ଧର୍ମଶାଳା,୧୫।୫(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ଜାରକା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖରା ଦିନ ଉଦୁଉଦିଆ ଖରାବେଳେ ୨ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ସେବା ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଶୁକ୍ରବାର ଦିନ ପ୍ରାୟ ଦିନ ୧୨.୩୦ରୁ ୨ଟା ୩୦ପର୍ଯ୍ୟନ୍ତ (ଖବର ଲେଖା ହେବା ପର୍ଯ୍ୟନ୍ତ ବିଦ୍ୟୁତ ସେବା ଠପ୍ ହୋଇଯାଇଛି)ଜାରକାରୁ କାଏମାକୁ ସଂଯୋଗ କରୁଥିବା ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ବନ୍ଦ ହୋଇ ରହିଥିବା ଖବର ମିଳିଛି। କିନ୍ତୁ ଜାରକା ଡିଭିଜନ ଏସଡିଓଙ୍କୁ ଏ ବିଷୟରେ ପଚାରିବାରୁ ସେ ଜାଣିନାହାନ୍ତି କହି ପାରିବେ ନାହିଁ ବରଂ କଷ୍ଟମର କେୟାରଙ୍କୁ ପଚାରି ବୁଝିବାକୁ ପରାମର୍ଶ ଦେଇଛନ୍ତି। ବିଦ୍ୟୁତ୍ ସେବା ବନ୍ଦ ହେଲେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିବାବେଳେ ଜାରକା ଏସଡିଓ କାହା ସାହସ ଓ ଇଙ୍ଗିତରେ ଏହି ଭଳି କାର୍ଯ୍ୟ କରୁଛନ୍ତି ତାହା ଉପରେ ପ୍ରଶ୍ନ ଉଠିଛି। ଏହା ଉପରେ ଉପରିସ୍ଥ ଅଧିକାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।