ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି ଓ ବାଡ଼ିରେ ପଶି ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଏପରି କି ଗଁା ଭିତରେ ପଶି ଘର ଭାଙ୍ଗି ଦେଉଥିବାରୁ ଲୋକେ ବାଧ୍ୟହୋଇ ରାତି ଉଜାଗର ହୋଇ ଜଗି ରହୁଛନ୍ତି। ହାତୀ ଘଉଡ଼ାଇବାରେ ବନ ବିଭାଗ କର୍ମଚାରୀମାନେ ସମ୍ପୂର୍ଣ୍ଣ ସଫଳ ହୋଇପାରୁ ନ ଥିବାରୁ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି। ବାରମ୍ବାର ହାତୀପଲ ଧଣ୍ଡାତୋପା ରେଞ୍ଜକୁ ଆସୁଥିବାବେଳେ ଲୋକେ ଭୟଭୀତ ଅବସ୍ତାରେ ଥିବା ଅଭିଯୋଗ କରୁଛନ୍ତି।
୨୨ ହଜାର ୮୯୪ ହେକ୍ଟର ବିଶିଷ୍ଟ ଧଣ୍ଡାତୋପା ରେଞ୍ଜ ଆଖପାଖରେ ରହିଛି ୮ ଟି ପଞ୍ଚାୟତ। ଏହି ରେଞ୍ଜରେ ବହୁ ଜଙ୍ଗଲ ଥିବାବେଳେ ସେଗୁଡିକରୁ କାଠ ମାଫିଆମାନେ ଲଗାତର ଗଛ କାଟି ନେଉଛନ୍ତି। ଫଳରେ ଅନେକ ଜଙ୍ଗଲ ପଦା ହେବାକୁ ବସିଲାଣି। ସାତକୋଶିଆ ଓ ଆଠମଲ୍ଲିକ ଜଙ୍ଗଲରୁ ଅନେକ ସମୟରେ ହାତୀମାନେ ଏହି ରେଞ୍ଜକୁ ଆସି ଖାଦ୍ୟାଭାବ ଯୋଗୁ ବିଭିନ୍ନ ଗ୍ରାମରେ ପଶି ଉପଦ୍ରବ ଚଳାଉଛନ୍ତି। କିଛି ଦିନ ହେବ ୫ ରୁ ୬ଟି ହାତୀ ଧଣ୍ଡାତୋପା ରେଞ୍ଜ ଅଧୀନ ବିପ୍ରଡିହ, କେଞ୍ଚୁଆନାଳି, ଝାଟିକିବାହଳ, ମଇମୁରା, ତରଣ୍ଡା, କଂସାବ, କୋରାବ, ରାମପୁର, ଘଣାଯୋଡି, ପିତାବଳିବାହଳ, କଳିଛି କଟା, ଗୋପପୁର ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ବାଡ଼ି ବଗିଚାରେ ପଶି ଗଛ ଗୁଡିକ ନଷ୍ଟ କରିବା ସହ ଫସଲ ଦଳି ଚକଟି ଦେଉଛନ୍ତି। ଏପରିକି ଘର ଭାଙ୍ଗିବା ସହ ଘରେ ଥିବା ଧାନ ଆଣି ଖାଉଛନ୍ତି। ଏକ ସଙ୍ଗରେ ୫ରୁ ଊର୍ଦ୍ଧ୍ୱ ହାତୀ ଆସୁଥିବା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ନିଆଁ ହୁଳା କରି ରାତ୍ରି ଉଜାଗର ରହୁଛନ୍ତି। ବର୍ଷ ତମାମ ହାତୀ ଏହି ରେଞ୍ଜରେ କ୍ଷୟକ୍ଷତି ଘଟାଉଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ। ୨୦୨୧ ରୁ ୨୦୨୩ ଡିସେମ୍ବର ମଧ୍ୟରେ ହାତୀ ଏହି ରେଞ୍ଜରେ ୩୮୫ଟି ଚାଳ ଘର ସହ ଆଜବେଷ୍ଟ ଘର ଭାଙ୍ଗିଥିବାବେଳେ ୮ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଶି ୯୫୦ ଏକର ଜମିରେ ଧାନ, ୪ ୮୫ ଏକରରେ ପରିବା ଚାଷ, ୨୮୦ ଏକରରେ ଲାଗିଥିବା ଆମ୍ବ, ପଣସ, ଆଖୁ ଭଳି ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବନବିଭାଗକୁ ଅଭିଯୋଗ କରାଗଲେ ମଧ୍ୟ କୌଣସି କ୍ଷତିପୂରଣ ମିଳୁ ନ ଥିବା କ୍ଷତିଗ୍ରସ୍ତମାନେ ଅଭିଯୋଗ କରିଛନ୍ତି। କେତେଜଣ ଚାଷୀ ଜନସେବା କେନ୍ଦ୍ର ଜରିଆରେ ଏଥିପାଇଁ ଆବେଦନ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ ଚିହ୍ନଟ କରାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧଣ୍ଡାତୋପା ରେଞ୍ଜରେ ବାରମ୍ବାର ହାତୀ ଉପଦ୍ରବ ଯୋଗୁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଏକ ସ୍ଥାୟୀ ସମାଧାନ କରିବା ପାଇଁ ଫେବୃଆରୀ ୨୦୨୩ ରେ ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ଡିଏଫଓ, ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସମାଧାନ ମିଳୁନାହଁି। ତୁରନ୍ତ ଏଥିପ୍ରତି ବନ ବିଭାଗର ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ହାତୀ ଉପଦ୍ରବ ରୋକିବା ସହ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ଉଚିତ କ୍ଷତିପୂରଣ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ଧଣ୍ଡାତୋପା ରେଞ୍ଜର ବବ୍ରୁବାହାନ ସାହୁ କୁହନ୍ତି, ହାତୀ ଘଉଡାଇବା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri