ଦନ୍ତାହାତୀର ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଟେନ୍‌ସା,୧୭।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ଜରଡ଼ା ରେଞ୍ଜ ଅନ୍ତର୍ଗତ କଂସର ସେକ୍‌ସନ ରାଇପୁରୀ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ଦନ୍ତାହାତୀର ମୃତ୍ୟୁ ଘଟଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବଣାଇ ବନଖଣ୍ଡ ଅଧିକାରୀ ସନଥ କୁମାର ଏନ୍‌, ବନାଞ୍ଚଳ ଅଧିକାରୀ ପ୍ରସନ୍ନ ସେଠୀ ଘଟଣାସ୍ଥଳରେ ଉପସ୍ଥିତ ରହି ତଦାରଖ କରିଛନ୍ତି। ହାତୀର ମୃତ୍ୟୁ କିପରି ହେଲା ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।