ହାତୀ ଆକ୍ରମଣରେ ଜୀବନ ଗଲା

ବାରିପଦା ଅଫିସ,୧୬ା୧- ମୟୂରଭଞ୍ଜ ଜିଲା ଦେଉଳି ରେଞ୍ଜ ଅଞ୍ଚଳରେ ସୋମବାର ସାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଛି। ମୃତକ ହେଲେ ସାଲସାହିର ରାମ ଭକ୍ତା(୫୦)। ଘର ବାରଣ୍ଡାରେ ଶୋଇଥିବା ବେଳେ ଝାଡ଼ଖଣ୍ଡୀ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।