ବଣାଇଁ ବନଖଣ୍ଡରେ ହାତୀ ଶାବକ ମୃତ୍ୟୁ: କାରଣ ଅସ୍ପଷ୍ଟ

ବଣାଇଁ, ୧୩।୧(ପ୍ରଦୀପ ତ୍ରିପାଠୀ): ଗତକାଲି ଅପରାହ୍ନରେ ବଣାଇଁ ବନଖଣ୍ଡ ଜର୍ଡା ବନାଞ୍ଚଳ ଅନ୍ତର୍ଗତ କେଲୋ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀ ଶାବକର ମୃତ୍ୟୁ ଘଟିଥିବା ସୂଚନା ବିଭାଗକୁ ମିଳିଥିଲା। ସୂଚନା ମିଳିବା ପରେ ବଣାଇଁ ଡିଏଫଓ ଦାୟିତ୍ୱରେ ଥିବା ଦେଓଗଡ଼ ଡିଏଫଓଙ୍କ ନିର୍ଦ୍ଦେଶରେ ବନ ଅଧିକାରୀ, ପଶୁ ଚିକିତ୍ସକ ଓ ପାରା ଉଦ୍ଧାରକାରୀ ଦଳ ମିଶି ଆଜି ଘଟଣାସ୍ଥଳକୁ ଯାଇଥିଲେ। ଲଗାତାର ଟ୍ରାକିଂ ପ୍ରୟାସ ପରେ ଆଜି ଗୋଟିଏ ପୁରୁଷ ମୃତ ହାତୀ ଶାବକର ଦେହ ମିଳିଥିଲା। ବଣାଇଁ ଓ ଗୁରୁଣ୍ଡିଆର ପ୍ରାଣିଧନ ଚିକିତ୍ସକ , ବଣାଇଁର ଦାୟିତ୍ୱରେ ଥିବା ଡିଏଫଓଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା ଯେ ହାତୀ ଶାବକଟି ଜନ୍ମ ସମୟରେ ମୃତ ଥିଲା। ସଠିକ୍‌ କାରଣ ନିର୍ଣ୍ଣୟ କରିବା ପାଇଁ ମୃତଦେହର ବିଭିନ୍ନ ଅଂଶରୁ ନମୁନା ସଂଗ୍ରହ କରି ଅଟପ୍ସି କରାଯାଇଥିଲା ଏବଂ ସେଗୁଡ଼ିକୁ ପରୀକ୍ଷା ନିମନ୍ତେ ଭୁବନେଶ୍ୱରକୁ ପଠାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡିଛି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ

ନାଗପୁର,୧।୩: ମହାରାଷ୍ଟ୍ରର ନାଗପୁର ଜିଲାରେ ରବିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନାଗପୁର ଜିଲାର କାଟୋଲ ତହସିଲରେ ଏକ ବିସ୍ଫୋରକ କାରଖାନାରେ ବିସ୍ଫୋରଣ ଘଟି ଅତି କମରେ…

ଝାଡ଼ଖଣ୍ଡକୁ ହେଉଥିଲା ଗଞ୍ଜେଇ ଚାଲାଣ, କାର୍‌ ଜବତ ସହ ୨ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହେବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ପୋଲିସ ଏବେ ଆକ୍ସନ ମୋଡ଼ରେ ରହିଛି। ଜିଲାରେ…

ମୃତ୍ୟୁ ପୂର୍ବରୁ ଶେଷ ଭାଷଣ ଦେଇଥିଲେ ଖାମେନେଇ, ଜାଣନ୍ତୁ ଟ୍ରମ୍ପଙ୍କୁ ନେଇ କ’ଣ କହିଥିଲେ

ତେହେରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଆମେରିକା-ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିଛି। ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଇରାନରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନେଇ…

ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ଚାଲିଗଲା ରୋଗୀଙ୍କ ଜୀବନ, ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ମଧ୍ୟାହ୍ନରେ ରୋଗୀଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା ନେଇ ନେଇ…

ନିଜେ ନିଜେ କାହିଁକି କୋର୍ଟ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ? ୭ ବର୍ଷ ପୁରୁଣା ମାମଲା ସହିତ ରହିଛି ସମ୍ପର୍କ

ହାଇଦ୍ରାବାଦ,୧।୩: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ହାଇଦ୍ରାବାଦର ନାମପାଲିରେ ଥିବା ସ୍ବତନ୍ତ୍ର ଲୋକ ପ୍ରତିନିଧି କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ। ଏହି ହାଜର ୨୦୧୯…

ରକ୍ଷକ ହୋଇ ଭକ୍ଷକ ସାଜିଥିବା ପୂର୍ବତନ ବିଧାୟକ ଧର୍ମଶାଳାବାସୀଙ୍କୁ କ୍ଷମା ମାଗନ୍ତୁ, ଏପରି ଅଭିଯୋଗ ଆଣି…

ଧର୍ମଶାଳା,୧ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ପୂର୍ବ ସରକାର ସମୟରେ ଅନେକ ଦୁର୍ନୀତି ହୋଇଥିବା ବେଳେ ପୋଲିସ ପ୍ରଶାସନ, ଖଣି ଉପନିର୍ଦ୍ଦେଶକ ଏବଂ ତହସିଲ ପ୍ରଶାସନ ମିଳିତ…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ଇରାନ ଉପରେ ବଡ଼ ଆକ୍ରମଣ…

ଇସଲାମବାଦ,୧।୩: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲେ, ଯାହା ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାତାବରଣ ଖେଳିଯାଇଛି। ଶନିବାର ସକାଳେ ଆମେରିକା…

ଧାନଜମିରେ ଇଲେକ୍ଟ୍ରି କରେଣ୍ଟ ଦେଇ ଷଣ୍ଢକୁ ମାରିଦେଲେ ଚାଷୀ, ତାତିଲା ବଜରଙ୍ଗ ଦଳ, ପ୍ରତିବାଦରେ…

ବାଲିଆପାଳ,୧ା୩(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଲୋକେ ଷଣ୍ଢଗୁଡ଼ିକୁ ଇଲେକ୍ଟ୍ରି କରେଣ୍ଟ ଦେଇ ମାରି ଦେଉଛନ୍ତି। ଏନେଇ ବାଲିଆପାଳ ଥାନାରେ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri