ସମସ୍ୟା ସୃଷ୍ଟି କରୁଛି ୧୯୭୧ ମସିହା ବିଦ୍ୟୁତ୍‌ ଖୁଣ୍ଟ, ତାର, ଶଙ୍ଖ

ମହାକାଳପଡ଼ା, ୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ଅବିଭକ୍ତ କଟକ ଜିଲାର ମହାକାଳପଡ଼ା ଅଞ୍ଚଳରେ ୧୯୭୧ରେ ପ୍ରଥମ ଥର ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ପକ୍ଷରୁ ଯୋଗାଣ ବ୍ୟବସ୍ଥା ହୋଇଥିଲା। ମାର୍ଶାଘାଇ କେନାଲ ବ୍ରିଜଠାରୁ ମହାକାଳପଡ଼ା-ଛପାଲିକୁ ସଂଯୋଗ କରାଯାଇଥିଲା। ସେ ସମୟରେ ସଂଯୋଗ କରାଯାଇଥିବା ତାର, ଶଙ୍ଖ, ଖୁଣ୍ଟଗୁଡ଼ିକ ପୁରୁଣା ହୋଇଯାଇଛି। ସେ ସମୟରେ ତାର, ଶଙ୍ଖ ଅତ୍ୟଧିକ ଚାହିଦା ପୂରଣ ପାଇଁ ଅଧିକ ଭୋଲ୍‌ଡେଜ ସମ୍ଭାଳିବା କଷ୍ଟକର ହେଉଛି। ବଜ୍ରପାତ, ପବନ ଯୋଗୁ ଅନେକ ସମୟରେ ଖୁଣ୍ଟ ଉପୁଡ଼ୁଥିବା ବେଳେ ତାର ଛିଡ଼ୁଛି ଓ ଶଙ୍ଖ ଭାଙ୍ଗୁଛି। ଫଳରେ ଅନବରତ ବିଦ୍ୟୁତ୍‌ ସରବରାହ ଯୋଗାଣରେ ବ୍ୟାହତ ଯୋଗୁ ମହାକାଳପଡ଼ାର ୨୮ ହଜାର ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି। ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ଯୋଗୁ ଲୋକମାନେ ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ବହୁ ଉପଭୋକ୍ତା ସୋମବାର ମାର୍ଶାଘାଇ ବିଦ୍ୟୁତ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ହେଲେ ମୂଳ ସମସ୍ୟା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଗୁରୁତ୍ୱାରୋପ କରିଥିଲେ ଆଜିକା ଦିନରେ ସମସ୍ୟା ସୃଷ୍ଟି ହୋଇ ନ ଥା’ନ୍ତା ବୋଲି କେତେଜଣ ଗ୍ରାହକ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ପ୍ରଶାସନିକ, ବିଦ୍ୟୁତ୍‌ ଯୋଗାଣ ବିଭାଗ କମ୍ପାନୀ ଓ ରାଜନେତାଙ୍କ ସମନ୍ବୟ ଅଭାବ ଯୋଗୁ ମହାକାଳପଡ଼ା ଅଞ୍ଚଳର ଗ୍ରାହକ ହଇରାଣ ହେଉଛନ୍ତି। ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ଦୃଷ୍ଟିରୁ ବିଦ୍ୟୁତ୍‌ ଯୋଗାଣ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ଓ ଅଧିକାରୀମାନେ ମଙ୍ଗଳବାର କେନାଲ ବ୍ରିଜଠାରୁ ମହାକାଳପଡ଼ା, ଛପାଲି, କିଆରବାଙ୍କ ବିଦ୍ୟୁତ୍‌ ଗ୍ରିଡ୍‌ ସର୍ବେକ୍ଷଣ କରିଥିଲେ। କିପରି ସମସ୍ୟାର ସମାଧାନ ହେବ ସ୍ଥାନୀୟ ବାସିନ୍ଦାମାନଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ନୂଆ ତାର, ଶଙ୍ଖ, ଖୁଣ୍ଟଗୁଡ଼ିକ ପୁଣି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଆନୁମାନିକ ୪ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ବିଭାଗୀୟ ସୂତ୍ରରୁ କୁହାଯାଇଛି। ଅପରପକ୍ଷରେ ମହାକାଳପଡ଼ା ବାବର ଅଞ୍ଚଳକୁ ବିକଳ୍ପ ଭାବେ ବିଦ୍ୟୁତ ଚାହିଦା ପୂରଣ କରିବାକୁ ପଟ୍ଟାମୁଣ୍ଡାଇ ଗ୍ରିଡ୍‌ରୁ ବିଦ୍ୟୁତ୍‌ ସରବରାହ ୭୦ ରୁ ୮୦% କାର୍ଯ୍ୟ ସରିଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। କିଛି ସ୍ଥାନରେ ଜମି ଅଧିଗ୍ରହଣ ସମସ୍ୟା ରହିଛି। ଏହାର ସମାଧାନ କରିବାକୁ ୩ରୁ ୪ ମାସ ସମୟ ଲାଗିବ। ବର୍ଷା ଦିନ ଯୋଗୁ ନିର୍ମାଣ କାର୍ଯ୍ୟରେ ଅଧିକ ସମସ୍ୟା ସୃଷ୍ଟି ହେଉଛି। ମହାକାଳପଡ଼ାବାସୀଙ୍କ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ପାରାଦୀପ ବିଦ୍ୟୁତ୍‌ ସର୍କଲସ୍ଥିତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶିବ ପ୍ରସାଦ ସ୍ବାଇଁ, ମାର୍ଶାଘାଇ ଡିଭିଜନ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ଦାଶ, ମହାକାଳପଡ଼ା ସହକାରୀ ଯନ୍ତ୍ରୀ ବାବୁଲାଲ ହାତୀ, ଟିପିସିଓଡିଲ ଏନ୍‌ଇଜି ଟିମର ଅଭିଜିତ ବିଶ୍ୱାସ, ଏସ୍‌ଟିଏସ୍‌ ପାରାଦୀପ ବିଦ୍ୟୁତ୍‌ ସର୍କଲ ବିମଳେନ୍ଦୁ ମହାନ୍ତି, ମାର୍ଶାଘାଇ ଟିଏଲ୍‌ ପ୍ରୋଜେକ୍ଟ ଅଧିକାରୀ ଦୀପକ କୁମାର ସାହୁ, ମାର୍ଶାଘାଇ ଡିଭିଜନ ସଂଯୋଜକ ଅଭିଜିତ ମହାନ୍ତି ଓ କନିଷ୍ଠ ଯନ୍ତ୍ରୀ ରାହୁଲ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମସ୍ୟାକୁ ନେଇ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ଲୋକମାନେ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ସମସ୍ୟା ସମାଧାନ ପାଇଁ ବିଦ୍ୟୁତ ଯୋଗାଣ ସଂସ୍ଥା କର୍ମକର୍ତ୍ତାଙ୍କ ସହ ବିଧାୟକ ଆଲୋଚନା କରିଥିଲେ। ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ମହାକାଳପଡ଼ା ଅଞ୍ଚଳରେ ଯନ୍ତ୍ରୀ ଓ ଅଧିକାରୀମାନେ ପହଞ୍ଚତ୍ ସର୍ବେକ୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କୁ ପଚାରିବାରେ ଜିଲାସ୍ତରୀୟ ବିଦ୍ୟୁତ୍‌ ଯୋଗାଣ ବୈଠକରେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଛି। ସମ୍ଭାବ୍ୟ ମୌସୁମୀ ବର୍ଷା ପୂର୍ବରୁ ମହାକାଳପଡ଼ାବାସୀଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦା କରାଯାଇଛି ବୋଲି ସେ କହିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

ଯୁଦ୍ଧ ଭିତରେ ଭାରତ ବଢାଇଲା ସାହାଯ୍ୟର ହାତ, ଏହି ଦେଶକୁ ଦେଲା ୩୮ହଜାର ମେଟ୍ରିକ ଟନର ପେଟ୍ରୋଲ

ନୂଆଦିଲ୍ଲୀ,୨୯।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଏବଂ ଫଳସୱରୂପ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ମଧ୍ୟରେ, ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri