Posted inଜାତୀୟ

ନିର୍ବାଚନୀ ପ୍ରତିଶ୍ରୁତି: ଆର୍ଥିକ ଦକ୍ଷତା ବିଷୟରେ ଭୋଟରଙ୍କୁ ଅବଗତ କରାଇବାକୁ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୪।୧୦ : ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କରେ ସମସ୍ତ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ମାଗଣା ଉପହାର କିମ୍ବା ପ୍ରତିଶ୍ରୁତି ବନ୍ଦକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଆୟୋଗ ଦଳମାନଙ୍କୁ ଭୋଟରଙ୍କୁ ସେମାନଙ୍କ ନିର୍ବାଚନ ପ୍ରତିଶ୍ରୁତିର ଆର୍ଥିକ ଦକ୍ଷତା ବିଷୟରେ ଅବଗତ କରାଇବାକୁ କହିଛନ୍ତି। ଏହି ପ୍ରସଙ୍ଗରେ ଆୟୋଗ ସମସ୍ତ ପକ୍ଷଙ୍କ ମତାମତ ଲୋଡିଛନ୍ତି।

ଆୟୋଗ କହିଛନ୍ତି ଯେ ଯେତେବେଳେ ଦଳମାନେ ଭୋଟରଙ୍କୁ ସେମାନଙ୍କ ପ୍ରତିଶ୍ରୁତିର ଆର୍ଥିକ ଦକ୍ଷତାର ଯଥାର୍ଥତା ବିଷୟରେ ପ୍ରାମାଣିକ ସୂଚନା ଦେବେ ସେତେବେଳେ ଭୋଟରମାନେ ଏହାର ମୂଲ୍ୟାଙ୍କନ କରିପାରିବେ। ନିର୍ବାଚନ ପ୍ରତିଶ୍ରୁତି ଏବଂ ଏହାର ଆର୍ଥିକ ସ୍ଥିରତା ଉପରେ ପୂର୍ଣ୍ଣ ସୂଚନା ନଦେବା ପାଇଁ ଅବାଞ୍ଛିତ ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଆୟୋଗ କହିଛନ୍ତି। ମିଥ୍ୟା ନିର୍ବାଚନ ପ୍ରତିଶ୍ରୁତିର ସୁଦୂରପ୍ରସାରୀ ପ୍ରଭାବ ରହିଛି। ଭୋଟରଙ୍କୁ ନିର୍ବାଚନ ପ୍ରତିଶ୍ରୁତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ନ ଦେଇ ଦେଶର ଆର୍ଥିକ ସ୍ଥିରତା ଉପରେ ଅନୁଭୁତ ହେଉଥିବା ଅଯଥା ପ୍ରଭାବକୁ ଅଣଦେଖା କରା ଯାଇପାରିବ ନାହିଁ ବୋଲି ଆୟୋଗ କହିଛନ୍ତି।

ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ଦ୍ୱାରା ମାଗଣାରେ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶୃତି ଦିଆଯାଇଥାଏ। ଏସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିଶନ ମଧ୍ୟ ଦାଖଲ କରାଯାଇଛି। ଏଭଳି ପରିସ୍ଥିତିରେ ମାଗଣା ନିର୍ବାଚନ ଉପହାର ସମ୍ପର୍କରେ ଆୟୋଗଙ୍କର ସର୍ବଶେଷ ନିର୍ଦ୍ଦେଶାବଳୀ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରତିଶ୍ରୁତି ଯୋଗୁ ରାଜକୋଷ ଉପରେ ପଡୁଥିବା ବୋଝ ପ୍ରସଙ୍ଗ ମଧ୍ୟ ବିଚାରକୁ ନିଆଯାଉଛି।

ଏହା ଅଧାରରେ ରାଜନୈତିକ ଦଳଗୁଡିକ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ ନିର୍ବାଚନ ଆୟୋଗ ଏକ ସମାନ ଫର୍ମାଟ ପ୍ରସ୍ତୁତ କରିପାରନ୍ତି। ଦାବିଗୁଡିକ ବିଷୟରେ ସମସ୍ତ ସୂଚନା ଦେବା ବାଧ୍ୟତାମୂଳକ ହୋଇପାରେ। ଏହା ମୋକଦ୍ଦମା ପାଇଁ ମାନକ ପ୍ରଣାଳୀ ସ୍ଥିର କରିବ। ଏହି ପ୍ରକାଶ ପ୍ରୋଫର୍ମାରେ, ପ୍ରତିଶ୍ରୁତି କେତେ ଲୋକଙ୍କୁ ପ୍ରଭାବିତ କରିବେ, ଏହାର ଆର୍ଥିକ ପ୍ରଭାବ କ’ଣ ହେବ, ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆର୍ଥିକ ସମ୍ବଳର ଉପଲବ୍ଧତା ଘୋଷଣା କରିବା ବାଧ୍ୟତାମୂଳକ ହେବ କି ? ଦଳଗୁଡିକ ଏହା ମଧ୍ୟ କହିବା ଆବଶ୍ୟକ ଯେ ସେମାନେ ଦେଇଥିବା ପ୍ରତିଶୃତି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଆର୍ଥିକ ଢାଞ୍ଚା ଉପରେ ପ୍ରଭାବ ପକାଇବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri