ନନ୍ଦନକାନନରେ ହାତୀ ବାସନ୍ତୀ ଅସୁସ୍ଥ

ବାରଙ୍ଗ,୧୨ା୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀ ସଫାରିରେ ରହୁଥିବା ମାଈ ହାତୀ ବାସନ୍ତୀ ବୁଧବାର ଅସୁସ୍ଥ ହୋଇପଡ଼ିଛି। ସେ କିିଛିଦିନ ହେବ ଠିକ ଭାବେ ଖିଆପିଆ କରୁନାହିଁ। ବୟସାଧିକ କାରଣରୁ ସେ ବାରମ୍ବାର ବଦହଜମିର ଶିକାର ହେଉଛି। ବୁଧବାର ବଦହଜମିର ଶିକାର ହୋଇଛି। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକ ବାସନ୍ତୀର ଚିକିତ୍ସା କରିବା ପରେ ସେ ଏକ ପ୍ରକାର ସୁସ୍ଥ ହୋଇଛି। ଗୁରୁବାର ବିଶ୍ବ ହସ୍ତୀ ଦିବସ ଥିବାରୁ କର୍ତ୍ତୃପକ୍ଷ ହାତୀ ବାସନ୍ତୀ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବାସନ୍ତୀକୁ ଗତ ୧୯୮୫ରେ ୨୧ବର୍ଷ ବୟସର ହୋଇଥିବା ବେଳେ ମାଡ୍ରାସର ଭନ୍ଦାଲୁରରୁ ନନ୍ଦନକାନନକୁ ଅଣାଯାଇଥିଲା। ତାକୁ ଏବେ ୫୭ବର୍ଷ। ନନ୍ଦନକାନନରେ ବର୍ତ୍ତମାନ ୪ଟି ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରେ ବଡ଼ହାତୀ ପ୍ରେମା, ବାସନ୍ତୀ, ହୀରା ଓ ଛୁଆ ହାତୀ ମାମା।