ଜି.ଉଦୟଗିରି,୯ା୮(ଚିନ୍ମୟ କୁମାର ସେଠୀ): ପୁଣି ପିଡିକାମାହା ଅଞ୍ଚଳରେ ହାତୀ ଆତଙ୍କ ଖେଳିଯାଇଛି। ସନ୍ଧ୍ୟା ବେଳେ ଜଙ୍ଗଲୀ ଦନ୍ତାହାତୀ ପିଡିକାମାହା ମୁଖ୍ୟ ରାସ୍ତାରୁ ଆସି ନନ୍ଦଗିରି ପାଣି ଟାଙ୍କି ସାହିରେ ପଶି ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଖାଦ୍ୟ ପଦାର୍ଥ ନଷ୍ଟ କରିଥିବା ଦେଖିବାକୁ ମିଳିଛି।
ହାତୀ ଭୟରେ ରୋଷେଇ ବନ୍ଦ କରି ଜୀବନ ବିକଳରେ ପରିବାର ସହ ଭୋକ ଉପାସରେ ସାରା ରାତି ଛାତ ଉପରେ ଆଶ୍ରୟ ନେଲେ ନେଉଛନ୍ତି ଅନେକ ପରିବାର। ପ୍ରଭାବିତ ଗ୍ରାମରେ ହାତୀ ଭୟ ମୁକ୍ତ କେବେ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ସ୍ଥାନୀୟ ବନ ବିଭାଗ ଟିମ୍ ସ୍ବତନ୍ତ୍ର ଡ୍ରାଇଭ କରି ହାତୀକୁ ଘଉଡ଼ାଇବାରେ ପ୍ରୟାସ କରିଥିଲା କିନ୍ତୁ ହାତୀ ନିଜ ଫେରିବା ପଥ ବଦଳାଇ ଦେବାରୁ ସଫଳତା ମିଳିନାହିଁ। ତଥାପି କୌଣସି ଅଘଟଣ ନ ଘଟୁ ସେଥିପାଇଁ ସ୍ଥାନୀୟ ବନ ବିଭାଗ କର୍ମଚାରୀ ହାତୀ ଉପରେ ଦୃଷ୍ଟି ରଖିବା ସହ ଗ୍ରାମବାସୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି।

