ମହଙ୍ଗା ହେବ ଇଲେକ୍‌ଟ୍ରୋନିକ୍ସ ଆପ୍ଲାଏନ୍ସ

ନୂଆଦିଲ୍ଲୀ: ପ୍ରାୟ ୫୦ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଆମଦାନୀ ଟିକସ ବଢ଼ାଇପାରନ୍ତି। ୫ରୁ ୧୦% ଟିକସ ବୃଦ୍ଧି ନେଇ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ସ୍ମାର୍ଟଫୋନ, ଇଲେକ୍‌ଟ୍ରୋନିକ୍ସ କମ୍ପୋନେଣ୍ଟ, ଆପ୍ଲାଏନ୍ସ ଭଳି ଅନ୍ୟ ସାମଗ୍ରୀ ଏହା ମଧ୍ୟରେ ସାମିଲ ରହିଛି। ବଜେଟରେ ଟିକସ ବଢ଼ାଇବା ପ୍ରସ୍ତାବ ରଖାଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନାମ ଗୋପନ ରଖି ରଏଟର୍ସକୁ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଘରୋଇ ବଜାରର ମାନୁଫାକଚରିଂକୁ ଉତ୍ସାହିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାକୁ ଉତ୍ସାହିତ କରିବା ଲାଗି ସରକାର ଆମଦାନୀ ଟିକସରେ ଏଭଳି ବୃଦ୍ଧି କରିବେ ବୋଲି କୁହାଯାଉଛି। ବର୍ତ୍ତମାନ ସରକାରଙ୍କ ରାଜସ୍ବ କ୍ଷତିଗ୍ରସ୍ତ ହୋଇ ରହିଛି। କରୋନା ଯୋଗୁ ବଜାର ଉପରେ ସଙ୍କଟ ସ୍ଥିତି ଲାଗି ରହିଛି। ଆମଦାନୀ ଟିକସ ବଢାଇବା ଦ୍ୱାରା ସରକାର ପ୍ରାୟ ୧୫ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଜସ୍ବ ସଂଗ୍ରହ କରିବା ଯୋଜନା ରଖିଥିବା ଜଣେ ଅଧିକାରୀ କହିଛନ୍ତି। ଏହି ୨ ଅଧିକାରୀ କହିଛନ୍ତି, ଟିକସ ବଢ଼ିଲେ ଇ-ଯାନ, ଫର୍ନିଚର ଭଳି ଅନ୍ୟ ସାମଗ୍ରୀ ଦର ବଢ଼ିବ। ଏହା ହେଲେ ସୁଇଡେନର ଫର୍ନିଚର ମେକର ଆଇକିଆ ଏବଂ ଆସନ୍ତା ବର୍ଷ ବଜାରକୁ ଆସିବାକୁ ଥିବା ୟୁଏସ୍‌ର ଇ-କାର୍‌ କମ୍ପାନୀ ଟେସ୍‌ଲା ପ୍ରଭାବିତ ହେବେ।
ଫର୍ନିଚର ଏବଂ ଇ-ଯାନ ଉପରେ କେତେ ପରିମାଣର ଟିକସ ବଢିବ ଅଧିକାରୀମାନେ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି। ଭାରତରେ ଟିକସ ହାର ଉଚ୍ଚରେ ରହୁଥିବାରୁ ପୂର୍ବରୁ ଉଭୟ ଆଇକିଆ ଏବଂ ଟେସ୍‌ଲା ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହାବାଦ ଫ୍ରିଜ୍‌ ଏବଂ ଏସି ଦାମ୍‌ ମଧ୍ୟ ବଢ଼ିବା ନେଇ ଶୁଣାଯାଉଛି। ଏ ସମ୍ପର୍କରେ ଇ-ମେଲ୍‌ ଯୋଗେ ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ଲୋଡ଼ାଯାଇଥିବା ବେଳେ ଏହା ମିଳିପାରିନାହିଁ। ୨୦୨୧-୨୨ ଲାଗି ଫେବୃୟାରୀ ପହିଲାରେ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ ସରକାର ଫୁଟ୍‌ଓ୍ବେର, ଫର୍ନିଚର, ଖେଳନା, ଇଲେକ୍ଟ୍ରିକାଲ ଏବଂ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉପରେ ପ୍ରାୟ ୨୦% ଆମଦାନୀ ଟିକସ ବଢ଼ାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri