ମ୍ୟାନମାର୍‌ରେ ନିର୍ବାଚନ: ଭୋଟିଂ ଆରମ୍ଭ, ସୁକିଙ୍କ ବିଜୟ ହେବା ନିଶ୍ଚିତ !

ୟାଙ୍ଗୁନ୍‌,୮।୧୧: ମ୍ୟାନମାର୍‌ରେ ସାଧାରଣ ନିର୍ବାଚନ ଲାଗି ରବିବାର ଭୋଟିଂ ଆରମ୍ଭ ହୋଇଛି। ଦେଶରେ ପୁଣିଥରେ ନୋବେଳ ପୁରସ୍କାର ବିଜେତା ଅଙ୍ଗ୍‌ ସାନ୍‌ ସୁକିଙ୍କ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି ପୁଣି ଥରେ କ୍ଷମତା ଦଖଲ କରିବା ନିଶ୍ଚିତ ବୋଲି କୁହାଯାଉଛି। ଦେଶର ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ନିର୍ବାଚନରେ ମତଦାନ ଜାରି ରଖିଛନ୍ତି। ଦେଶର ୯୦ରୁ ଅଧିକ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀମାନେ ନିର୍ବାଚନ ଲଢୁଛନ୍ତି। ଦେଶରେ ଗରିବ ଦୂର ତଥା ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା କମ କରିବାରେ ସୁକିଙ୍କ ଦଳ ଅସଫଳ ରହିଛି। ସେଥି ପାଇଁ ଦଳକୁ ଚଳିତ ଥର କମ୍‌ ଭୋଟ ମିଳିବାର ଆଶଙ୍କା କରାଯାଉଛି। ତେବେ ମଧ୍ୟ ସୁକିଙ୍କ ଦଳର ବିଜୟ ନିଶ୍ଚିତ ବୋଲି କୁହାଯାଉଛି। ସୋମବାର ଠାରୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାକୁ ଏକ ସପ୍ତାହ ସମୟ ଲାଗିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

Share