ମହଙ୍ଗା ହେବ ଇଲେକ୍‌ଟ୍ରୋନିକ୍ସ ଆପ୍ଲାଏନ୍ସ

ନୂଆଦିଲ୍ଲୀ: ପ୍ରାୟ ୫୦ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଆମଦାନୀ ଟିକସ ବଢ଼ାଇପାରନ୍ତି। ୫ରୁ ୧୦% ଟିକସ ବୃଦ୍ଧି ନେଇ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ସ୍ମାର୍ଟଫୋନ, ଇଲେକ୍‌ଟ୍ରୋନିକ୍ସ କମ୍ପୋନେଣ୍ଟ, ଆପ୍ଲାଏନ୍ସ ଭଳି ଅନ୍ୟ ସାମଗ୍ରୀ ଏହା ମଧ୍ୟରେ ସାମିଲ ରହିଛି। ବଜେଟରେ ଟିକସ ବଢ଼ାଇବା ପ୍ରସ୍ତାବ ରଖାଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନାମ ଗୋପନ ରଖି ରଏଟର୍ସକୁ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଘରୋଇ ବଜାରର ମାନୁଫାକଚରିଂକୁ ଉତ୍ସାହିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାକୁ ଉତ୍ସାହିତ କରିବା ଲାଗି ସରକାର ଆମଦାନୀ ଟିକସରେ ଏଭଳି ବୃଦ୍ଧି କରିବେ ବୋଲି କୁହାଯାଉଛି। ବର୍ତ୍ତମାନ ସରକାରଙ୍କ ରାଜସ୍ବ କ୍ଷତିଗ୍ରସ୍ତ ହୋଇ ରହିଛି। କରୋନା ଯୋଗୁ ବଜାର ଉପରେ ସଙ୍କଟ ସ୍ଥିତି ଲାଗି ରହିଛି। ଆମଦାନୀ ଟିକସ ବଢାଇବା ଦ୍ୱାରା ସରକାର ପ୍ରାୟ ୧୫ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଜସ୍ବ ସଂଗ୍ରହ କରିବା ଯୋଜନା ରଖିଥିବା ଜଣେ ଅଧିକାରୀ କହିଛନ୍ତି। ଏହି ୨ ଅଧିକାରୀ କହିଛନ୍ତି, ଟିକସ ବଢ଼ିଲେ ଇ-ଯାନ, ଫର୍ନିଚର ଭଳି ଅନ୍ୟ ସାମଗ୍ରୀ ଦର ବଢ଼ିବ। ଏହା ହେଲେ ସୁଇଡେନର ଫର୍ନିଚର ମେକର ଆଇକିଆ ଏବଂ ଆସନ୍ତା ବର୍ଷ ବଜାରକୁ ଆସିବାକୁ ଥିବା ୟୁଏସ୍‌ର ଇ-କାର୍‌ କମ୍ପାନୀ ଟେସ୍‌ଲା ପ୍ରଭାବିତ ହେବେ।
ଫର୍ନିଚର ଏବଂ ଇ-ଯାନ ଉପରେ କେତେ ପରିମାଣର ଟିକସ ବଢିବ ଅଧିକାରୀମାନେ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି। ଭାରତରେ ଟିକସ ହାର ଉଚ୍ଚରେ ରହୁଥିବାରୁ ପୂର୍ବରୁ ଉଭୟ ଆଇକିଆ ଏବଂ ଟେସ୍‌ଲା ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହାବାଦ ଫ୍ରିଜ୍‌ ଏବଂ ଏସି ଦାମ୍‌ ମଧ୍ୟ ବଢ଼ିବା ନେଇ ଶୁଣାଯାଉଛି। ଏ ସମ୍ପର୍କରେ ଇ-ମେଲ୍‌ ଯୋଗେ ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ଲୋଡ଼ାଯାଇଥିବା ବେଳେ ଏହା ମିଳିପାରିନାହିଁ। ୨୦୨୧-୨୨ ଲାଗି ଫେବୃୟାରୀ ପହିଲାରେ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ ସରକାର ଫୁଟ୍‌ଓ୍ବେର, ଫର୍ନିଚର, ଖେଳନା, ଇଲେକ୍ଟ୍ରିକାଲ ଏବଂ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉପରେ ପ୍ରାୟ ୨୦% ଆମଦାନୀ ଟିକସ ବଢ଼ାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri