ହାତୀ ମୃତ୍ୟୁ ଘଟଣା:୩ କ୍ଷେତ୍ର ବନ କର୍ମଚାରୀ ସସ୍‌ପେଣ୍ଡ

ନାକଟିଦେଉଳ,୧୯ା୧୧(ବୈକୁଣ୍ଠନାଥ ସାହୁ):ବାର୍‌ହା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍‌ ତାର। ଏହି ଫାଶରେ ପଡ଼ି ୩ଟି ହାତୀଙ୍କର ଯାଇଛି ଜୀବନ। ସେଥିରେ ରହିଛନ୍ତି ଗୋଟିଏ ଶାବକ ସହ ୨ଟି ମାଈ ହାତୀ। ରବିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଘୋଷରାମାଳ ଫରେଷ୍ଟ ସେକ୍ସନ ବୁରୋମାଳ ଜଙ୍ଗଲ ସଂଲଗ୍ନ ଚାଷଜମି ନିକଟରେ। ଘଟଣାରେ ବନ ବିଭାଗ ଘୋଷରାମାଳ ଗ୍ରାମର ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୁରୋମାଳ ଜଙ୍ଗଲ ଭିତରେ ଯାଇଥିବା ୧୧କେଭି ବିଦ୍ୟୁତ୍‌ ଖୁଣ୍ଟରୁ ତାର ଟାଣି ତଳେ ବିଛାଯାଇଥିଲା। ଘୋଷରାମାଳ ଏକ ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ରବିବାର ରାତିରେ ଆସିଥିବା ହାତୀପଲ ସେହି ରାସ୍ତା ଦେଇ ଯିବାବେଳେ ତାରରେ ଲାଗିଯାଇଥିଲେ।
ଘଟଣାର ଗୁରୁତ୍ୱକୁ ଦେଖି ଭୁବନେଶ୍ୱରରୁ ଡେପୁଟି କଞ୍ଜରଭେଟର ଅଫ୍‌ ଫରେଷ୍ଟ ଗଜାନନ ଲାଡେଙ୍କ ନେତୃତ୍ୱରେ ଏସିଏଫ୍‌ ଅରବିନ୍ଦ ମିଶ୍ର, ଇନ୍ସପେକ୍ଟର ରେଣୁବାଳା ସାହୁ ଏବଂ ବନ୍ୟପ୍ରାଣୀ ବିଭାଗର ବିକ୍ରମ ଦେବ ପ୍ରମୁଖଙ୍କୁ ନେଇ ଗଠିତ ଏକ ଜଏଣ୍ଟ ଟାସ୍କଫୋର୍ସ(ଜେଟିଏଫ୍‌) ଟିମ୍‌  ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ସମୟରେ ସମ୍ବଲପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାର, ରେଢ଼ାଖୋଲ ଡିଏଫ୍‌ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ବେହେରା ଉପସ୍ଥିତ ଥିଲେ।

ଡେପୁଟି କଞ୍ଜରଭେଟର ଅଫ୍‌ ଫରେଷ୍ଟ ଲାଡେ କହିଛନ୍ତି, ଟାସ୍କଫୋର୍ସ ଟିମ୍‌ ଘଟଣାସ୍ଥଳରୁ ବିଛାଯାଇଥିବା କିଛି ବିଦ୍ୟୁତ୍‌ ତାର ଜବତ କରିଛି। ପ୍ରଥମେ ଗୋଟିଏ ହାତୀ ଏହି ତାର ସଂସ୍ପର୍ଶରେ ଆସିଯିବା ପରେ ଅନ୍ୟ ୨ଟି ସେଥିରେ ଲାଗି ପ୍ରାଣ ହରାଇଛନ୍ତି। ଗୋଟିଏ ହାତୀର ଶରୀରରେ ବିଦ୍ୟୁତ୍‌ ଆଘାତର ଚିହ୍ନ ରହିଛି। ମଙ୍ଗଳବାର ସକାଳେ ୩ଟିଯାକ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜେଟିଏଫ୍‌ର ଟିମ୍‌ ଲିଡର ଲାଡେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ହାତୀପଲରେ ଆଉ କିଛି ଶାବକ ରହିଛନ୍ତି। ଗୋଟିଏ ଶାବକ ହାତୀ ମୃତ୍ୟୁସ୍ଥଳରେ ବୁଲାବୁଲି କରୁଛି। ମା’ ହାତୀର ମୃତ୍ୟୁ ପରେ ଖାଦ୍ୟ ପାଇଁ ସେ ଡହଳବିକଳ ହେଉଥିବା କୁହାଯାଇଛି।

ନାକଟିଦେଉଳ ବନାଞ୍ଚଳରେ ଗତ ୪ ମାସ ମଧ୍ୟରେ ବିଦ୍ୟୁତ୍‌ ଆଘାତରେ ୪ଟି ହାତୀର ମୃତ୍ୟୁ ଘଟି ସାରିଲାଣି। ଗତ ଅଗଷ୍ଟ ୧୭ରେ ଘୋଷରାମାଳ ଫରେଷ୍ଟ ସେକ୍ସନର ଚହଟାପଦାଠାରେ ମଧ୍ୟ ୩୩କେଭି ବିଦ୍ୟୁତ୍‌ ତାରରେ ଲାଗି ଗୋଟିଏ ମାଈହାତୀର ମୃତ୍ୟୁ ଘଟିଥିଲା। ବାର୍‌ହା ଶିକାର ପାଇଁ ବିଭିନ୍ନ ଜଙ୍ଗଲ ନିକଟ ଗ୍ରାମରେ ବିଦ୍ୟୁତ୍‌ ତାର ବିଛାଇବା କାରଣରୁ ଏହିଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଗତ ଅକ୍ଟୋବର ୨୯ରେ ନେଭରାପାଳ ଏବଂ ବସାଲୋଇ ଗ୍ରାମ ମଝିରେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଯାଇଥିବା ବେଳେ ସେଥିରେ ଲାଗି ବଡ଼ଝରଣ ଗ୍ରାମର ଭକ୍ତବନ୍ଧୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଅଞ୍ଚଳବାସୀ ବନ ବିଭାଗ ଅବହେଳାକୁ ଦାୟୀ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହ ୨ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଉଦ୍‌ବେଗ ପ୍ରକାଶ କଲେ ଶକ୍ତିମନ୍ତ୍ରୀ
ବିଦ୍ୟୁତ୍‌ ଆଘାତରେ ୩ ହାତୀଙ୍କ ମୃତ୍ୟୁକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଦ୍ୟୁତ୍‌ ଆଘାତ ପାଇଁ ରାଜ୍ୟରେ ହାତୀମୃତ୍ୟୁ ହେଉଛି। ଶିକାରୀମାନେ ବାର୍‌ହା ମାରିବା ପାଇଁ ବିଦ୍ୟୁତ୍‌ ଲାଇନ ଲଗାଇ ରଖୁଥିବାରୁ ଏଭଳି ଅଘଟଣ ଘଟୁଛି। ଏହା ଜଙ୍ଗଲ ବିଭାଗ ଏବଂ ଶକ୍ତି ବିଭାଗ ଉଭୟର ଦାୟିତ୍ୱରେ ରହୁଛି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ବଢୁଥିବା ହାତୀମୃତ୍ୟୁକୁ ନେଇ ଗତ କିଛିଦିନ ତଳେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟରେ କେତେ ହାତୀଙ୍କ ମୃତ୍ୟୁ ହୋଇଛି ଏବଂ ଏଥିପାଇଁ କେଉଁମାନେ ଦାୟୀ, ତାହାର ତଦନ୍ତ କରି ୧ମାସ ମଧ୍ୟରେ ରିପୋର୍ଟ ଦେବାକୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବନ ବିଭାଗ ପକ୍ଷରୁ କମିଟି ଗଠନ କରାଯାଇ ତଦନ୍ତ କରାଯାଉଥିବାବେଳେ, ପୁନର୍ବାର ଏଭଳି ହାତୀମୃତ୍ୟୁ ବନବିଭାଗ ଏବଂ ସରକାରଙ୍କୁ ଚିନ୍ତାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri