ହାତୀ ଉପଦ୍ରବ:ଭାଙ୍ଗିଲା ଘର-ଅଙ୍ଗନୱାଡି କେନ୍ଦ୍ର

ଦେବଗଡ,୨୦ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ କଂସର ଫରେଷ୍ଟ ସେକ୍ସନ ସଡୋ ବିଟ ଅନ୍ତର୍ଗତ ବେଲୁଆମ ଏବଂ ସଡୋ ଗ୍ରାମରେ ରବିବାର ରାତିରୁ ଏକ ଦନ୍ତା ହାତୀର ଉପଦ୍ରବ ଜାରି ରହିଛି। ହାତୀଟି ଗାଁ ଭିତରେ ପଶି ଘର ଭାଙ୍ଗିବା ସହ ଲୋକଙ୍କୁ ଆକ୍ରମଣ ପାଇଁ ଗୋଡାଉଛି। ଅନେକ ଘର ଭାଙ୍ଗି ଧାନ, ଚାଉଳ, ମୁଗ ଓ ବିରି ଆଦି ଖାଦ୍ୟଶସ୍ୟ ଖାଇବା ସହ ଆସବାବପତ୍ର ନଷ୍ଟ କରିଥିବା ଜଣାପଡିଛି। ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ଅଭୟାରଣ୍ୟ ଭୁତେଲ ଫରେଷ୍ଟ ସେକ୍ସନ ଅଞ୍ଚଳରୁ ଆସିଥିବା ଉକ୍ତ ଦନ୍ତାହାତୀ ଉପଦ୍ରବ ଯୋଗୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି। ବନବିଭାଗ କର୍ମଚାରୀ ହାତୀ ଘଉଡାଇବା ପାଇଁ ନିଆଁ ହୁଳା ଦେଖାଇବା ସହିତ ବିଭିନ୍ନ କୌଶଳ ଆପଣାଉଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି। ହାତୀଟି ହାତୀ ପଲରେ ମିଶିପାରୁ ନ ଥିବାରୁ ରାଗରେ ହିଂସ୍ର ହୋଇପଡିଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ଉକ୍ତ ଦନ୍ତା ହାତୀଟି ସୋମବାର ରାତିରେ ବେଲୁଆମ ଗ୍ରାମର ରାସନ୍ଦ କାଲୋ ଓ ହିରା କାଲୋଙ୍କ ଘରର କାନ୍ଥ ଭାଙ୍ଗି ଘର ଭିତରେ ଥିବା ଧାନ ଓ ଚାଉଳ ଆଦି ଖାଇଛି । ସେହିପରି ସଡୋ ଗ୍ରାମର ସାନେତ ତିର୍କୀ ଏବଂ ଜହନ ଟୁଟାଙ୍କ ଘରର କାନ୍ଥ ଭାଙ୍ଗିବା ସହ ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ଭିତରେ ପଶି ଭଙ୍ଗାରୁଜା କରିଥିବା ଜଣାପଡିଛି। ଏଥିସହ ସେହି ଅଞ୍ଚଳର ଏକାଧିକ ବଗିଚାରେ ପଶି କଦଳୀ ଗଛ ସମେତ ପନିପରିବା କ୍ଷୟକ୍ଷତି କରିଛି। ହାତୀଟି ସୋମବାର ସକାଳେ ତୁରାଙ୍ଗ ଗ୍ରାମ ନିକଟ କଂସର ସଂରକ୍ଷିତ ଜଙ୍ଗଲରେ ଥିବା ବେଳେ ଧନ ଜୀବନ ସୁରକ୍ଷା ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦେବଗଡ ବନାଞ୍ଚଳ ଅଧିକାରୀ ଅମୂଲ୍ୟ ସେନାପତିଙ୍କ ନେତୃତ୍ୱରେ କଂସର ଫରେଷ୍ଟର ଦୟାସାଗର ପ୍ରଧାନ ଓ ଫରେଷ୍ଟଗାର୍ଡ କାର୍ତ୍ତିକେଶ୍ୱର ଦେହୁରୀ, ମାନସୀ ମଞ୍ଜରୀ ନାୟକ, ମିଲନ ଦାସ ଓ ବୀଣାପାଣି ଭୋଇ ପ୍ରମୁଖ ହାତୀ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri