ଅସନ୍ତୁଷ୍ଟଙ୍କୁ ଅସ୍ତ୍ର କରୁଛନ୍ତି ବିରୋଧୀ

ଜଗତ୍‌ସିଂହପୁର ଅଫିସ, ୧୩ା୨: ରାଜନୈତିକ ଦୃଷ୍ଟିକୋଣରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ଅଞ୍ଚଳ ହିସାବରେ ଅତୀତରୁ ଜଗତ୍‌ସିଂହପୁର ଜିଲାର ତିର୍ତ୍ତୋଲ ବ୍ଲକର ସ୍ବତନ୍ତ୍ର ପରିଚୟ ରହିଆସିଛି। ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ୪ଟି ଜିଲା ପରିଷଦ ଜୋନ ରହିଛି। ସେଥିମଧ୍ୟରୁ ୧ନଂ. ଜିଲା ପରିଷଦ ଜୋନର ଗୁରୁତ୍ୱ ରହିଛି। କାରଣ ଗତ ନିର୍ବାଚନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭିତରେ କଡା ଟକ୍କର ହୋଇଥିଲା। ମାତ୍ର ୭୬ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସକୁ ହରାଇ ବିଜେଡି ପ୍ରାର୍ଥୀ ଜିତିଥିଲେ। ବଡ କଥା ହେଲା ଏହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପ୍ରମୁଖ ଭୂମିକା ନିଭାଇଥିଲେ। ଚଳିତ ନିର୍ବାଚନରେ କେହି ସ୍ବାଧୀନ ପ୍ରାର୍ଥୀ ହୋଇ ନ ଥିବାରୁ ଲଢେଇ ବିଶେଷକରି ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।

ତିର୍ତ୍ତୋଲ ୧ନଂ. ଜୋନ ଗତଥର ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଏହି ଜୋନ ଆମ୍ବେରୀ, ବିଶୁନପୁର, ଦାଇଁଲୋ, ଗୋପାଳପୁର(ଏସ୍‌), କନିମୂଳ, କ୍ରୀଷ୍ଣାନନ୍ଦପୁର ଓ ସାମନ୍ତରାପୁର ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନର ଭୋଟର ସଂଖ୍ୟା ୩୪,୧୫୦ ଥିଲା। ଏଥର ଅଧିକ ୨୪୦୫ ଜଣ ଯୋଡି ହୋଇଛନ୍ତି। ଯାହାଦ୍ୱାରା ମୋଟ ଭୋଟର ସଂଖ୍ୟା ୩୬,୫୫୫ରେ ପହଞ୍ଚତ୍ଛି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଏହି ଜୋନରୁ ବିଜେଡି ପ୍ରାର୍ଥୀ ସନାତନ ଦଳେଇଙ୍କୁ ୮୦୪୩ ଖଣ୍ଡ, ଅର୍ଥାତ୍‌ ମୋଟ ମତଦାନର ୨୩.୫୫% ଭୋଟ ମିଳିଥିଲା। କଂଗ୍ରେସର ମନୋରଞ୍ଜନ ସାମଲଙ୍କ ସପକ୍ଷରେ ୭୯୬୭ ଖଣ୍ଡ, ଅର୍ଥାତ୍‌ ୨୩.୩୨% ଭୋଟ ଯାଇଥିଲା। ଭାଜପାର ଜ୍ୟୋତିରଞ୍ଜନ ସାହୁଙ୍କୁ ୩୩୬୯ ଖଣ୍ଡ, ଅର୍ଥାତ୍‌ ୯.୮୬% ଭୋଟ ମିଳିଥିଲା। ଏହି ନିର୍ବାଚନରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଥିବା ଉପେନ୍ଦ୍ରନାଥ ମହାନ୍ତିଙ୍କୁ ୫୮୭୨ ଖଣ୍ଡ, ଅର୍ଥାତ୍‌ ୧୭.୧୯% ଭୋଟ ମିଳିବା ସବୁ ସମୀକରଣ ଗୋଳମାଳ କରି ଦେଇଥିଲା। ଏଥର ବିଜେଡିରୁ ରଞ୍ଜିତା ସିଂହ, କଂଗ୍ରେସରୁ ଶମିଷ୍ଠା ଦାସ ଓ ଭାଜପାରୁ କିରଣବାଳା ରାଉତ ପ୍ରାର୍ଥୀ ହୋଇଛନ୍ତି।

ଭାଜପା ପ୍ରାର୍ଥୀ ରାଉତ କହିଛନ୍ତି, ଜୋନ ଅନ୍ତର୍ଗତ ସମସ୍ତ ୭ଟି ପଞ୍ଚାୟତରେ ତାଙ୍କର ସ୍ଥିତି ଭଲ ଅଛି। କିନ୍ତୁ କନିମୂଳ, ଗୋପାଳପୁର, ସାମନ୍ତରାପୁର ଓ ଦାଇଁଲୋରେ ଅଧିକ ଭଲ ରହିଛି। ପଞ୍ଚାୟତଗୁଡିକରେ ଅସନ୍ତୁଷ୍ଟ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବା ଏକାଧିକ ନେତା ବିଜେଡି ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସେମାନେ ତାଙ୍କୁ ସ୍ବତଃ ସହଯୋଗ କରିବେ ବୋଲି ବିଶ୍ୱାସ ଦେଉଛନ୍ତି। ସ୍ବାମୀ ଭାରତୀୟ ସେନାର ଜଣେ ଗାଡି ଚାଳକ ଥିଲେ। ଅବସର ପରେ ଓଡ଼ିଶା ପୋଲିସରେ କାମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସିପିଟି (କ୍ଲୋଜ ପ୍ରୋଟେକ୍ସନ ଟିମ୍‌)ରେ ଡ୍ରାଇଭର ଥିଲେ। ଏ ପର୍ଯ୍ୟନ୍ତ କଳଙ୍କ ଲାଗିନି। ତେଣୁ ସ୍ବଚ୍ଛତାକୁ ସେ ସମ୍ବଳ କରିବା ସହ ଠାକୁରଙ୍କ ଆଶ୍ରିତ ଅଛନ୍ତି। ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ରହୁଥିବାରୁ ଲୋକମାନଙ୍କ ଆଦର ଦେଖିବାକୁ ମିଳୁଛି। ତେଣୁ ଜନମତ ତାଙ୍କ ସପକ୍ଷରେ ଯିବ ବୋଲି ରାଉତ କହିଛନ୍ତି। ବିଜେଡିର ସିଂହ କହିଛନ୍ତି, ବାପା ରାଜନୀତିରେ ଥିଲେ, କିନ୍ତୁ ସେ ରାଜନୀତିରେ ନୂଆ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୨୦୦୬ରୁ ମହିଳାମାନଙ୍କୁ ସଶକ୍ତୀକରଣ ପାଇଁ ଅହରହ ଉଦ୍ୟମ କରି ଚାଲିଛନ୍ତି। ଯେଉଁ କାରଣରୁ ବିଜେଡି ତାଙ୍କ ଉପରେ ଆସ୍ଥା ପ୍ରକଟ ସହ ତିର୍ତ୍ତୋଲ ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି କରିଛି। ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଲୋକ ସମ୍ପର୍କ ଅଛି। ତେଣୁ ଭଲ ଭୋଟ ମିଳିବ। ଶାଶୁ ଘର କନିମୂଳ ହୋଇଥିବାରୁ ଏହି ପଞ୍ଚାୟତରୁ ଭଲ ଭୋଟ ମିଳିବ। ବିଜେଡି ଶାସନ ଉପରେ ଲୋକେ ଆସ୍ଥା ପ୍ରକଟ କରୁଥିବାରୁ ତାଙ୍କ ସପକ୍ଷରେ ଜନମତ ଯିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କଂଗ୍ରେସ ଜିଲା ସଭାପତି ନଟବର ବାରିକ କହିଛନ୍ତି, ଏହି ଜୋନରେ ଗତ ନିର୍ବାଚନରେ କଂଗ୍ରେସ ଭଲ ସ୍ଥିତିରେ ଥିଲା। ବହୁ କମ ଭୋଟ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ହାରି ଯାଇଥିଲେ। ସ୍ବାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଅଧିକ ଭୋଟ ଯାଇ ନ ଥିଲେ କଂଗ୍ରେସ ପ୍ରାର୍ଥୀ ଜିତିବାର ଯଥେଷ୍ଟ ସମ୍ଭାବନା ଥିଲା । ଏଥର ମଧ୍ୟ କଂଗ୍ରେସ ଜଣେ ଯୋଗ୍ୟ ପ୍ରାର୍ଥୀ ଦେଇଛି। ଲଢେଇ ଜୋରଦାର ହେବ। ଅସନ୍ତୁଷ୍ଟ ବିଜେଡି ଭୋଟ କଂଗ୍ରେସ ସପକ୍ଷରେ ଅଧିକ ଜନମତ ସୃଷ୍ଟି କରିବ ବୋଲି ବାରିକ କହିଛନ୍ତି। ତେବେ ଆଗକୁ ଦେଖିବାର ଅଛି ପରିସ୍ଥିତିରେ କି ପରିବର୍ତ୍ତନ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri