ବିଦ୍ୟୁତ୍‌ରେ ଚାଲିବ ବିମାନ

ଓ୍ବାଶିଂଟନ୍‌,୨୫।୬: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ପକ୍ଷରୁ ବୈଦ୍ୟୁତିକ ବିମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହା ବୈଦ୍ୟୁତିକ ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ଉପଲବ୍ଧି ହେବ ବୋଲି ଆଶା କରାଯାଉଛି। ୨୦୫୦ ସୁଦ୍ଧା ଆମେରିକା ଶୂନ୍ୟ ସବୁଜଗୃହ ବାଷ୍ପ ଉତ୍ସର୍ଜନ ନେଇ ଯେଉଁ ଯୋଜନା ପ୍ରସ୍ତୁତ କରିଛି, ତାହା ସଫଳ କରିବାରେ ବୈଦ୍ୟୁତିକ ବିମାନ ସହଯୋଗ କରିବ ବୋଲି ବିଶ୍ୱାସ ରହିଛି। ଆମେରିକା ଉତାହସ୍ଥିତ ଉତ୍ତର-ଲୋଗାନରେ ନାସାର ଏକ୍ସ-୫୭ ମାକ୍ସଓ୍ବେଲ୍‌ ଅଲ୍‌ ଇଲେକ୍ଟ୍ରିକ୍‌ ଏୟାର କ୍ରାଫ୍ଟ ପ୍ରୋଜେକ୍ଟର ପରୀକ୍ଷା ମୂଳକ କାର୍ଯ୍ୟ ଚଳିତ ବର୍ଷ ସେପ୍ଟେମ୍ବରରେ ଶେଷ ହେବ। ଇଲେକ୍ଟ୍ରିକ୍‌ ଚାଳିତ ବିମାନ ଭବିଷ୍ୟତ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କାଲିଫର୍ନିଆସ୍ଥିତ ନାସା ଆର୍ମଷ୍ଟ୍ରଙ୍ଗ ଫ୍ଲାଇଟ୍‌ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ବ୍ରାଡ୍‌ ଫ୍ଲିକ୍‌ କହିଛନ୍ତି।
ଏ ପ୍ରକାର ନିର୍ମାଣ ପୂର୍ବରୁ କେବେ ହୋଇ ନ ଥିବାବେଳେ ଏହା ସହଜ କାମ ନୁହେଁ। ବିଦ୍ୟୁତ ଚାଳିତ ବିମାନ ଲିଥିୟମ୍‌- ଆୟନ୍‌ ବ୍ୟାଟେରି ବ୍ୟବହାର କରାଯିବ। ବିଦ୍ୟୁତ୍‌ ଦ୍ୱାରା ଉତ୍ତପ୍ତ ହୋଇ ବ୍ୟାଟେରିରୁ ଶକ୍ତି ଉତ୍ପନ୍ନ ହେବ, ଯାହା ଦ୍ୱାରା ବିମାନଟି ଆକାଶ ପଥରେ ବହୁ ଦୂର ପର୍ଯ୍ୟନ୍ତ ଅତିକ୍ରମ କରିପାରିବ। ଅନ୍ୟପକ୍ଷେ ବ୍ୟାଟେରି ଟେକ୍‌ନୋଲୋଜିରେ ସାମାନ୍ୟ ପରିବର୍ତ୍ତନ ଜରୁରୀ ବୋଲି ପ୍ରୋଜେକ୍ଟ ଟିମ୍‌ ପକ୍ଷରୁ କୁହାଯାଇଛି। ଏକ୍ସ-୫୭ ପ୍ରୋଜେକ୍ଟ ଜରିଆରେ କ୍ରୁଜ୍‌ ମୋଟର କଣ୍ଟ୍ରୋଲର୍ସ ଡିଜାଇନ୍‌ କରାଯାଇଛି। ଏଥିରୁ ଉତ୍ପନ୍ନ ଏନର୍ଜି ଲିଥିୟମ୍‌-ଆୟନ୍‌ ବ୍ୟାଟେରିରେ ଗଚ୍ଛିତ ହୋଇ ରହିବା ଦ୍ୱାରା ବିମାନ ଚାଲିବ। ବିଦ୍ୟୁତ୍‌କୁ ନେଇ ନାସା ପକ୍ଷରୁ ଆଗାମୀ ଦିନରେ ଅଧିକ ଗବେଷଣା ଜାରି ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri