ସିମନବାଡିରେ ବିଦ୍ୟୁତ ସେବା ଠପ୍‌: ଆସୁନି ଇଣ୍ଟରନେଟ, ଲୋକେ ହନ୍ତସନ୍ତ

ଦାରିଙ୍ଗବାଡି,୨।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡରେ ଗତ ୩ ଦିନ ହେଲା ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇପଡିଛି। ପ୍ରାୟ ୮ ପଞ୍ଚାୟତବାସୀ ଅନ୍ଧାରରେ ରହିଥିବା ବେଳେ ବିଦ୍ୟୁତ ସେବା ବାଧାପ୍ରାପ୍ତ ଯୋଗୁ ଏହି ସବୁ ଅଞ୍ଚଳରେ ମୋବାଇଲ, ଇଣ୍ଟରନେଟ ସେବା ଅଚଳ ହୋଇପଡିଛି। ସିମନବାଡି ବିଏସଏନଏଲ ଟାୱାରରେ ୨ଟି ନେଟୱାର୍କ ତଥା ବିଏସଏନଏଲ ଏବଂ ଜିଓ ନେଟୱାର୍କ ରହିଥିବାବେଳେ ବାଧାପ୍ରାପ୍ତ ସେବା ବାଧାପ୍ରାନ୍ତ ଯୋଗୁ ନେଟୱାର୍କ ମଧ୍ୟ ଅଚଳ ହୋଇପଡିଛି। ଫଳରେ ଜରୁରୀକାଳୀନ ସେବା ତଥ ଆମ୍ବୁଲାନ୍ସ ଡକାଇବା, ଗ୍ୟାସ ବୁକିଂ କରାଇବା ଓ ବିଭିନ୍ନ ବ୍ୟାଙ୍କ କାର୍ଯ୍ୟପାଇଁ ଓଟିପି ଆସିବା ସମସ୍ୟା ଯୋଗୁ ଲୋକମାନେ ବହୁ ହଇରାଣ ଭୋଗୁଛନ୍ତି। ଶୀଘ୍ର ଏହି ସେବା ସବୁ ଉପଭୋକ୍ତାଙ୍କୁ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 

Share