ଖଣି ପାଇଁ ଅଡୁଆରେ ହାତୀ

ଯୋଡ଼ା,୧୭ା୯ (ମାନସ ମହାନ୍ତି) : ଜଙ୍ଗଲ ଛାଡ଼ି ହାତୀ ଜନବସତି ମୁହଁା ହେବାରୁ ମଣିଷ ଓ ହାତୀଙ୍କ ମଧ୍ୟରେ ଅନବରତ ସଂଗ୍ରାମ ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲାରେ ବ୍ୟାପକ ଜଙ୍ଗଲ ପଦାକରି ଖଣି ଖନନ କରାଯାଉଥିବାରୁୂ ପ୍ରାକୃତିକ ବାସସ୍ଥଳୀ ହରାଇ ହାତୀ ହନ୍ତସନ୍ତ ହେଉଛନ୍ତି। ଜଙ୍ଗଲର ଘନତ୍ୱ ହ୍ରାସ ପାଇବା ଯୋଗୁ ଜଙ୍ଗଲ ଛାଡ଼ି ଗଁାଗଣ୍ଡାରେ ପ୍ରବେଶ କରୁଛନ୍ତି। ଜିଲାର ବଡ଼ବିଲ ଓ ଚମ୍ପୁଆ ରେଞ୍ଜରେ ସମୁଦାୟ ହାତୀ ସଂଖ୍ୟା ପ୍ରାୟ ୫୫ ରହିଛି। ହାତୀପଲ ସା ହେଲେ ଗ୍ରାମାଭିମୁଖୀ ହେଉଛନ୍ତି। ହାତୀର ପ୍ରାକୃତିକ ବାସସ୍ଥଳୀ ଓ ହାତୀ ବାଛିଥିବା ନିର୍ଦ୍ଦିଷ୍ଟ ଚଲାପଥ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ବୃହତ୍‌ ପ୍ରାଣୀ ହାତୀ ଏବେ ବାସହରା ହୋଇ ଇତସ୍ତତଃ ହେଉଛି। ବଡ଼ବିଲ ଏବଂ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନରେ ୩୨ଟି ହାତୀ ବିଚରଣ କରୁଥିବାବେଳେ ବାମେବାରି ସେକ୍ସନରେ ୧୪ଟି ଏବଂ ବାଂଶପାଳ ବ୍ଲକ୍‌ ଭୂୟଁା ଜୁଆଙ୍ଗପୀଢ଼ ଅଞ୍ଚଳରୁ ୮ଟି ହାତୀ ବାମେବାରି ବନାଞ୍ଚଳକୁ ପଶି ଆସିଛନ୍ତି। ସେହିପରି ଯୋଡ଼ା ସେକ୍ସନର ବେଲଦା ଅଞ୍ଚଳରେ ଗୋଟିଏ ହାତୀ ବିଚରଣ କରୁଥିବା ବନ ବିଭାଗ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ସଂରକ୍ଷିତ ଜଙ୍ଗଲ, ଡିଏଲ୍‌ସି (ଡିଷ୍ଟ୍ରିକ୍ଟ ଲେଭଲ କମିଟି ଦ୍ବାରା ଚିହ୍ନଟ ଜଙ୍ଗଲ) ଜଙ୍ଗଲ ଏବଂ ରେଭେନ୍ୟୁ ଫରେଷ୍ଟ(ରାଜସ୍ବ ବିଭାଗର ଜଙ୍ଗଲ)ରେ ଜଙ୍ଗଲ ଜମିକୁ ଅଣଜଙ୍ଗଲରେ ରୂପାନ୍ତରିତ କରାଯାଇ ବ୍ୟାପକ ଖଣି ଖନନ କରାଯାଉଛି। କେବଳ ଯୋଡ଼ା ବନାଞ୍ଚଳରେ ପ୍ରାୟ ୨ହଜାର ହେକ୍ଟରରୁ ଊଦ୍ଧର୍‌ବ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରାଯାଇ ଖଣି ଖନନ କରାଯାଉଛି। ସେହିପରି ବଡ଼ବିଲ ଓ ଚମ୍ପୁଆ ରେଞ୍ଜର ବନାଞ୍ଚଳର ପ୍ରାୟ ୫୨୦୦ ହେକ୍ଟର ପରିମିତ ଜଙ୍ଗଲରେ ଖଣି ଖନନ ହେଉଛି। ସରକାରୀସ୍ତରରେ ଏହାର ବୈଧାନିକ ଅନୁମୋଦନ ଯାହାକି ଡାଇଭର୍ସନ ପ୍ଲାନ୍‌ ଅର୍ଥାତ୍‌ ଜଙ୍ଗଲ ଜମିକୁ ଅଣ ଜଙ୍ଗଲରେ ବ୍ୟବହାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ନିଆଯାଇ ଖଣି ଖନନ କରାଯାଉଛି। ଆବେଦନ କରୁଥିବା ବଡ଼ ବଡ଼ ଖଣି କମ୍ପାନୀଗୁଡ଼ିକ ଜିଲା ଜମି ବ୍ୟାଙ୍କରୁ ଜମି କିଣି ବ୍ୟବହୃତ ଜଙ୍ଗଲର ଘନତ୍ୱ ଅନୁଯାୟୀ ନେଟ୍‌ ପ୍ରେଜେଣ୍ଟ ଭ୍ୟାଲ୍ୟୁ ସହିତ କଟାଯାଉଥିବା ବୃକ୍ଷର ମୂଲ୍ୟ ସରକାରଙ୍କୁ ଦେଇ ଜଙ୍ଗଲ ଜମିକୁ ଅଣ ଜଙ୍ଗଲରେ ରୂପାନ୍ତରିତ କରି ଥାଆନ୍ତି ସତ, ହେଲେ ଜଙ୍ଗଲ ଅଞ୍ଚଳରେ ରହୁଥିବା ନିରୀହ ପଶୁପକ୍ଷୀ ଏହି ସରକାରୀ ପ୍ରାବଧାନରେ ବଳି ପଡ଼ିଯାଇଥାଆନ୍ତି। ଯଦିଓ ପ୍ରତ୍ୟେକ ଖଣି କମ୍ପାନୀ ଜଙ୍ଗଲ ଜମିକୁ ବ୍ୟବହାର କରିବା ପୂର୍ବରୁ ୱାଇଲ୍ଡ ଲାଇଫ୍‌ ପ୍ଲାନ୍‌ ପ୍ରସ୍ତୁତକରି ଦସ୍ତାବିଜ ସରକାରଙ୍କୁ ପ୍ରଦାନ କରିଥାଆନ୍ତି। ହେଲେ ଏହା ଫାଇଲ ଭିତରେ ନିରୁଦ୍ଦିଷ୍ଟ ହୋଇଯାଇଥାଏ। ହାତୀ ଭଳି ବୃହତ୍‌ ବନ୍ୟପ୍ରାଣୀ ମଧ୍ୟ ତା’ର ପ୍ରାକୃତିକ ବାସସ୍ଥାନ ହରାଇଥାଏ। ତେଣେ କୃତ୍ରିମ ଉପାୟରେ ସୃଷ୍ଟି କରାଯାଉଥିବା ନୂତନ ଜଙ୍ଗଲରେ ଆକାଶିଆ ଚାରା ରୋପଣକରି ଦିଆଯାଇଥାଏ। ନଷ୍ଟ କରାଯାଉଥିବା ଜଙ୍ଗଲ ଏବଂ ନୂତନ ଜଙ୍ଗଲ ସୃଷ୍ଟି କରାଯାଉଥିବା ଜଙ୍ଗଲରେ ପୂର୍ବ ଭଳି ଜଙ୍ଗଲ ଜନ୍ତୁଙ୍କୁ ଅବସ୍ଥାପିତ କରାଯାଇ ନ ଥାଏ। ଆକାଶିଆ ଗଛ ଲଗାଯାଇ ବିଭାଗ କାର୍ଯ୍ୟ କୁଶଳତା ଦେଖାଇଥାଏ। ଏହି ବିଚିତ୍ର ବନ ସଂରକ୍ଷଣ ନୀତିରେ ଉଜୁଡ଼ିଯାଇଥାଏ ବନ୍ୟଜନ୍ତୁଙ୍କ ପ୍ରକୃତିଦତ୍ତ ବାସସ୍ଥାନ।
ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ରାଜ୍ୟ ସରକାରଙ୍କ ନିଷ୍ପତ୍ତ କ୍ରମେ ଏଣିକି ଆଉ ଆକାଶିଆ ଏବଂ ଅନ୍ୟାନ୍ୟ ଗଛ ନ ଲଗାଯାଇ ହାତୀମାନଙ୍କର ଖାଦ୍ୟ ଉପଯୋଗୀ ଯଥା କୁମ୍ଭି,ବାଉଁଶ,ଚାହଁାର, କେନ୍ଦୁ, ଶିମିଳି ଓ ବରଗଛ ପ୍ରଭୃତି ଚାରା ରୋପଣ କରାଯାଉଛି। ଚମ୍ପୁଆ ରେଞ୍ଜରେ ଚଳିତ ମାସଠାରୁ ୧୧ହଜାରରୁ ଊଦ୍ଧର୍‌ବ ଉପଯୋଗୀ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି। ପରିବେଶବିତ୍‌ ଉଦୟ ଶଙ୍କର ଆଚାର୍ଯ୍ୟ କହିଛନ୍ତି, ବନ ବିଭାଗ ବିଳମ୍ବରେ ଉପଯୋଗୀ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଭିନ୍ନ ବଡ଼ ବଡ଼ ଖଣି କମ୍ପାନୀ ଖଣି ଖୋଳି ଖଣିଜ ନେବା ପରେ ଗାତଗୁଡ଼ିକ ପୋତିବା କାର୍ଯ୍ୟ ବା ରିକ୍ଲାମେସନ ନ କରି ଛାଡ଼ି ଦେଉଛନ୍ତି। ଫଳରେ ଆବଶ୍ୟକ ମୁତାବକ ଜଙ୍ଗଲରେ ବନାଞ୍ଚଳ ସୃଷ୍ଟି ହୋଇପାରୁନାହିଁ। ସହର କିମ୍ବା ଗ୍ରାମ ନିକଟରେ ଥିବା ଖାଲିସ୍ଥାନଗୁଡ଼ିକରେ ନୂତନ ଜଙ୍ଗଲ ବନ ବିଭାଗ ଦ୍ୱାରା କରାଯାଉଛି। ଅନ୍ୟପକ୍ଷରେ ଅବାଧ ଖଣି ଖନନ ତଥା ବେଆଇନ ବା ଚୋରା ଭାବେ ଜଙ୍ଗଲରେ ଖଣିଜ ଖନନ ହେତୁ ହାତୀ ନିଜ ଦ୍ୱାରା ବାଛିଥିବା ଚଲାପଥ ମଧ୍ୟ ନଷ୍ଟ ହେଉଛି। ସ୍ଲରି ପାଇପ୍‌ ଲାଇନ ଯୋଗୁ ହାତୀ ଅଧିକାଂଶ ସ୍ଥାନରେ ପଥ ଅତିକ୍ରମ କରିପାରୁନାହିଁ । ବେଳ ଥାଉଁ ଥାଉଁ ସାବଧାନ ନ ହେଲେ ଅନେକ ଦୁର୍ଲଭ ବନ୍ୟଜନ୍ତୁଙ୍କ ପରି ହାତୀ ମଧ୍ୟ ବିଲୁପ୍ତହେବ ବୋଲି ପରିବେଶବିତ୍‌ ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri