତ ଜବତ କରାଯାଇଛି। ଏ ସମ୍ପର୍କରେ ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, ଓଡ଼ିଶାରେ ବନ୍ୟପ୍ରାଣୀ ଏବେ ବିପଦ ମୁଖରେ। ହାତୀଦାନ୍ତ ଠାରୁ ଆରମ୍ଭ କରି ବାଘଛାଲ ଓ ବଜ୍ରକାପ୍ତା ଚାଲାଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହା କେଉଁଠି ବି ଜବତ ହେଉଛି ତାହା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ହେଉଛି। ଏ ସବୁ ରୋକିବାରେ ବନ ବିଭାଗ ସମ୍ପୂର୍ଣ୍ଣ ଅସଫଳ। ବିଭାଗ ଏପରି କି ମନ୍ତ୍ରୀ ମଧ୍ୟ ଏ ଦିଗରେ ଧ୍ୟାନ ଦେଉ ନାହାନ୍ତି। ଯଦି ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦିଅନ୍ତେ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ, ତେବେ କିଛି ମାତ୍ରାରେ ଏହା ରୋକାଯାଇପାରନ୍ତା।

ହାତୀଦାନ୍ତର ବ୍ୟବହାର
ହାତୀଦାନ୍ତର ଚାହିଦା ଏବେ ନୁହେଁ, କାହିଁ କେଉଁ ରାଜାରାଜୁଡ଼ା ଅମଳରୁ ରହିଆସିଛି। ଆଗକୁ ମଧ୍ୟ ଏହାର ଚାଦିଦା କମିବାର ଲକ୍ଷଣ ଦେଖାଯାଉନାହିଁ। କାରଣ ଅନେକ କାମରେ ହାତୀଦାନ୍ତର ବ୍ୟବହାର ହୋଇଥାଏ। ହାତୀଦାନ୍ତରେ ମଣିଷର ସୌନ୍ଦର୍ଯ୍ୟବର୍ଦ୍ଧକ ସାମଗ୍ରୀ, ଗହଣା ସାଙ୍ଗକୁ ଘରକରଣା ଉପକରଣ ପ୍ରଭୃତି ତିଆରି କରାଯାଏ। ଯାହାକୁ ମଣିଷ ନିଜେ ବ୍ୟବହାର କରିବା ସହ ଓ ଘର ସଜେଇବା ପାଇଁ ବ୍ୟବହାର କରିଥାଏ। ହାତୀଦାନ୍ତର ଗହଣା ବିଶେଷକରି ଆଭିଜାତ୍ୟ ବା ଧନୀକ ବର୍ଗର ଅଧିକ ପସନ୍ଦ। ହାତୀଦାନ୍ତ ନିର୍ମିତ ଚାମଚ, ସିନ୍ଦୁକ, ବ୍ରେସ୍‌ଲେଟ, ମୁଦି, ମହିଳାଙ୍କ ହେୟାର ପିନ୍‌, ଚୁଡ଼ିି, ଶଙ୍ଖା ଇତ୍ୟାଦି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ। କେବଳ ସେତିକି ନୁହେଁ ଛୁରି ବା ଖଣ୍ଡାର ମୁଠା ହେଉ ବା ନିଜ ମନ ପସନ୍ଦର ଠାକୁର କିମ୍ବା କୌଣସି ଚରିତ୍ରର ମୂର୍ତ୍ତି ପାଇଁ ମଧ୍ୟ ହାତୀଦାନ୍ତକୁ ବ୍ୟବହାର କରାଯାଇଥାଏ।

ଆନ୍ତର୍ଜାତିକ ବଜାରରେ ଚାହିଦା
ଆନ୍ତର୍ଜାତିକ ବଜାରରେ ହାତୀଦାନ୍ତର ମୂଲ୍ୟ ସୁନା ଭଳି ଅଧିକ। ୨୦୧୯ରେ ବିଶ୍ୱରେ ସବୁଠାରୁ ଅଧିକ ହାତୀଦାନ୍ତ ବ୍ୟବହାର କରୁଥିବା ଏକ ନମ୍ବର ଦେଶ ଥିଲା ଚାଇନା। ଏହା ପଛକୁ ପଛ ଥିଲେ ଜାପାନ, ଥାଇଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା। ତେବେ ହାତୀଦାନ୍ତ ପାଇଁ ମୁଖ୍ୟତଃ ଆଫ୍ରିକୀୟ ଏବଂ ଏସୀୟ ଦେଶରେ ହାତୀ ଶିକାର କରାଯାଇଥାଏ। ଭାରତରୁ ବଜ୍ରକାପ୍ତା ଏବଂ ବାଘଛାଲ ଯେଉଁ ପଥ ଦେଇ ବିଦେଶକୁ ଚୋରାରେ ରପ୍ତାନି ହୁଏ, ସେହି ବାଟ ଦେଇ ମଧ୍ୟ ହାତୀଦାନ୍ତ ବିଦେଶକୁ ଚାଲାଣ କରାଯାଇଥାଏ ଏବଂ ସେହି ଏକା ର଼୍ୟାକେଟ ମାଧ୍ୟମରେ ଏହା ହୋଇଥାଏ ବୋଲି
ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
ରିପୋର୍ଟ- ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri