ତାତିଲେ ବିଦ୍ୟୁତ୍‌ ଉପଭୋକ୍ତା

ଅନୁଗୋଳ ଅଫିସ ୭।୪(ମାନସ ବିଶ୍ୱାଳ)- ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହୱା କ୍ରମେ ୧ରୁ ୭ ଏପ୍ରିଲ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି । ଏହି ପରିପେକ୍ଷିରେ ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା, ଟାଇମ୍‌ ଅଫ୍‌ ଡେ ତାରିଫ ଲାଗୁ କରିବା ପ୍ରସ୍ତାବ ବାତିଲ କରିବା, ବିଦ୍ୟୁତ୍‌ ସଂଶୋଧନ ବିଲ-୨୦୨୨ ପ୍ରତ୍ୟାହାର କରିବା, ବିଦ୍ୟୁତ୍‌ ସେବାର ଘରୋଇକରଣ ବନ୍ଦ କରିବା ଦାବିରେ ଅନୁଗୋଳ ଜିଲା ଶାଖା ପକ୍ଷରୁ ସୋମବାର ପୂର୍ବାହ୍ନରେ ଟିପିସିଓଡିଏଲ ଅନୁଗୋଳ ଡିଭିଜନ ଅଫିସ ସମ୍ମୁଖରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଉପଭୋକ୍ତାମାନେ ସହର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିକ୍ଷୋଭ ସ୍ଥଳରେ ପହଞ୍ଚି ଥିଲେ। ଅନୁଷ୍ଠିତ ବିକ୍ଷୋଭ ସଭାରେ ବିଦ୍ୟୁତ୍‌ ଭଳି ଏକ ଅତ୍ୟାବଶ୍ୟକୀୟ ସେବାକୁ ବ୍ୟବସାୟରେ ପରିଣତ କରି ଘରୋଇ କମ୍ପାନୀଙ୍କ ଲାଭ ପାଇଁ କେନ୍ଦ୍ର ଓ ରାଜ୍ୟ ଭାଜପା ସରକାର ବିଭିନ୍ନ ନୀତି ଓ ପଦକ୍ଷେପ ଗ୍ରହଣ କରିଛନ୍ତି।

ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ରାଜ୍ୟରେ ଟାଟା ପାୱାରକୁ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ଦେଇଛନ୍ତି। ଏପରିକି ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗରେ କମ୍ପାନୀ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଘରେ ଜୋରଜବରଦସ୍ତ ପ୍ରିପେଡ ସ୍ମାର୍ଟ ମିଟର ବସାଉଛନ୍ତି । ପ୍ରିପେଡ ସ୍ମାର୍ଟ ମିଟର ଲଗାଇଲେ ମିଟର ଭଡା ଛାଡ କରିବା ଓ ବିଦ୍ୟୁତ୍‌ ଶୁଳ୍କରେ ରିହାତି ଦେବାକୁ ଓଇଆର୍‌ସି ଅଧ୍ୟକ୍ଷ ଯେଉଁ ଘୋଷଣା କରିଛନ୍ତି ତାହା ସର୍ବତ୍ର ପ୍ରିପେଡ ସ୍ମାର୍ଟ ମିଟର ଲଗାଇ ଆଗାମୀ ଦିନରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରିବା ଏକ ଚକ୍ରାନ୍ତ ବୋଲି ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନ ଓଡ଼ିଶା ରାଜ୍ୟ ଆବାହକ ଜୟସେନ ମେହେର ପ୍ରକାଶ କରିଥିଲେ।

ଉପଭୋକ୍ତାମାନେ ସଚେତନ ହୋଇ ପ୍ରିପେଡ ସ୍ମାର୍ଟ ମିଟର ଏବଂ ଟାଇମ ଅଫ ଡେ ତାରିଫକୁ ବିରୋଧ କରିବା ସହ ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାକୁ ସରକାରୀ ପରିଚାଳନା କରିବା ପାଇଁ ଆନ୍ଦୋଳନ କରିବାବୁ ସେ ଆହୱାନ ଦେଇଥିଲେ ।

ପ୍ରିପେଡ ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ କରିବା, ବିଦ୍ୟୁତ୍‌ ସଂଶୋଧନ ବିଲ-୨୦୨୨ ପ୍ରତ୍ୟାହାର କରିବା, ଟାଇମ୍‌ ଅଫ ଡେ ତାରିଫ ଲାଗୁ କରି ଅଧିକ ବିଦ୍ୟୁତ ବ୍ୟବହୃତ ସମୟ (ପିକ୍‌ ଆୱାର) ପାଇଁ ୟୁନିଟ ପ୍ରତି ଅଧିକ ବିଦ୍ୟୁତ୍‌ ଶୁଳ୍କ ନିର୍ଦ୍ଧାରଣ ପ୍ରସ୍ତାବ ବାତିଲ କରିବା, ବିଦ୍ୟୁତ୍‌ ଶୁଳ୍କ ଆଦାୟ ନାଁରେ ଉପଭୋକ୍ତାଙ୍କ ଉପରେ ଜୁଲୁମ ବନ୍ଦ କରିବା, ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ୟୁନିଟ ଦେୟମୁକ୍ତ ବିଦ୍ୟୁତ୍‌ ଯୋଗାଇଦେବା, ଘନଘନ ବିଦ୍ୟୁତ୍‌ କାଟ, ଲୋ-ଭୋଲ୍ଟେଜ ସମସ୍ୟାର ସମାଧାନ କରିବା, ଟ୍ରାନ୍ସଫରମର୍‌ ଅଚଳ ହେଲେ କିମ୍ବା ପୋଡିଗଲେ ୨୪ଘଣ୍ଟା ମଧ୍ୟରେ ନୂତନ ଟ୍ରାନ୍ସଫରମର୍‌ ସ୍ଥାପନ କରି ବଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରିବା, ବିଦ୍ୟୁତ୍‌ ସେବାର ଘରୋଇକରଣ ବନ୍ଦ କରିବା ଆଦି ଦାବି ସମ୍ବଳିତ ଏକ ଦାବିପତ୍ର ଓଡିଶାର ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିପିସିଓଡିଏଲ ଅନୁଗୋଳ ଡିଭିଜନର ମ୍ୟାନେଜରଙ୍କୁ ପ୍ରତିନିଧି ମଣ୍ଡଳୀ ପ୍ରଦାନ କରିଥିଲେ।

ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ବଳରାମ ନାୟକ, ନବକିଶୋର ପ୍ରଧାନ, ଜେନାମଣି ରାଉତ, ସଞ୍ଜୟ ସାହୁ, ସୁବାସ ଦେହୁରୀ, ମାନସ ପାଳ, ପ୍ରତିମା ବେହେରା, ରଣଜିତ ପ୍ରଧାନ, ସତ୍ୟରଞ୍ଜନ ସାହୁ, ପ୍ରଗତି ନାୟକ, ସୁବାସ ପ୍ରଧାନ, ପରମାନନ୍ଦ ସାହୁ, ନିରଞ୍ଜନ ନାୟକ, ବ୍ରଜବନ୍ଧୁ ସାହୁ, ନାରାୟଣ ନାୟକ, ବିଷ୍ଣୁ ସାହୁଙ୍କ ସମେତ ବହୁ ଉପଭୋକ୍ତା ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌…

ଭୁବନେଶ୍ୱର,୨୭ା୨: ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ। ଏସ୍‌ଓଜି…

ଆଫଗାନିସ୍ତାନର ଆକ୍ରମଣରେ ବିଚଳିତ ହେଲାଣି ପାକିସ୍ତାନ! ଭାରତ ଉପରେ ଆଣୁଛି ବଡ଼ ଅଭିଯୋଗ

ଇସଲାମାବାଦ,୨୭।୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଛି। ପାକିସ୍ତାନର ବିମାନ ଆକ୍ରମଣର ପ୍ରତିଶୋଧ ନେଇ ଆଫଗାନିସ୍ତାନ ଏହି ଆକ୍ରମଣ କରିଛି।…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଯଦି ବର୍ଷା ଯୋଗୁ ହୁଏ ବାତିଲ: ସେମିଫାଇନାଲକୁ ଯିବ କିଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ,୨୭।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଏବେ କର ବା ମର ପ୍ରତିଯୋଗିତାରେ ପରିଣତ ହୋଇଛି। ୧…

‘ମୁଁ ଦାଢିଥିବା ଲୋକଙ୍କୁ ଭୟକରେ’, କାହିଁକି ଏମିତି କହିଲେ ପୂର୍ବତନ ଉପ ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୭।୨: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର (୨୫ ଫେବୃଆରୀ) ତାଙ୍କ ଗୃହରାଜ୍ୟ ରାଜସ୍ଥାନର ଚୁରୁ ଜିଲାରେ ପହଞ୍ଚିଥିଲେ। ସେ ପୂର୍ବତନ ଏମପି ରାମ ସିଂହ କାସୱା…

କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ…

ଲଜିଷ୍ଟିକ୍ସ୍‌ରେ ପୂର୍ବ ପରିବହନ ସଂସ୍ଥାର ଦବଙ୍ଗଗିରି ଅଭିଯୋଗ, ସ୍ଥାନୀୟ ଯୁବକଙ୍କୁ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡ୍ରଷ୍ଟ୍ରିର ପରିବହନ ବ୍ୟବସ୍ଥାକୁ ନେଇ ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ୬ ବର୍ଷ…

ଲୋଇସିଂହା ଥାନା ବଢୁଛି ଚୋରି: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଇଛି। ଥାନା ଅନ୍ତର୍ଗତ ଜେଉଁଟିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ…

ଲାଇସେନ୍ସ ଫି ୧୦% ବୃଦ୍ଧି, ମହଙ୍ଗା ହୋଇପାରେ ମଦ ଦର

ନୂଆଦିଲ୍ଲୀ,୨୭ା୨: ଦିଲ୍ଲୀରେ ମଦ ଏବେ ମହଙ୍ଗା ହୋଇପାରେ । ନୂତନ ଉତ୍ପାଦ ନୀତି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ବେଳେ, ଦିଲ୍ଲୀ ସରକାର “ହୋଟେଲ, କ୍ଲବ ଏବଂ ରେଷ୍ଟୁରାଣ୍ଟ” ବର୍ଗରେ୨୦୨୬-୨୭ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri