ସହର ଉପକଣ୍ଠରେ ଗୋଠଛଡ଼ା ଦନ୍ତା

ବାରିପଦା ଅଫିସ,୨୭ା୧୨: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠରେ ସୋମବାର ସକାଳେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ସୃଷ୍ଟି କରିଥିଲା। ବାରିପଦା ରେଞ୍ଜ ଅଧୀନ ଭୁଗୁଡ଼ାକଟା ଓ ଦାମୋଦରପୁର ଦେଇ ଯାଇଥିବା ୧୮ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏହି ଦନ୍ତା ବୁଲୁଥିଲା। ପାଚିଲା ଧାନ କ୍ଷେତରେ ପଶି ଦନ୍ତା ବ୍ୟାପକ ନଷ୍ଟ କରିଛି। ଲୋକେ ତାହାକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିବା ସମୟରେ ଦନ୍ତାଟି ରାଗିଯାଉଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀମାନେ ପହଞ୍ଚତ୍ ତାହାର ଗତିବିଧି ଉପରେ ନଜର ରଖିଛନ୍ତି। ଖବର ଲେଖା ହେବା ବେଳକୁ ବନ କର୍ମଚାରୀମାନେ ଉତ୍ପାତ ଚଳାଇଥିବା ଦନ୍ତାକୁ ଜନ ବସତିଠାରୁ ଦୂରକୁ ଘଉଡ଼ାଇ ଦେଇଥିତ୍ବା ଓ ସେ ହାତୀପଲରେ ମିଶି ଯାଇଥିବା ସୂଚନା ମିଳିଛି।