ଚାଲିଛି ନିର୍ବାଚନ: ବଲାଙ୍ଗୀର ମହିଳା କଲେଜରେ ଛାତ୍ରୀ ବାଛୁଛନ୍ତି ମନପସନ୍ଦର ପ୍ରାର୍ଥୀ

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଚାଲିଛି। ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଗୁରୁବାର ସକାଳ ୮ଟାରୁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହୋଇଛି।ମହାବିଦ୍ୟାଳୟର ତିନୋଟି ରୁମ୍‌ରେ ପୋଲିଂ ବୁଥ୍‌ କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ କଲେଜ ବାହାରେ ପୋଲିସ ମୁତୟନ ହୋଇଛନ୍ତି।

ପ୍ରଥମଥର ପାଇଁ ଛାତ୍ରୀଛାତ୍ର ଛାତ୍ରସଂସଦ ନିର୍ବାଚନରେ ଅଂଶଗ୍ରହଣ କରିଥିବାରୁ ଉତ୍ସାହିତ ଥିବା କହିଛନ୍ତି। ଯେଉଁମାନେ ବି ଆଜି ଛାତ୍ର ସଂସଦ ପ୍ରତିନିଧି ଭାବେ ନିର୍ବାଚିତ ହେବେ ସେମାନେ କଲେଜର ବିକାଶ ମୂଳକ କାର୍ଯ୍ୟ, ଛାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ଦେବେ ବୋଲି ଛାତ୍ରୀଛାତ୍ର ଆଶା ରଖିଛନ୍ତି। ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହେବ ଓ ୫ଟାରେ ମତଦାନ ଫଳାଫଳ ଘୋଷଣା କରାଯିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା ସୂଚନା ଦେଇଛନ୍ତି। ୧୬ ତାରିଖ ସକାଳ ୧୧ଟାରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

Dharitri – Odisha’s No.1 Odia Daily

Share