ହାତୀ ଆକ୍ରମଣ:ଓଡ଼ିଶାରେ ସର୍ବାଧିକ ଜୀବନହାନି

ନୂଆଦିଲ୍ଲୀ, ୨୬ା୯: ଓଡ଼ିଶାରେ ହାତୀ-ମଣିଷ ଲଢ଼େଇ ଶେଷ ହେବା ଭଳି ମନେ ହେଉନାହିଁ। ଏଥିଯୋଗୁ ବ୍ୟାପକ ଧନଜୀବନ ଓ ଫସଲ ହାନି ଘଟୁଛି। ରାଜ୍ୟରେ ଗତ ୩ ବର୍ଷ ଅର୍ଥାତ୍‌ ୨୦୧୯-୨୦ରୁ ୨୦୨୧-୨୨ ଯାଏ ହାତୀ ଆକ୍ରମଣରେ ୩୨୨ଜଣଙ୍କ ମୃତ୍ୟୁ ଘଟିଛି, ଯାହାକି ଦେଶରେ ସର୍ବାଧିକ। ଏହି ସମୟ ମଧ୍ୟରେ ଦେଶରେ ହାତୀ ଆକ୍ରମଣରେ ୧୫୭୮ଜଣଙ୍କ ପ୍ରାଣହାନି ଘଟିଛି। କେବଳ ମଣିଷ ନୁହେଁ, ବିଭିନ୍ନ କାରଣରୁ ହାତୀମୃତ୍ୟୁ ମଧ୍ୟ ଚିନ୍ତାଜନକ ରହିଛି। ପ୍ରାଣୀପ୍ରେମୀମାନଙ୍କ କହିବାନୁଯାୟୀ, ଓଡ଼ିଶାରେ ଘଞ୍ଚ ଜଙ୍ଗଲ ଉଜୁଡୁଥିବା ଯୋଗୁ ବନ୍ୟପ୍ରାଣୀଙ୍କ ବାସସ୍ଥାନ, ଖାଦ୍ୟ ଓ ପାନୀୟ ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ତାହାର କୁପରିମାଣ ସ୍ବରୂପ ମଣିଷଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। ବନ୍ୟପ୍ରାଣୀ ମଧ୍ୟ ନିଶ୍ଚିନ୍ନ ହେବାକୁ ଲାଗିଲେଣି। ଗତ ଅଧିବେଶନରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ସୂଚନା ଅନୁଯାୟୀ ହାତୀ ଆକ୍ରମଣରେ ଓଡ଼ିଶାରେ ୨୦୧୯-୨୦ରେ ୧୧୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୨୦-୨୧ ଏବଂ ୨୦୨୧-୨୨ରେ ଯଥାକ୍ରମେ ୯୩ ଏବଂ ୧୧୨ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ ଏହି ୩ ବର୍ଷ ମଧ୍ୟରେ ଓଡ଼ିଶାରେ ୨୪୫ ହାତୀଙ୍କ ଜୀବନ ଯାଇଛି। ସେଥିମଧ୍ୟରେ ୨୦୧୯-୨୦ରେ ୮୨, ୨୦୨୦-୨୧ରେ ୭୭ ଏବଂ ୨୦୨୧-୨୨ରେ ୮୬ଟି ହାତୀଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୩୫, କେନ୍ଦୁଝର ଡିଭିଜନରେ ୨୧, ଅନୁଗୋଳ ଡିଭିଜନରେ ୧୨, ଦେବଗଡ଼ ଓ ଆଠମଲିକ ଡିଭିଜନରେ ୧୧ ଲେଖାଏ ଏବଂ ବାଲେଶ୍ୱର, କଳାହାଣ୍ଡି(ଦକ୍ଷିଣ) ଓ ଖୋର୍ଦ୍ଧା ଡିଭିଜନରେ ୧୦ ଲେଖାଏ ହାତୀମୃତ୍ୟୁ ଘଟିଛି। ଶିକାର, ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଧକ୍କା ଏବଂ ସଡ଼କ ଦୁର୍ଘଟଣା ଆଦି କାରଣରୁ ଏହି ବୃହଦାକାୟ ଜୀବ ପ୍ରତି ବିପଦ ଘନଉଛି। ଗତ ଦଶନ୍ଧି (୨୦୧୨-୧୩ରୁ ୨୦୨୧-୨୨)ରେ ରାଜ୍ୟରେ ମୋଟ ୭୮୪ ହାତୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟ କହୁଛି।

ସେଥିମଧ୍ୟରେ ଦୁର୍ଘଟଣାଜନିତ ସଂଖ୍ୟା ୩୬ ରହିଛି। ଏଥିରୁ ୩୦ଟି ହାତୀମୃତ୍ୟୁ ଟ୍ରେନ ଧକ୍କାରେ ଘଟିଛି। ହେଲେ ସରକାରୀ ତଥ୍ୟଠାରୁ ବହୁ ଅଧିକ ହାତୀଙ୍କ ଜୀବନହାନି ଘଟିଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। କାରଣ ଗତ ଜୁନ୍‌ ଏବଂ ଜୁଲାଇରେ କଟକ ଜିଲା ଆଠଗଡ଼ ବନଖଣ୍ଡରେ ୫ ହାତୀଙ୍କ ଗଳିତ ମୃତଦେହ ଏବଂ କଙ୍କାଳ ଠାବ ହୋଇଥିଲା।
ଉପରୋକ୍ତ ସଂଖ୍ୟାରୁ ସ୍ପଷ୍ଟ ହେଉଛି ଯେ, ଓଡ଼ିଶାରେ ହାତୀ-ମଣିଷ ଲଢ଼େଇ କେତେ ଗୁରୁତର। କେବଳ ଜୀବନହାନି ନୁହେଁ, ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ହାତୀପଲ ବହୁ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ଉଜାଡ଼ି ଦେଉଛନ୍ତି। ଓଡ଼ିଶା ଏନ୍‌ଭାଇରନମେଣ୍ଟାଲ ସୋସାଇଟିର ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବାନୁଯାୟୀ ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ ହ୍ରାସ ଏବଂ ଲୋକଙ୍କ ଆଚରଣ ଯୋଗୁ ରାଜ୍ୟରେ ହାତୀ-ମଣିଷ ଲଢ଼େଇ ବଢ଼ିବାରେ ଲାଗିଛି। ଆମ ରାଜ୍ୟରେ ଜଙ୍ଗଲ ରହିଛି। ହେଲେ ଖାଦ୍ୟ ଓ ପାଣି ଅଭାବ ଭଳି ବିଭିନ୍ନ କାରଣରୁ ତାହା ହାତୀଙ୍କ ପାଇଁ ଉପଯୁକ୍ତ ହୋଇ ରହିନାହିଁ। ଫଳରେ ସେମାନେ ଜନପଦମୁହଁା ହେଉଛନ୍ତି। ଏହାଛଡ଼ା ବନ୍ୟପ୍ରାଣୀଙ୍କ ଚଳପ୍ରଚଳ ପାଇଁ ବନାଞ୍ଚଳଗୁଡ଼ିକ ମଧ୍ୟରେ ଥିବା ପ୍ରାକୃତିକ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଛି ବୋଲି ପାଣିଗ୍ରାହୀ କହିଛନ୍ତି। ଏଭଳି ପରିସ୍ଥିତିର ନିରାକରଣ ଏହା ଯେ, ଜଙ୍ଗଲରେ ହାତୀଙ୍କ ସମସ୍ତ ଆବଶ୍ୟକତା ଉପଲବ୍ଧ ହେବା। ସେହିପରି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଅନ୍ୟ ଫସଲ ଚାଷ କରିବାକୁ ପ୍ରବର୍ତ୍ତାଇବା ଏବଂ ହାତୀଙ୍କ ସହ କିଭଳି ଆଚରଣ କରାଯିବା ଉଚିତ ସେନେଇ ସେମାନଙ୍କୁ ଶିଖାଇବାକୁ ହେବ।

ହାତୀଙ୍କ ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଗତ ଜୁଲାଇ ୧୯ରେ ବିଧାନସଭାରେ ଲିଖିତ ଜବାବ ଦେଇଥିଲେ। ୧୪ଟି ହାତୀ କରିଡର ଏବଂ ୩ଟି ହାତୀ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ହାତୀମୃତ୍ୟୁ ରୋକିବାରେ ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ। ରାଜ୍ୟ ସରକାର ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାର ଜଙ୍ଗଲଗୁଡ଼ିକରେ ହାତୀଙ୍କ ପାଇଁ ୪୦୨ ପୋଖରୀ ଖୋଳିଥିବାବେଳେ ୪୨୬ ପୋଖରୀର ପୁନରୁଦ୍ଧାର କରିଥିବା ମନ୍ତ୍ରୀ କହିଥିଲେ। ସେହିପରି ହାତୀ ଶିକାର ରୋକିବା ଲାଗି ୧୭୨୫ଜଣଙ୍କୁ ନେଇ ଗଠିତ ୩୪୩ଟି ଆଣ୍ଟି ପୋଚିଂ ସ୍କ୍ବାଡ୍‌କୁ ଯୋଜନାବଦ୍ଧ ଭାବେ ନିର୍ଦ୍ଦିଷ୍ଟ ସ୍ଥାନରେ ମୁତୟନ କରାଯାଇଛି। ଡ୍ରୋନ୍‌ ଏବଂ ଓ୍ବାଚ୍‌ଟାଓ୍ବାର ସହାୟତାରେ ହାତୀଙ୍କ ବାସସ୍ଥାନ, ଚଳପ୍ରଚଳ ଏବଂ ଶିକାରୀଙ୍କ ଉପରେ କଡ଼ା ନଜର ରଖାଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ।]

ଅନ୍ୟପକ୍ଷରେ ରାଜ୍ୟ ସରକାର କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ଅଧୀନରେ ଏକ କ୍ରାଇମ୍‌ ସେଲ୍‌ ପ୍ରତିଷ୍ଠା କରିଛନ୍ତି, ଯାହାକି ଗୁରୁତ୍ୱପୂର୍ଣ୍ଣ ବନ୍ୟପ୍ରାଣୀ ମାମଲାଗୁଡ଼ିକର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ କରୁଛି। ବନ୍ୟପ୍ରାଣୀଙ୍କ ସୁରକ୍ଷିତ ଯାତାୟାତ ପାଇଁ ୩୫ ସ୍ଥାନର ରେଳପଥ ଏବଂ ୪୯ ସ୍ଥାନର ହାଇଓ୍ବେରେ ଓଭରପାସ୍‌ କିମ୍ବା ଅଣ୍ଡରପାସ୍‌ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଥିଲା। ସେଥିମଧ୍ୟରୁ ୧୧ଟି ହାଇଓ୍ବେ ଅଣ୍ଡରପାସ୍‌ ନିର୍ମାଣ ସରିଥିବାବେଳେ ୧୫ ସ୍ଥାନରେ କାର୍ଯ୍ୟ ଚାଲିଛି। ସେହିପରି ରାଜ୍ୟ ସରକାର ବନ୍ୟପ୍ରାଣୀଙ୍କ ଆକ୍ରମଣରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ଷତିପୂରଣ ରାଶି ୩ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।ରହିଥିଲା। ସେଥିମଧ୍ୟରୁ ୧୧ଟି ହାଇଓ୍ବେ ଅଣ୍ଡରପାସ୍‌ ନିର୍ମାଣ ସରିଥିବାବେଳେ ୧୫ ସ୍ଥାନରେ କାର୍ଯ୍ୟ ଚାଲିଛି। ସେହିପରି ରାଜ୍ୟ ସରକାର ବନ୍ୟପ୍ରାଣୀଙ୍କ ଆକ୍ରମଣରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ଷତିପୂରଣ ରାଶି ୩ ଲକ୍ଷରୁ ୪ ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri