ଆଖି ବୁଜିଲା ହାତୀ ‘ନନ୍ଦ’

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଗୋଡ଼ିବାରୀରେ ଥିବା ପୋଷାହାତୀ ‘ନନ୍ଦ’ର ମୃତ୍ୟୁ ଘଟିଛି। ରବିବାରଠାରୁ ‘ନନ୍ଦ’  ଅସୁସ୍ଥ ଥିଲା। ଚିକିତ୍ସା ଚାଲୁ ରହିଥିଲେ ହେଁ ଶେଷରେ ଆଖି ବୁଜିଛି ।
ସୂଚାନୁଯାୟୀ, ୨୦ ଦିନ ତଳେ ‘ନନ୍ଦ’କୁ କୁମାରଖୁଣ୍ଟି ଅଞ୍ଚଳରେ ଟ୍ରାଙ୍କୁଳାଇଜ କରାଯାଇଥିଲା। ଏହା ପରଠାରୁ ‘ନନ୍ଦ’ ଅସୁସ୍ଥ ହୋଇ ପଡ଼ିଥିଲା। ରବିବାର ଭୋର୍‌ ୪ଟାରେ ପଡ଼ିଯିବାରୁ ସାଲାଇନ ଲାଗିଥିଲା। ଶେଷରେ ସୋମବାର ଭୋର୍‌ରୁ ‘ନନ୍ଦ’ର ମୃତ୍ୟୁ ଘଟିଛି।