ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ହାତୀ ମୃତ

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ହାତିବାରି-ବନ୍ଦେର ସଂରକ୍ଷିତ ଜଙ୍ଗଲରୁ ରବିବାର ସକାଳେ ଏକ ଦନ୍ତା ହାତୀର ମୃତହେଦ ଠାବ ହୋଇଥିଲା। ବନ ବିଭାଗ ହାତୀର ମୃତଦେହ ଜବତ କରିଥିଲା। ଖବରପାଇ ଘଟଣାସ୍ଥଳରେ ଭୁବନେଶ୍ୱରରୁ ଏସ୍‌ଟିଏଫ ଟିମ୍‌ ସହ ସମ୍ବଲପୁର ଆରସିିସିଏଫ ଅରୁଣ ମିଶ୍ର, ଡିଏଫଓ ବିଶ୍ୱନାଥ ନୀଳାମ୍ବରନ ପହଞ୍ଚିଥିଲେ। ବନ୍ୟପ୍ରାଣୀ ମୁଖ୍ୟତଃ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ସମୟରେ ଏହାକୁ ଜଙ୍ଗଲରେ ପୋତି ଦିଆଯାଇଛି। ଡା. ନବୀନ ଖୁଣ୍ଟିଆ, ଡା. କେ.ଏମ ନଝର, ଡା. ପଲ୍ଳବି ପଟେଲଙ୍କୁ ନେଇ ଗଠିତ ହୋଇଥିବା ଟିମ୍‌ ହାତୀର ବ୍ୟବଛେଦ କରିଥିଲେ। ଏସ୍‌ଟିଏଫ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ। ପାରିପାଶ୍ୱିକ ସ୍ଥିତି, ପ୍ରମାଣ, କିଭଳି ଭାବେ ଶିକାର କରାଯାଇଛି ସେନେଇ ଟିକିନିଖି ତଦନ୍ତ କରିଥିଲେ। ଶିକାର ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ବନ ବିଭାଗ ୫ ଜଣଙ୍କୁ ଉଠାଇ ନେଇଥିଲା। ପଚରାଉଚରା କରିବା ପରେ ୩ ଜଣଙ୍କ ସଂପୃକ୍ତି ଥିବା ଜାଣି ଅଟକ ରଖିଛି। ସେମାନେ ହେଲେ ସ୍ଥାନୀୟ ଅଞ୍ଚଳର ପି. ମିର୍ଦ୍ଧା (୩୦), ଡି. ମିର୍ଦ୍ଧା ( ୨୮) ଓ ବି. ମିର୍ଦ୍ଧା ( ୩୨) । ଘଟଣାସ୍ଥଳରୁ ଶିକାର ପାଇଁ ବ୍ୟବହୃତ କେତେକ ସାମଗ୍ରୀ ଜବତ କରାଯାଇଛି ା ଏହି ଘଟଣାରେ ଅଧିକ ଲୋକଙ୍କ ସଂପୃକ୍ତି ରହିଥିବା ନେଇ ବନ ବିଭାଗ ସନ୍ଦେହ କରି ତଦନ୍ତ କରୁଛି। ହେଲେ ଛାଡି ଦେଇଥିବା ଯୁବକମାନଙ୍କ ମଧ୍ୟରେ ଜଣେ ଯୁବ ରାଜନେତାଙ୍କ ପୁତୁରା ରହିଛନ୍ତି। ଉକ୍ତ ନେତାଙ୍କ ସହ ତାଙ୍କ ସମର୍ଥକମାନେ ସଦର ରେଞ୍ଜ ଅଫିସକୁ ଯାଇ ଅଟକ ରଖିଥିବା ପୁତୁରାଙ୍କୁ ଛାଡିବାକୁ କହିଥିଲେ। ପରେ ନେତାଙ୍କ ପୁତୁରା ଓ ଅନ୍ୟ ଜଣେ ଯୁବକଙ୍କୁ ବନ ବିଭାଗ ଛାଡି ଦେଇଥିଲା। ଅନ୍ୟପଟେ ଏକ ଚୁକ୍ତିନାମା ମଧ୍ୟ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ମୃତ ଦନ୍ତା ହାତୀର ବୟସ ପ୍ରାୟ ୧୨ ବର୍ଷ ହେବ। ଦନ୍ତାର ମୃତ୍ୟୁ ହେବା ପରେ ଦାନ୍ତ ନେବାକୁ ଦୁର୍ବୃତ୍ତମାନେ ଚେଷ୍ଟା କରି ବିଫଳ ହୋଇଥିଲେ। ଦୁଇଦାନ୍ତ ସୁରକ୍ଷିତ ଭାବେ ରହିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଟକ ଥିବା ଯୁବକମାନେ ଶିକାରରେ ସାମିଲ ଥିବା ବନ ବିଭାଗ ଆଗରେ ସ୍ବୀକାର କରିଛନ୍ତି। ଶୁକ୍ରବାର ପୁଷ୍ପପୁନି ତିହାର ରହିଥିଲା। ତେଣୁ ପୂର୍ବ ରାତିରେ ବନ୍ୟପ୍ରାଣୀ ଶିକାର କରି ମାଂସକୁ ଭୋଜିଭାତ କରି ଖାଇବା ଓ ବିକ୍ରି କରିବା ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଇଥିଲେ। ହେଲେ ବାର୍‌ହା, କୁଟୁରା ବଦଳରେ ହାତୀପଲରୁ ଗଜରାଜ ଫାଶରେ ପଡି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହାତୀର ମୃତ୍ୟୁ ଘଟିଥିଲା। ଦୁର୍ବତ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ବିଛା ଯାଇଥିବା ତାରକୁ ନେଇ ଯାଇଥିଲେ। ଫଳରେ ଅଞ୍ଚଳରେ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ଏ ସମ୍ପର୍କରେ ଡିଏଫଓ ନୀଳାମ୍ବରନ କହିଛନ୍ତି ଯେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି। ୩ ଜଣଙ୍କୁ ଅଟକ ରଖାଯାଇଛି। ମୃତଦେହ ରିପୋର୍ଟ ଆସିବା ପରେ ଠିକ ବୟସ ଓ କେବେ ମୃତ୍ୟୁ ହୋଇଛି ଜଣାପଡିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri