ଚିନ୍ତା ବଢ଼ାଇଛି ଗୋଟିଏ ଦିନରେ ଦୁଇ ରାଜ୍ୟର ନିର୍ବାଚନ, ପ୍ରସ୍ତୁତି ପାଇଁ ଅଧିକାରୀଙ୍କ ଗୁରୁତ୍ୱ

ପଟାଙ୍ଗି,୧୧ା୪(ଶରତ ଧଳ): ଗୋଟିଏ ଦିନରେ ଦୁଇଟି ରାଜ୍ୟର ଦୁଇ ନିର୍ବାଚନ ମଣ୍ଡଳୀରେ ଲୋକ ସଭା, ବିଧାନସଭା ନିର୍ବାଚନ ହେଉଥିବା ତାରିଖକୁ ନେଇ ଦୁଇ ରାଜ୍ୟର ଦୁଇ ଜିଲା ଓ ଦୁଇ ବ୍ଲକ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଏଥିସହିତ ନିର୍ବାଚନ ପ୍ରସ୍ତୁତିକୁ ମଧ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ଗୁରୁତ୍ୱ ଦେଇଛନ୍ତି ରିଟର୍ନିଂ ଅଧିକାରୀ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ।

ସୂଚନାନୁଯାୟୀ, ମେ’ ୧୩ ତାରିଖରେ ଓଡ଼ିଶାର କୋରାପୁଟ ଲୋକ ସଭା ନିର୍ବାଚନ ହେବାକୁ ଥିବା ବେଳେ ଉକ୍ତ ଦିନରେ ଲୋକ ସଭା ଅଧୀନରେ ରହିଥିବା ୫ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବା ନିମନ୍ତେ ଦିନ ଧାର୍ଯ୍ୟ ହୋଇଛି। ଯାହାକି ଉକ୍ତ ୫ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ପ୍ରଶାସନ ଚିନ୍ତାରେ।

ଏହିପରି ସ୍ଥିତିରେ ଉକ୍ତ ତାରିଖରେ ମଧ୍ୟ ପଡ଼ୋଶୀ ଆନ୍ଧ୍ର ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଉକ୍ତ ରାଜ୍ୟର ସାଲୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ।  ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା ୪ଟି ବ୍ଲକ ଯଥା ମାକୁଆ, ସାଲୁର, ମେଣ୍ଡେଡ଼ା ଓ ପାଚିପେଣ୍ଟା ପ୍ରମୁଖ ରହିଛି। ସେଥିମଧ୍ୟରୁ ସାଲୁର ବ୍ଲକ ଅଧୀନରେ ଓଡ଼ିଶାର ଉକ୍ତ ପଞ୍ଚାୟତର ୪ଟି ଗ୍ରାମକୁ ନେଇ ଗଠିତ  ପଞ୍ଚାୟତ ଅଧୀନରେ ୩ଟି ବୁଥ୍‌ସ୍ତରରେ ରହିଥିବା ଭୋଟର୍‌କୁ ନେଇ ଆନ୍ଧ୍ର ରାଜ୍ୟ ସରକାରଙ୍କ ପାର୍ବତୀପୁରମ ମାନ୍ୟାମ ଜିଲା ଏବଂ ସାଲୁର ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାହାକି ଉକ୍ତ ରାଜ୍ୟର ତଥା ଜିଲା ଆଇଟିଡିଏପିଓ ତଥା ରିଟର୍ନିଂ ଅଧିକାରୀ ବିଷ୍ଣୁ ଚରଣଙ୍କ ସଭାପତିତ୍ୱରେ ସାଲୁର ତହସିଲ କାର୍ଯ୍ୟାଳୟରେ ନିର୍ବାଚନ ପରିଚାଳନା ନିମନ୍ତେ ଏକ ସମୀକ୍ଷା ବୈଠକ ହୋଇଥିଲା। ଉକ୍ତ ବୈଠକରେ ସାଲୁର ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା ୨୮୪ ବୁଥ୍‌ରେ ଯେପରି ମତଦାନ କେନ୍ଦ୍ରରେ ଭୋଟର୍‌ ପହଞ୍ଚି ସୁରୁଖୁରୁରେ ନିଜ ମତଦାନ ସାବ୍ୟସ୍ତ କରି ପାରିବେ ସେନେଇ ଉକ୍ତ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିବା ବ୍ଲକ ସମେତ ଅନ୍ୟ ବିଭାଗର ଅଧିକାରୀଙ୍କୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେବା ସହ ଓଡ଼ିଶାର କୋଟିଆ ପଞ୍ଚାୟତରେ ରହିଥିବା ୩ଟି ବୁଥ୍‌ରେ ମଧ୍ୟ ଭୋଟର ଯେପରି ପ୍ରଭାବିତ ନ ହୁଅନ୍ତି ସେଥିପ୍ରତି ମଧ୍ୟ କଡ଼ା ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ରିଟର୍ନିଂ ଅଧିକାରୀ । ଓଡ଼ିଶାର କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ ବୋଲି ବୁଝାଇ କୋଟିଆ ପଞ୍ଚାୟତର ସ୍ବାସ୍ଥ୍ୟକେନ୍ଦ୍ର ହୋଇ ଉପର ସେମ୍ବି , ଧୁଳିପଦର ଓ ନେରିଡିବାଲସା ଦେଇ ଆନ୍ଧ୍ର ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାରେ ଅନେକ ଚୋରା ମଦ ଚାଲାଣ ହେଉଥିବା ସହ ଅନ୍ୟାନ୍ୟ ସାମଗ୍ରୀ ରାତିଅଧିଆ ସାଲୁର ଅଞ୍ଚଳରେ ପହଞ୍ଚୁ ଥିବାରୁ ଆନ୍ଧ୍ର ସୀମା ଭିତରେ ରହିଥିବା ଦାଣ୍ଡିଗ୍ରାମ ନିକଟରେ ହୋଇଥିବା ଏକ ଚେକ୍‌ପୋଷ୍ଟ ନିକଟରେ ଉକ୍ତ ରିଟର୍ନିଂ ଅଧିକାରୀ ବିଷ୍ଣୁ ଚରଣ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ପରଖି ଚେକ୍‌ ପୋଷ୍ଟରେ ଉପସ୍ଥିତ ପୋଲିସ ଓ ଫ୍ଲାଇଂ ସ୍କ୍ବାଡ୍‌କୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଥାଉକି, ଆନ୍ଧ୍ର ରାଜ୍ୟର ସାଲୁର ନିର୍ବାଚନ ମଣ୍ଡଳୀ ଅଧୀନରେ ୨ ଲକ୍ଷ ୨ ହଜାର ଭୋଟର ରହିଥିବା ବେଳେ ସେଥିମଧ୍ୟରୁ ସୀମାନ୍ତ କୋଟିଆ ପଞ୍ଚାୟତରେ ଉକ୍ତ ରାଜ୍ୟର ୩ଟି ବୁଥ୍‌ରେ ୨୫୫୪ ଭୋଟର ରହିଥିବା ଆନ୍ଧ୍ର ରାଜ୍ୟ ସରକାର ନିଜ ସରକାରୀ ତଥ୍ୟରେ ଉପସ୍ଥାପନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri