ଖଣି ପାଇଁ ଅଡୁଆରେ ହାତୀ

ଯୋଡ଼ା,୧୭ା୯ (ମାନସ ମହାନ୍ତି) : ଜଙ୍ଗଲ ଛାଡ଼ି ହାତୀ ଜନବସତି ମୁହଁା ହେବାରୁ ମଣିଷ ଓ ହାତୀଙ୍କ ମଧ୍ୟରେ ଅନବରତ ସଂଗ୍ରାମ ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲାରେ ବ୍ୟାପକ ଜଙ୍ଗଲ ପଦାକରି ଖଣି ଖନନ କରାଯାଉଥିବାରୁୂ ପ୍ରାକୃତିକ ବାସସ୍ଥଳୀ ହରାଇ ହାତୀ ହନ୍ତସନ୍ତ ହେଉଛନ୍ତି। ଜଙ୍ଗଲର ଘନତ୍ୱ ହ୍ରାସ ପାଇବା ଯୋଗୁ ଜଙ୍ଗଲ ଛାଡ଼ି ଗଁାଗଣ୍ଡାରେ ପ୍ରବେଶ କରୁଛନ୍ତି। ଜିଲାର ବଡ଼ବିଲ ଓ ଚମ୍ପୁଆ ରେଞ୍ଜରେ ସମୁଦାୟ ହାତୀ ସଂଖ୍ୟା ପ୍ରାୟ ୫୫ ରହିଛି। ହାତୀପଲ ସା ହେଲେ ଗ୍ରାମାଭିମୁଖୀ ହେଉଛନ୍ତି। ହାତୀର ପ୍ରାକୃତିକ ବାସସ୍ଥଳୀ ଓ ହାତୀ ବାଛିଥିବା ନିର୍ଦ୍ଦିଷ୍ଟ ଚଲାପଥ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ବୃହତ୍‌ ପ୍ରାଣୀ ହାତୀ ଏବେ ବାସହରା ହୋଇ ଇତସ୍ତତଃ ହେଉଛି। ବଡ଼ବିଲ ଏବଂ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନରେ ୩୨ଟି ହାତୀ ବିଚରଣ କରୁଥିବାବେଳେ ବାମେବାରି ସେକ୍ସନରେ ୧୪ଟି ଏବଂ ବାଂଶପାଳ ବ୍ଲକ୍‌ ଭୂୟଁା ଜୁଆଙ୍ଗପୀଢ଼ ଅଞ୍ଚଳରୁ ୮ଟି ହାତୀ ବାମେବାରି ବନାଞ୍ଚଳକୁ ପଶି ଆସିଛନ୍ତି। ସେହିପରି ଯୋଡ଼ା ସେକ୍ସନର ବେଲଦା ଅଞ୍ଚଳରେ ଗୋଟିଏ ହାତୀ ବିଚରଣ କରୁଥିବା ବନ ବିଭାଗ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ସଂରକ୍ଷିତ ଜଙ୍ଗଲ, ଡିଏଲ୍‌ସି (ଡିଷ୍ଟ୍ରିକ୍ଟ ଲେଭଲ କମିଟି ଦ୍ବାରା ଚିହ୍ନଟ ଜଙ୍ଗଲ) ଜଙ୍ଗଲ ଏବଂ ରେଭେନ୍ୟୁ ଫରେଷ୍ଟ(ରାଜସ୍ବ ବିଭାଗର ଜଙ୍ଗଲ)ରେ ଜଙ୍ଗଲ ଜମିକୁ ଅଣଜଙ୍ଗଲରେ ରୂପାନ୍ତରିତ କରାଯାଇ ବ୍ୟାପକ ଖଣି ଖନନ କରାଯାଉଛି। କେବଳ ଯୋଡ଼ା ବନାଞ୍ଚଳରେ ପ୍ରାୟ ୨ହଜାର ହେକ୍ଟରରୁ ଊଦ୍ଧର୍‌ବ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରାଯାଇ ଖଣି ଖନନ କରାଯାଉଛି। ସେହିପରି ବଡ଼ବିଲ ଓ ଚମ୍ପୁଆ ରେଞ୍ଜର ବନାଞ୍ଚଳର ପ୍ରାୟ ୫୨୦୦ ହେକ୍ଟର ପରିମିତ ଜଙ୍ଗଲରେ ଖଣି ଖନନ ହେଉଛି। ସରକାରୀସ୍ତରରେ ଏହାର ବୈଧାନିକ ଅନୁମୋଦନ ଯାହାକି ଡାଇଭର୍ସନ ପ୍ଲାନ୍‌ ଅର୍ଥାତ୍‌ ଜଙ୍ଗଲ ଜମିକୁ ଅଣ ଜଙ୍ଗଲରେ ବ୍ୟବହାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ନିଆଯାଇ ଖଣି ଖନନ କରାଯାଉଛି। ଆବେଦନ କରୁଥିବା ବଡ଼ ବଡ଼ ଖଣି କମ୍ପାନୀଗୁଡ଼ିକ ଜିଲା ଜମି ବ୍ୟାଙ୍କରୁ ଜମି କିଣି ବ୍ୟବହୃତ ଜଙ୍ଗଲର ଘନତ୍ୱ ଅନୁଯାୟୀ ନେଟ୍‌ ପ୍ରେଜେଣ୍ଟ ଭ୍ୟାଲ୍ୟୁ ସହିତ କଟାଯାଉଥିବା ବୃକ୍ଷର ମୂଲ୍ୟ ସରକାରଙ୍କୁ ଦେଇ ଜଙ୍ଗଲ ଜମିକୁ ଅଣ ଜଙ୍ଗଲରେ ରୂପାନ୍ତରିତ କରି ଥାଆନ୍ତି ସତ, ହେଲେ ଜଙ୍ଗଲ ଅଞ୍ଚଳରେ ରହୁଥିବା ନିରୀହ ପଶୁପକ୍ଷୀ ଏହି ସରକାରୀ ପ୍ରାବଧାନରେ ବଳି ପଡ଼ିଯାଇଥାଆନ୍ତି। ଯଦିଓ ପ୍ରତ୍ୟେକ ଖଣି କମ୍ପାନୀ ଜଙ୍ଗଲ ଜମିକୁ ବ୍ୟବହାର କରିବା ପୂର୍ବରୁ ୱାଇଲ୍ଡ ଲାଇଫ୍‌ ପ୍ଲାନ୍‌ ପ୍ରସ୍ତୁତକରି ଦସ୍ତାବିଜ ସରକାରଙ୍କୁ ପ୍ରଦାନ କରିଥାଆନ୍ତି। ହେଲେ ଏହା ଫାଇଲ ଭିତରେ ନିରୁଦ୍ଦିଷ୍ଟ ହୋଇଯାଇଥାଏ। ହାତୀ ଭଳି ବୃହତ୍‌ ବନ୍ୟପ୍ରାଣୀ ମଧ୍ୟ ତା’ର ପ୍ରାକୃତିକ ବାସସ୍ଥାନ ହରାଇଥାଏ। ତେଣେ କୃତ୍ରିମ ଉପାୟରେ ସୃଷ୍ଟି କରାଯାଉଥିବା ନୂତନ ଜଙ୍ଗଲରେ ଆକାଶିଆ ଚାରା ରୋପଣକରି ଦିଆଯାଇଥାଏ। ନଷ୍ଟ କରାଯାଉଥିବା ଜଙ୍ଗଲ ଏବଂ ନୂତନ ଜଙ୍ଗଲ ସୃଷ୍ଟି କରାଯାଉଥିବା ଜଙ୍ଗଲରେ ପୂର୍ବ ଭଳି ଜଙ୍ଗଲ ଜନ୍ତୁଙ୍କୁ ଅବସ୍ଥାପିତ କରାଯାଇ ନ ଥାଏ। ଆକାଶିଆ ଗଛ ଲଗାଯାଇ ବିଭାଗ କାର୍ଯ୍ୟ କୁଶଳତା ଦେଖାଇଥାଏ। ଏହି ବିଚିତ୍ର ବନ ସଂରକ୍ଷଣ ନୀତିରେ ଉଜୁଡ଼ିଯାଇଥାଏ ବନ୍ୟଜନ୍ତୁଙ୍କ ପ୍ରକୃତିଦତ୍ତ ବାସସ୍ଥାନ।
ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ରାଜ୍ୟ ସରକାରଙ୍କ ନିଷ୍ପତ୍ତ କ୍ରମେ ଏଣିକି ଆଉ ଆକାଶିଆ ଏବଂ ଅନ୍ୟାନ୍ୟ ଗଛ ନ ଲଗାଯାଇ ହାତୀମାନଙ୍କର ଖାଦ୍ୟ ଉପଯୋଗୀ ଯଥା କୁମ୍ଭି,ବାଉଁଶ,ଚାହଁାର, କେନ୍ଦୁ, ଶିମିଳି ଓ ବରଗଛ ପ୍ରଭୃତି ଚାରା ରୋପଣ କରାଯାଉଛି। ଚମ୍ପୁଆ ରେଞ୍ଜରେ ଚଳିତ ମାସଠାରୁ ୧୧ହଜାରରୁ ଊଦ୍ଧର୍‌ବ ଉପଯୋଗୀ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି। ପରିବେଶବିତ୍‌ ଉଦୟ ଶଙ୍କର ଆଚାର୍ଯ୍ୟ କହିଛନ୍ତି, ବନ ବିଭାଗ ବିଳମ୍ବରେ ଉପଯୋଗୀ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଭିନ୍ନ ବଡ଼ ବଡ଼ ଖଣି କମ୍ପାନୀ ଖଣି ଖୋଳି ଖଣିଜ ନେବା ପରେ ଗାତଗୁଡ଼ିକ ପୋତିବା କାର୍ଯ୍ୟ ବା ରିକ୍ଲାମେସନ ନ କରି ଛାଡ଼ି ଦେଉଛନ୍ତି। ଫଳରେ ଆବଶ୍ୟକ ମୁତାବକ ଜଙ୍ଗଲରେ ବନାଞ୍ଚଳ ସୃଷ୍ଟି ହୋଇପାରୁନାହିଁ। ସହର କିମ୍ବା ଗ୍ରାମ ନିକଟରେ ଥିବା ଖାଲିସ୍ଥାନଗୁଡ଼ିକରେ ନୂତନ ଜଙ୍ଗଲ ବନ ବିଭାଗ ଦ୍ୱାରା କରାଯାଉଛି। ଅନ୍ୟପକ୍ଷରେ ଅବାଧ ଖଣି ଖନନ ତଥା ବେଆଇନ ବା ଚୋରା ଭାବେ ଜଙ୍ଗଲରେ ଖଣିଜ ଖନନ ହେତୁ ହାତୀ ନିଜ ଦ୍ୱାରା ବାଛିଥିବା ଚଲାପଥ ମଧ୍ୟ ନଷ୍ଟ ହେଉଛି। ସ୍ଲରି ପାଇପ୍‌ ଲାଇନ ଯୋଗୁ ହାତୀ ଅଧିକାଂଶ ସ୍ଥାନରେ ପଥ ଅତିକ୍ରମ କରିପାରୁନାହିଁ । ବେଳ ଥାଉଁ ଥାଉଁ ସାବଧାନ ନ ହେଲେ ଅନେକ ଦୁର୍ଲଭ ବନ୍ୟଜନ୍ତୁଙ୍କ ପରି ହାତୀ ମଧ୍ୟ ବିଲୁପ୍ତହେବ ବୋଲି ପରିବେଶବିତ୍‌ ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri