Categories: ଜାତୀୟ

ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ରୋକ…

ମୁମ୍ବାଇ,୮।୧୦ : ମୁଖ୍ୟମନ୍ତ୍ରୀ ଏକନାତ ଶିନ୍ଦେ ଏବଂ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ କିଏ ଅସଲି ଶିବସେନା ନେଇ ବିବାଦ ଲାଗି ରହିଛି। ଏପରିସ୍ଥଳେ ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ନିର୍ବାଚନ ଆୟୋଗ ରୋକ ଲଗାଇଛନ୍ତି। ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି ନିର୍ବାଚନ ଆୟୋଗ ଏଭଳି କରିଛନ୍ତି। ମହାରାଷ୍ଟ୍ରର ଅନ୍ଧେରୀ ଉପନିର୍ବାଚନରେ ଶିନ୍ଦେ ଅବା ଉଦ୍ଧବ କୌଣସି ଗୋଷ୍ଠୀଙ୍କୁ ଶିବସେନାର ନିର୍ବାଚନୀ ଚିହ୍ନ ଧନୁତୀରରେ ନିର୍ବାଚନ ଲଢ଼ିବାକୁ ଅନୁମତି ମିଳି ନାହିଁ।

ତେବେ ଉଭୟ ଗୋଷ୍ଠୀଙ୍କୁ ଉପନିର୍ବାଚନ ଲଢ଼ିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଚିହ୍ନ ପ୍ରଦାନ କରାଯିବ। ଏନେଇ ଉଭୟ ଗୋଷ୍ଠୀଙ୍କୁ ନିଜ ନିଜର ପ୍ରାଥମିକତା ଜଣାଇବା ପାଇଁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

Share