Categories: ଜାତୀୟ

ଆମେ ହସ୍ତକ୍ଷେପ କଲେ ନିର୍ବାଚନରେ ହେବ ବିଳମ୍ବ, କଂଗ୍ରେସର ଆବେଦନ ନେଇ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୯।୧୦ : ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ର ପ୍ରଥମ ସ୍ତରୀୟ ଯାଞ୍ଚ’ ପାଇଁ ଦିଲ୍ଲୀ କଂଗ୍ରେସର ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ଦଳ ଇଭିଏମ ଏବଂ ଭୋଟର ଭେରିଫାଏଡ ପେପର ଅଡିଟ ଟ୍ରେଲ (ଭିଭିପିଏଟ) ର ପ୍ରଥମ ସ୍ତର ଯାଞ୍ଚ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ଏବଂ ପକ୍ଷମାନେ ଏହାକୁ ବିଶ୍ୱାସ କରୁଛନ୍ତି। କୋର୍ଟ କହିଛନ୍ତି ଏହି ପ୍ରକ୍ରିୟା ସମଗ୍ର ଭାରତରେ ଗ୍ରହଣ କରାଯାଇଛି

୨୦୨୪ ନିର୍ବାଚନ ପାଇଁ ଇଭିଏମରେ ଅନିୟମିତତା ଅଭିଯୋଗରେ ଦିଲ୍ଲୀ କଂଗ୍ରେସ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା। ତେବେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହିଁ। କଂଗ୍ରେସର ଏହି ପିଟିଶନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଏହି ପ୍ରକ୍ରିୟା ବହୁତ ବିସ୍ତୃତ ଅଟେ। କୋର୍ଟ କହିଛନ୍ତି ଦଳଗୁଡ଼ିକର ଇଭିଏମ ଉପରେ ବିଶ୍ୱାସ ଅଛି ଏବଂ ଏହା ସମଗ୍ର ଭାରତରେ ଏହା ପୁନରାବୃତ୍ତି ହୋଇଛି। କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବା ଆବଶ୍ୟକ। ଆମେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବୁ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯଦି ଆମେ ଏଥିରେ ହସ୍ତକ୍ଷେପ କରୁ ତେବେ ନିର୍ବାଚନରେ ବିଳମ୍ବ ହେବ। ଏହା ପରେ କଂଗ୍ରେସ ସୁପ୍ରିମକୋର୍ଟରୁ ଆବେଦନକୁ ପ୍ରତ୍ୟାହାର କରିନେଇଛି।

ଏହାପୂର୍ବରୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି (ଡିପିସିସି) ସଭାପତି ଅନିଲ କୁମାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରି ନିର୍ବାଚନ ଆୟୋଗଙ୍କୁ ଇଭିଏମ ଏବଂ ଭିଭିପିଏଟର ପ୍ରଥମ ସ୍ତରୀୟ ଯାଞ୍ଚ ଙ୍‌କରିବାକୁ କହିଥିଲେ। ଜାତୀୟ ସ୍ତରରେ ୧୧ ଟି ଜିଲାରେ ଏହାର ଶୁଣାଣି ପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହାକୁ ଖାରଜ କରିଥିଲେ।

Share