Categories: ଜାତୀୟ

ନିର୍ବାଚନ ଏକ ଅଧିକାର ଭିକ ନୁହେଁ: ଉମର ଅବଦୁଲା…

ଶ୍ରୀନଗର,୧୦।୧ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ନିର୍ବାଚନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନଙ୍କର ନିର୍ବାଚନ କରିବାର ଅଧିକାର ଅଛି, କିନ୍ତୁ ସେମାନେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଭିକ ମାଗିବେ ନାହିଁ।

ମଙ୍ଗଳବାର ଅନନ୍ତନାଗରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ନ ଥିଲେ ମଧ୍ୟ କିଛି ଭୟ କରିବାର ନାହିଁ। ସମ୍ବିଧାନ ଏହି ଅଧିକାର ଦେଇଛି। ମାତ୍ର ଏନେଇ କାହା ଆଗରେ ହାତ ପତାଇବାର ଆବଶ୍ୟକତା ନାହିଁ।

ସମ୍ପତ୍ତି ଏବଂ ରାଜ୍ୟ ଜମିରୁ ଲୋକଙ୍କୁ ବେଦଖଲ କରିବା ପ୍ରଶ୍ନର ଉତ୍ତରରେ ଉମର କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ନିର୍ବାଚନ ନକରିବାର ଏହା ଅନ୍ୟତମ କାରଣ ମଧ୍ୟ ରହିଛି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାଣନ୍ତି ଯେ ନିର୍ବାଚିତ ସରକାର ଲୋକଙ୍କ କ୍ଷତକୁ ଭଲ କରିବାକୁ ଚେଷ୍ଟା କରିବେ। ମାତ୍ର କେନ୍ଦ୍ର ସରକାର କେବଳ କ୍ଷତରେ ଲୁଣ ଛିଞ୍ଚିବା କାମ କରିବେ।

କେନ୍ଦ୍ର ସରକାର ନିର୍ବାଚନ କରାଇବାକୁ ଚାହୁଁନାହାଁନ୍ତି। ଲୋକଙ୍କୁ ଅସୁବିଧାରେ ପକାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଗ୍ରାମରକ୍ଷୀଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା କେନ୍ଦ୍ର ସରକାର ନିଜର ବିଫଳତାକୁ ଗ୍ରହଣ କରିଛନ୍ତି ବୋଲି ସେ ଦାବି କରିଛନ୍ତି। ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରିବାବେଳେ ମୋଦି ସରକାର ଦାବି କରିଥିଲେ ଯେ ବନ୍ଧୁକ ସଂସ୍କୃତି ଶେଷ ହେବ କିନ୍ତୁ ସେମାନେ ସଫଳ ହୋଇପାରି ନାହାନ୍ତି।

ଜମ୍ମୁ-କଶ୍ମୀରରେ ଘଟୁଥିବା ଆତଙ୍କବାଦୀ ଆକ୍ରମଣରୁ ଏହା ସ୍ପଷ୍ଟ ହୋଇଛି ଯେ, କେନ୍ଦ୍ର ସରକାର ନିଜ ଯୋଜନା ଏବଂ ପ୍ରତିଶ୍ରୁତିରେ କେତେଦୂର ସଫଳ ଅବା ବିଫଳ ହୋଇଛନ୍ତି।

Share