Posted inଜାତୀୟ

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା କହିଛନ୍ତି। ସେ ପରୋକ୍ଷରେ ନିର୍ବାଚନ କମିଶନଙ୍କୁ ସତର୍କ କରାଇ ଦେଇଛନ୍ତି। ପାଟନାର ଚାଣକ୍ୟ ଆଇନ ବିଶ୍ୱବିଦ୍ୟାଳୟରେ ରାଜେନ୍ଦ୍ର ପ୍ରସାଦ ସ୍ମାରକୀ ବକ୍ତୃତା ପ୍ରଦାନ ଅବସରରେ ଜଷ୍ଟିସ୍‌ ନାଗରତ୍ନା ନିର୍ବାଚନ ତଦାରଖ କରୁଥିବା ସଂସ୍ଥାର ଢାଞ୍ଚାଗତ ସ୍ବାଧୀନତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ୧୯୯୫ର ଏକ ରାୟରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ସ୍ବୀକୃତି ପ୍ରଦାନ କରିଥିଲେ। ଏହା ନିର୍ବାଚନରେ ସାଧୁତାକୁ ସୁନିଶ୍ଚିତ କରିବା ନେଇ ଆସ୍ଥା ସ୍ଥାପନ କରାଯାଇଥିଲା। ତେବେ ନିର୍ବାଚନ ପରଚାଳନା କରୁଥିବା ଅଧିକାରୀ ଯଦି ନିର୍ବାଚନ ଲଢ଼ୁଥିବା ଲୋକଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି, ତେବେ ପ୍ରକ୍ରିୟାର ନିରପେକ୍ଷତା ସୁନିଶ୍ଚିତ କରାଯାଇପାରିବ ନାହିଁ। ନିର୍ବାଚନ କେବଳ ଏକ ସମୟାନ୍ତରରେ ଘଟୁଥିବା ଘଟଣା ନୁହେଁ ବରଂ ଏକ ବ୍ୟବସ୍ଥା, ଯାହା ମାଧ୍ୟମରେ ସରକାର ଗଠନ ହୋଇଥାଏ। ନିର୍ଦ୍ଧାରିତ ବ୍ୟବଧାନରେ ନିର୍ବାଚନ ହେବା ଦ୍ୱାରା ସାମ୍ବିଧାନିକ ଗଣତନ୍ତ୍ରରରେ ସରକାରର ସୁଗମ ପରିବର୍ତ୍ତନ ହୋଇଥାଏ। ସେହି ନିର୍ବାଚନ ପ୍ରକ୍ରିୟା ଉପରେ ଯିଏ ନିୟନ୍ତ୍ରଣ ରଖେ ସେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ସର୍ତ୍ତାବଳୀକୁ ମଧ୍ୟ ନିୟନ୍ତ୍ରଣ କରିପାରେ ବା ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ ନେଇପାରେ ବୋଲି ଜଷ୍ଟିସ୍‌ ନାଗରତ୍ନା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri